ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ: ଦୁଇ ଗିରଫ

Published: Jun 28, 2023, 3:23 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନନ୍ତେଇ ଗ୍ରାମର ସୁଶାନ୍ତ ରେଡ଼ି ନିଜ ଦୋକାନ ବନ୍ଦ କରି ଘରକୁ ଗଲା ବେଳେ ହଠାତ୍ ତିନି ଜଣ ଯୁବକ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଯାହା ଫଳରେ ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସୁଶାନ୍ତଙ୍କ ସ୍ତ୍ରୀ ବନିତା ରେଡି ଦିଗପହଣ୍ଡି ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ ମାନଙ୍କର ଅନୁସନ୍ଧାନ ଚଳାଇଥିଲା। ଗତକାଲି ସୁନୀଲ ନାୟକ ଓ ନାରାୟଣ ସେଠୀ ନାମକ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ହେଲେ ମୁଖ୍ୟ ଅଭିଯୁକ୍ତ ମଙ୍ଗଳା ସେଠୀ ଘଟଣା ପରଠାରୁ ଫେରାର ଅଛି।

ଘଟଣାରୁ ପ୍ରକାଶ ଯେ ଆହତ ସୁଶାନ୍ତ ସହ ମଙ୍ଗଳା ସହ ପୁର୍ବରୁ ଶତ୍ରୁତା ଥିଲା। ଯ’ଦ୍ଵାରା ମଙ୍ଗଳା ଅନ୍ୟ ଦୁଇ ସାଙ୍ଗକୁ ନେଇ ବାଟରେ ଛକି ଆକ୍ରମଣ କରିଥିଲା।

Related posts