Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଶିରିଡ଼ି ସାଇ ମନ୍ଦିରରୁ ଚୋରି ଘଟଣା, ବନ୍ଧା ହେଲେ ୩ ପେଶାଦାର ଲୁଟେରା
ଅପରାଧ

ଶିରିଡ଼ି ସାଇ ମନ୍ଦିରରୁ ଚୋରି ଘଟଣା, ବନ୍ଧା ହେଲେ ୩ ପେଶାଦାର ଲୁଟେରା

August 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ମଙ୍ଗରାଜପୁର ପଂଚାୟତ ଅଧୀନ ସନ୍ତରା(କୃଷ୍ଣଚନ୍ଦ୍ରପୁର)ସ୍ଥିତ ଶିରିଡ଼ି ସାଇ ମନ୍ଦିରରୁ ଲକ୍ଷାଧିକ ଟଙ୍କା ସୁନା, ରୂପା ଅଳଙ୍କାର ଲୁଟ୍‌ପାଟ୍ ଘଟଣାର ପର୍ଦ୍ଦାଫାଶ୍ କରିଛି କୁଜଙ୍ଗ ପୋଲିସ୍। ମାଷ୍ଟର ମାଇଣ୍ଡ୍ ସମେତ ଗ୍ୟାଙ୍ଗ୍‌ର ୩ ଜଣ ସଦସ୍ୟଙ୍କୁ ଗିରଫ କରିଛି। ସେମାନେ ହେଲେ କୁଜଙ୍ଗ ଥାନା କୋଚିଳାବେଦୀ ଗ୍ରାମର ଦେବେନ୍ଦ୍ର ପଣ୍ଡା, ଏରସମା ଥାନା ପଂଚପଲ୍ଲୀ ଗ୍ରାମର ତୁଷାର କାଣ୍ଡି ଓ ନେତାଜୀ ସାହୁ। ଅନ୍ୟ ଜଣେ ଅଭିଯୁକ୍ତ ଏହି ଘଟଣାରେ ସଂପୃକ୍ତି ଥିବାବେଳେ ପୋଲିସ୍ ତାକୁ ଖୋଜୁଥିବା କହିଛି। ଏମାନଙ୍କ ନାମରେ ଜିଲ୍ଲା ଓ ରାଜ୍ୟ ବାହାରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି।

ଅଭିଯୁକ୍ତଙ୍କ ନିକଟରୁ ୨ଟି ମୋବାଇଲ୍ ଫୋନ୍‌, ନଗଦ ୨୫ ହଜାର ଟଙ୍କା ଜବତ କରାଯାଇଥିବା ଥାନାଅଧିକାରୀ ରଶ୍ମୀରଂଜନ ଦାଶ ସୂଚନା ଦେଇଛନ୍ତି। ଆଜି ଅଭିଯୁକ୍ତମାନଙ୍କୁ ଡାକ୍ତରୀ ପରୀକ୍ଷା ନିରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିଲା। ମାତ୍ର ସେଠାରେ ଜାମିନ୍ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ଗତ ବର୍ଷ ଅଗଷ୍ଟ ୨୩ ତାରିଖରେ ମନ୍ଦିରରୁ ପୂଜକ ବହୁ ମୂଲ୍ୟର ସୁନା ଅଳଙ୍କାର ଲୁଟ୍‌ପାଟ୍ କରି ଫେରାର ହୋଇଥିଲା। ପୋଲିସ୍ ତତ୍‌କ୍ଷଣାତ୍ ପୂଜକ ଲୁଟ୍‌ପାଟ୍ କରିଥିବା ନେଇ ସୂଚନା ପାଇବା ପରେ ରାହାମା ଅଂଚଳରୁ ଗିରଫ କରି ତା ନିକଟରୁ ସମସ୍ତ ସୁନା ଅଳଙ୍କାର ଜବତ କରିଥିଲା।

ଏହି ଘଟଣାରେ ପୂଜକ ଦେବେନ୍ଦ୍ର ପଣ୍ଡା ଜେଲ୍ ଯାଇଥିଲା। ପୋଲିସ୍ ସମ୍ମୁଖରେ ମନ୍ଦିର ପୂଜକ ଦେବେନ୍ଦ୍ର ନିଜର ପଇତା ଛୁଇଁ ଶପଥ କରିଥିଲା ଜେଲ୍‌ରୁ ଫେରି ପୁନର୍ବାର ମନ୍ଦିରରୁ ଲୁଟ୍ କରିବ । ଦେବେନ୍ଦ୍ର ଜେଲ୍‌ରେ ରହି ଅନ୍ୟ ଅଭିଯୂକ୍ତ ତୁଷାର କାଣ୍ଡି ଓ ଅନ୍ୟଜଣେ ସହଯୋଗୀଙ୍କ ସହ ମନ୍ଦିର ଲୁଟ୍ ପାଇଁ ଯୋଜନା ପ୍ରସ୍ତୁତ୍ କରିଥିଲା। ପରେ ଏମାନଙ୍କର ଜାମିନ୍ ହୋଇଥିଲା। ଏହି ତିନିଜଣ ଅଭିଯୁକ୍ତମାନେ ଏକତ୍ରିତ ହୋଇ ଏକ ଗ୍ୟାଙ୍ଗ୍ କରିଥିଲେ।

