Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»କଲରାପତରିଆ ବାଘ ଶିକାର ଘଟଣା: ୪ ଅଭିଯୁକ୍ତ କୋର୍ଟ ଚାଲାଣ, ୫ ଶିକାରୀ ଫେରାର
ଅପରାଧ

କଲରାପତରିଆ ବାଘ ଶିକାର ଘଟଣା: ୪ ଅଭିଯୁକ୍ତ କୋର୍ଟ ଚାଲାଣ, ୫ ଶିକାରୀ ଫେରାର

August 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): ଗତ ୨୬ ତାରିଖରେ ରେଢ଼ାଖୋଲ ବନଖଣ୍ଡ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ହୀରାଲୋଇ ଗ୍ରାମରେ ବାଘ ଶିକାର ଅଭିଯୋଗରେ ବନ ବିଭାଗ ୪ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବେଳେ ୫ ଜଣ ଶିକାରୀ ଫେରାର ଥିବା ବନ ବିଭାଗ ପ୍ରକାଶ କରିଛନ୍ତି। ଗିରଫ ଶିକାରୀ ମାନେ ହେଲେ କିସିଣ୍ଡା ଥାନା ହୀରାଲୋଇ ଗ୍ରାମର ଜୟ ମହାନନ୍ଦ (୬୦) କନକଦର ଗ୍ରାମର ପ୍ରଫୁଲ୍ଲ ବାର୍ଲା (୪୦), ହୀରାଲୋଇ ଗ୍ରାମର କୁଆଁର ଟପୋ, (୬୦)କନକଦର ଗ୍ରାମର ଦୀନବନ୍ଧୁ ଅତ୍ତି (୬୨)।

ଆଜି ସେମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ
ହାଜତକୁ ପଠାଇ ଦିଆଯାଇଛି। ଫେରାର ଥିବା ବାଣୁଆ ମାନେ ହେଲେ ହୀରାଲୋଇ ଗ୍ରାମର ପବିତ୍ର ମହାନନ୍ଦ, ଅରୁଣ ଜାଲ, ନଟୁ ସାହୁ,ସାହାରା ଟେଟେ, କଙ୍କଡର ଗ୍ରାମର ପାତ୍ରଶ ବାଗେ।

ସୂଚନା ଥାଉକି, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ହୀରାଲୋଇ ଗ୍ରାମରେ ବାଘ ଶିକାର ହୋଇଥିବା ସମ୍ପର୍କରେ ସୂଚନା ପାଇଥିଲା ବନବିଭାଗ।  ଖବର ପାଇ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଏବଂ ଫରେଷ୍ଟର ପ୍ରବୀଣ କୁମାର ସାହୁ ପ୍ରମୁଖ ସଦଳବଳେ ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ହୀରାଲୋଇ ଗ୍ରାମର ସମ୍ପୃକ୍ତ ଶିକାରୀମାନଙ୍କ ଘରେ ଚଢାଉ କରିଥିଲେ।

ଚଢାଉ ବେଳେ ସେମାନଙ୍କ ଠାରୁ ଏକ କଲରାପତରିଆ ବାଘ ଚମଡା ସହ ଗୋଟିଏ ଦେଶୀ ବନ୍ଧୁକ, ୪ଟି ଗୁଳି, ସମ୍ବର ଶିଙ୍ଘ ଓ କଡେଇରେ ରନ୍ଧା ହେଉଥିବା ବାଘ ମାଂସ ପାଇଥିଲେ।

ବାଘ ମାଂସକୁ ରାତିରେ ମଦ ସହିତ ଚାଖଣା କରିବାର ଯୋଜନା ରଖିଥିଲେ। ହେଲେ ବାଣୁଆ ମାନେ ବନବିଭାଗକୁ ଦେଖି ବାଘ ମାଂସକୁ ଖାଇପାରିନ ଥିଲେ। ଏହି ଘଟଣାରେ ବନବିଭାଗ ୪ଦିନ ଭିତରେ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗତ ୨୫ତାରିଖ ଠାରୁ ରେଢ଼ାଖୋଲ ଡ଼ିଏଫଓ ଅରବିନ୍ଦ ମହାନ୍ତି ଙ୍କ ସମେତ ଏସିଏଫ ରେଢ଼ାଖୋଲ, ଏସିଏଫ ନାକଟିଦେଉଳ, ରେଞ୍ଜର, ଫରେଷ୍ଟର ଆଦି ଟିମ ଗଠନ କରି ତଦନ୍ତକୁ ଜୋରଦାର କରିଛନ୍ତି।

ରେଢାଖୋଲ ବନଖଣ୍ଡ ଶିକାରୀ ଫେରାର
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.