Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ରାସ୍ତା କଡ଼ରୁ ଜିଆର‌ଏସଙ୍କ ମୃତଦେହ ଉଦ୍ଧାର ଘଟଣା: ସ୍ତ୍ରୀ ଆଣିଲେ ଏଭଳି ଅଭିଯୋଗ
ଅପରାଧ

ରାସ୍ତା କଡ଼ରୁ ଜିଆର‌ଏସଙ୍କ ମୃତଦେହ ଉଦ୍ଧାର ଘଟଣା: ସ୍ତ୍ରୀ ଆଣିଲେ ଏଭଳି ଅଭିଯୋଗ

November 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢାଖୋଲ( କନ୍ଦର୍ପ ବେହେରା): ତମ ସ୍ବାମୀ ଭଲ ଅଛନ୍ତି। ତମେ ଟେନ୍ ସନ୍ ନିଅ ନାଇଁ। ସେ ହରିପୁରରେ ଭୋଜି କରୁଥିଲେ। କିଛି ସମୟ ପରେ ପୁଣି ଅଜଣା ନମ୍ବରରୁ କଲ୍ ଆସିଲା, ତମ ସ୍ବାମୀଙ୍କର ଦୁର୍ଘଟଣା ହୋଇଛି, କିନ୍ତୁ କିଛି ବି ହେଇ ନାହାନ୍ତି। ଗୋଡ ହାତ ଛିଡି ଯାଇଛି।

ଏପରି ଫୋନ୍ କଲ୍ ଶୁଣି ମୃତକ ଜିଆର୍ ଏସ୍ ପ୍ରଦ୍ୟୁମ୍ନ ଦାସଙ୍କ ପତ୍ନୀ ହତବାକ୍ ହୋଇଯାଇଥିଲେ। ତାଙ୍କର ସନ୍ଦେହ ହୋଇଥିଲା ଅଜଣା ନମ୍ବରରୁ କଲ୍ କରିଥିବା ବ୍ୟକ୍ତିକୁ।  ହେଲେ ଜିଆର୍ ଏସ୍ ଙ୍କ ମୃତ୍ୟୁର ପ୍ରକୃତ ହତ୍ୟାକାରୀକୁ ପୋଲିସ୍ ଏ ଯାଏଁ ଗିରଫ କରି ପାରି ନ ଥିବାରୁ ପରିବାର ଲୋକେ ପୋଲିସ୍ ପ୍ରତି ଆସ୍ଥା ତୁଟାଇଛନ୍ତି।

ମୃତକର ପତ୍ନୀ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସହ ମୋ ସ୍ବାମୀଙ୍କୁ ଶ୍ବାସରୁଦ୍ଧ କରି ମାରିଦେଇଥିବା ପ୍ରକାଶ କରିଛନ୍ତି। ସେପଟେ ପୋଲିସ୍ ଏହାର ତଦନ୍ତ କରୁଛି ବୋଲି କହିଥିବା ବେଳେ ମୃତକଙ୍କ ପତ୍ନୀଙ୍କ ପାଖକୁ କିଏ ଫୋନ୍ କରିଥିଲା ତାକୁ ଏ ପର୍ଯ୍ୟନ୍ତ ପୋଲିସ୍ ଗିରଫ୍ କରିନାହିଁ। ପତ୍ନୀଙ୍କ ଅଭିଯୋଗ ଯେ, ଯିଏ ତାଙ୍କ ପାଖକୁ ଫୋନ୍ କରିଥିଲା ସେ ହିଁ ମୋ ସ୍ବାମୀଙ୍କୁ ହତ୍ୟା କରିଛି। ପୋଲିସ୍ ମୃତକଙ୍କ ପରିବାରର ଘରକୁ ଯାଇ ତଦନ୍ତ କରିଥିବା ବେଳେ ଘୋଷରାମାଳ ଯାଇ ମଧ୍ୟ ତଦନ୍ତ କରିଛି।

ଏ ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସି ନ ଥିବା ପୋଲିସ୍ କହିଛି। ମୃତକ ଜିଆର୍ ଏସ୍ କୁ କିଏ କାହିଁକି ହତ୍ୟା କଲା ପୋଲିସ୍ ଏ ପର୍ଯ୍ୟନ୍ତ କିଛି ବି କହି ପାରିନି। ଦୁଇ ଦିନ ହେଲା ରେଢାଖୋଲ୍ ଏସ୍ ଡି ପିଓ ପ୍ରଶାନ୍ତ ମେହେର ତଦନ୍ତ କରୁଥିବା ବେଳେ ମୁଖ୍ୟ ହତ୍ୟାକାରୀ କେବେ ଧରା ପଡିବ ତାହା ଦେଖିବା ବାକି ରହିଲା।