ଏମାନେ ବିଶେଷ କରି ମଠ, ମନ୍ଦିରକୁ ଟାର୍ଗେଟ୍ କରିଥାନ୍ତି। ଏହି ମର୍ମରେ ଶିରିଡ଼ି ସାଇ ମନ୍ଦିରରେ ଫେବୃୟାରୀ ମାସ ୩ ତାରିଖ ବିଳମ୍ବିତ ରାତିରେ ଲୁଟ୍‌ପାଟ୍ କରିଥିଲେ। ଏ ନେଇ ମନ୍ଦିରର ଟ୍ରଷ୍ଟ ପକ୍ଷରୁ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୋଲିସ୍ ଅଭିଯୋଗ ଆଧାରରେ କେସ୍ ନଂ ୫୪/୨୪ ରେ ମାମଲା ରୁଜ୍ଜୁ କରି ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଥିଲା।

ଅଭିଯୁକ୍ତମାନେ ଲୁଟ୍‌ପାଟ୍ କରି ରାଜ୍ୟ ବାହାରକୁ ଫେରାର ହୋଇଯାଇଥିଲେ। ଅଭିଯୁକ୍ତଙ୍କ ସଂପର୍କରେ ପୋଲିସ୍ ଟେକ୍‌ନିକାଲ ସର୍ଭିଲାନ୍‌ସ ଯୋଗେ ଜାଣିବାକୁ ପାଇଥିଲା। ପରେ ଏହି ଲୁଟ୍ ସାମଗ୍ରୀ କ୍ରୟ କରିଥିବା ବ୍ୟକ୍ତି ନେତାଜୀ ସାହୁକୁ ପୋଲିସ୍ ଉଠାଇ ଆଣି ପଚାର ଉଚରା କରିବା ପରେ ସେ ସବୁ ମାନିଯାଇଥିଲା। ଗତକାଲି ରାତିରେ ମୁଖ୍ୟ ଅଭିଯୁକ୍ତ ପୂଜକ ଦେବେନ୍ଦ୍ର ପଣ୍ଡା ଓ ତୁଷାର କାଣ୍ଡିକୁ ଗିରଫ କରି ତାଙ୍କ ନିକଟରୁ ନଗଦ ୨୫ ହଜାର ଟଙ୍କା ଓ ୨ଟି ମୋବାଇଲ୍ ଜବତ କରିଥିଲା।

ଏହି ଗ୍ୟାଙ୍ଗ୍‌ର ଅନ୍ୟ ଜଣେ ସଦସ୍ୟ ଫେରାର ହୋଇଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଲୁଟ୍ ହୋଇଥିବା ବହୁ ମୂଲ୍ୟର ସୁନା ଅଳଙ୍କାରକୁ ରାଜ୍ୟ ବାହାରେ ବିକ୍ରୟ କରିଥିବା ପୋଲିସ୍‌କୁ ଅଭିଯୁକ୍ତ ମନ୍ଦିର ପୂଜକ ସୂଚନା ଦେଇଥିଲା। ପୋଲିସ୍ ସୂଚନା ଆଧାରରେ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ଶ୍ରୀଯୁକ୍ତ ଦାଶ କହିଛନ୍ତି।

କୁଜଙ୍ଗ ଥାନା ଚୋରି ଘଟଣା ଜଗତସିଂହପୁର ଜିଲ୍ଲା ଶିରିଡି ସାଇ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ

February 14, 2026

‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ’କୁ ପ୍ରଶାସନିକ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି

February 14, 2026

ଜିଓ ସମେତ ୧୦ଟି ଦେଶର ୧୫ଟି ପ୍ରମୁଖ ଟେକ୍ କମ୍ପାନୀ ଗଠନ କଲେ “ଟ୍ରଷ୍ଟେଡ୍ ଟେକ୍ ଆଲାଏନ୍ସ”

February 14, 2026

ଅଭିଷେକ ଶର୍ମା ଖେଳିବେ କି?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଦେଲେ ସ୍ପଷ୍ଟ ଉତ୍ତର

February 14, 2026
Latest News

ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ

February 14, 2026

‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ’କୁ ପ୍ରଶାସନିକ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି

February 14, 2026

ଜିଓ ସମେତ ୧୦ଟି ଦେଶର ୧୫ଟି ପ୍ରମୁଖ ଟେକ୍ କମ୍ପାନୀ ଗଠନ କଲେ “ଟ୍ରଷ୍ଟେଡ୍ ଟେକ୍ ଆଲାଏନ୍ସ”

February 14, 2026

ଅଭିଷେକ ଶର୍ମା ଖେଳିବେ କି?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଦେଲେ ସ୍ପଷ୍ଟ ଉତ୍ତର

February 14, 2026

ପ୍ରସିଦ୍ଧ ଶୈବପୀଠ ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିରରେ ଜାଗର ଯାତ୍ରା: ଜାଣନ୍ତୁ କେବେ ଉଠିବ ମହାଦୀପ?

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.