ସୂଚନା ଥାଉକି ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଳକ ଘୋଷରାମାଳ ପଞ୍ଚାୟତ ଅନ୍ତର୍ଗତ ଧାତୁକିମାଲ ଗ୍ରାମ ନିକଟ ରାସ୍ତା କଡ଼ରୁ ଘୋଷରାମାଲ ପଞ୍ଚାୟତର ଜି‌ଆର‌ଏସ ପ୍ରଦ୍ୟୁମ୍ନ ଦାସ୍ ଙ୍କ ମୃତ ଦେହ ଗୁରୁବାର ସକାଳେ ଉଦ୍ଧାର କରାଯାଇଥିଲା। ଜିଆର୍ ଏସ୍ ପ୍ରଦ୍ୟୁମ୍ନ ଦାସ ସବୁଦିନ ପରି ଘୋଷରାମାଳ ଗ୍ରାମକୁ ଯାଇ ନିଜର ଫିଲଡ୍ କାମ କରିଥିଲେ। ନିର୍ମାଣଧିନ ପ୍ରଧାନମନ୍ତ୍ରୀ ଆବାସ ଘର ବୁଲିଦେଖିଥିଲେ। ଫଟୋ ମଧ୍ୟ ଉଠାଇଥିଲେ। ସଂଧ୍ୟାରେ ପ୍ରଦ୍ୟୁମ୍ନ ଘରକୁ ନ ଫେରିବାରୁ ପରିବାର ତାଙ୍କ ମୋବାଇଲକୁ କଲ୍ କରିଥିଲେ ମଧ୍ୟ ତାଙ୍କ ଫୋନ୍ ଲାଗି ନ ଥିଲା।

ପରିବାର ଲୋକେ ଘୋଷରାମାଳ ଆସି ବହୁ ସମୟ ଖୋଜା ଖୋଜି କରିବା ପରେ ଝାଟୁକିମାଳ ନିକଟସ୍ଥ ରାସ୍ତା କଡରୁ ମୃତ ଶବ ପାଇଥିଲେ।

ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଂଚିଥିଲା। ମୃତକଙ୍କ ମୁଣ୍ଡରେ ଏବଂ ଛାତିରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା। ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ।

ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ଆସି ଅନୁସନ୍ଧାନ କରି ଫେରି ଯାଇଥିଲେ। ଅଜଣା ନମ୍ବରରୁ କଲ କରିଥିବା ବ୍ୟକ୍ତିକୁ ପୋଲିସ୍ ପଚରା ଉଚରା କରିଚି କି ନାହିଁ ତାହା ସନ୍ଦେହ ସୃଷ୍ଟି କରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗଳାରେ ବିଜେପିର ବିଜୟ ବିଷୟରେ LSG ମାଲିକଙ୍କ ବଡ ବୟାନ: ଭାଇରାଲ ହେଲା ପୋଷ୍ଟ

May 5, 2026

ରଥଖଳାରୁ : ସାରିଲା ନାହାକା ଚକ କାମ

May 5, 2026

ମାତ୍ର ଗୋଟିଏ ଭୋଟ ବି ଭାଗ୍ୟ ବଦଳାଇ ଦିଏ

May 5, 2026

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ

May 5, 2026
Latest News

ତାମିଲନାଡୁରେ କିପରି ସରକାର ଗଠନ କରିବ ଟିଭିକେ?: ଜାଣନ୍ତୁ ୩ ଟି ବିକଳ୍ପ

May 5, 2026

ଇରାନର ଡ୍ରୋନ୍ ଆକ୍ରମଣରେ ତିନି ଭାରତୀୟ ଆହତ: ଭାରତର ଚେତାବନୀ, ନିନ୍ଦା କଲେ ପ୍ରଧାନମନ୍ତ୍ରୀ

May 5, 2026

ବଙ୍ଗଳାରେ ବିଜେପିର ବିଜୟ ବିଷୟରେ LSG ମାଲିକଙ୍କ ବଡ ବୟାନ: ଭାଇରାଲ ହେଲା ପୋଷ୍ଟ

May 5, 2026

ବଙ୍ଗଳାରେ କିପରି ଭୁଶୁଡ଼ି ପଡ଼ିଲା ମମତା ବାନାର୍ଜୀଙ୍କ ଦୁର୍ଗ?: ଜାଣନ୍ତୁ ଏହି ପାଞ୍ଚଟି ପ୍ରମୁଖ କାରଣ

May 5, 2026

ରଥଖଳାରୁ : ସାରିଲା ନାହାକା ଚକ କାମ

May 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.