Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଲୁଗାଁ: ୧୦ ଜୁଆଡ଼ି ଗିରଫ
ଅପରାଧ

ବାଲୁଗାଁ: ୧୦ ଜୁଆଡ଼ି ଗିରଫ

June 18, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ: ୧୦ ଜୁଆଡ଼ି ଗିରଫ
ବାଲୁଗାଁ: ୧୦ ଜୁଆଡ଼ି ଗିରଫ

ବାଲୁଗାଁ: ରଜ ପର୍ବ ଅବସରରେ ଚିଲିକା ବ୍ଲକ ଅନ୍ତର୍ଗତ ଗଳି କନ୍ଦିରେ ଜୁଆ ଖେଳ ଚାଲିଛି। ଏହିପରିପ୍ରେକ୍ଷୀରେ ଗବପଦର ଶିବ ମନ୍ଦିର ପରିସରରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି।ଖୋର୍ଦ୍ଧା ଏସ୍.ପି ପରମାର ସ୍ମିତ ପୁରୁଷୋତ୍ତମଦାସଙ୍କ ନିର୍ଦ୍ଦେଶ ଓ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସଞ୍ଜୟ କୁମାର ପଟ୍ଟନାୟକ ଓ ଥାନାଧିକାରୀଣୀ ଶ୍ରଦ୍ଧା ନାୟକଙ୍କ ନେତୃତ୍ୱରେ ବୁଧବାର ସକାଳେ ଗବପଦର ଶିବ ମନ୍ଦିର ପରିସରରେ ଜୁଆ ଖେଳ ଚାଲିଥିବା ଖବର ମିଳିବାରେ ଏଏସଆଇ ସୁକାନ୍ତ କୁମାର ପଟ୍ଟନାୟକ, ହାବିଲଦାର ରାମଦାସ ମାଝୀ, କନେଷ୍ଟବଳ ଆର୍. ମୋହନ ରେଡ୍ଡୀ, ସୁନୀଲ କୁମାର ପ୍ରଧାନ ଓ ରାଜୁଦ୍ଦିନ ଖାନ୍ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ। ପୋଲିସକୁ ଦେଖି ୬ ଜଣଙ୍କ ମଧ୍ୟରୁ ୨ ଜଣ ଖସି ପଳାଇଥିବା ବେଳେ ୪ ଜଣଙ୍କୁ ପୋଲିସ କାବୁ କରିଥିଲା।

ଗିରଫ ଅଭିଯୁକ୍ତମାନେ ହେଲେ ସନ୍ତୋଷ ରାୟଗୁରୁ (୪୭), ଶ୍ରୀପତି ମହାପାତ୍ର (୩୯), ଅକ୍ଷୟ ମହାପାତ୍ର (୪୫) ଓ ସନ୍ତୋଷ ପଣ୍ଡା (୨୭)। ଘଟଣାସ୍ଥଳରୁ ପୋଲିସ ୧୦୪ ଟି ତାସ ସହିତ ନଗଦ ୯୦୬୨ ଟଙ୍କା ଜବତ କରିଛି। ସେହିପରି ଇଞ୍ଜନପୁର କୋଠ ଘରେ ଜୁଆ ଖେଳ ଚାଲିଥିବା ବେଳେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି ପୋଲିସ।

ଖବର ମୁତାବକ ବାଲୁଗାଁ ପୋଲିସ ଆଜି ଇଞ୍ଜନପୁର କୋଠ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିବାସହ ୧୦୪ ଟି ତାସ ଓ ନଗଦ ୧୦୨୭୪ ଟଙ୍କା ଜବତ ହୋଇଛି। ଉକ୍ତ ଜୁଆ ଆଡ୍ଡରେ ୮ ଜଣ ଜୁଆଡ଼ିଙ୍କ ମଧ୍ୟରୁ ୨ ଜଣ ଖସି ପଳାଇଥିବା ବେଳେ ପୋଲିସ ୬ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା।

ଗିରଫ ଅଭିଯୁକ୍ତମାନେ ହେଲେ ସର୍ବେଶ୍ୱର ଜାଲି (୪୫), ନୀଳମଣି ବେହେରା (୩୮), ଟୁନା ବେହେରା (୩୧), ପବିତ୍ର ଦାସ (୪୭), ରଞ୍ଜନ ବିଷୋଇ (୨୪), ସୀମାଞ୍ଚଳ ସାହୁ (୩୪)।

ଚିଲିକା ବ୍ଲକ ଜୁଆଡ଼ି ଗିରଫ ବାଲୁଗାଁ ରଜ ପର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

Jio 10th Anniversary Offer: ୧,୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ ସହିତ ୬ ମାସର ମାଗଣା ରିଚାର୍ଜ

October 1, 2026

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026

ବନ୍ୟା ପ୍ରଭାବିତଙ୍କ ପାଇଁ ଦଶହରା ପୂର୍ବରୁ ସରିବ କ୍ଷତିପୂରଣ ବଣ୍ଟନ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

October 1, 2026

ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ

October 1, 2026
Latest News

Jio 10th Anniversary Offer: ୧,୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ ସହିତ ୬ ମାସର ମାଗଣା ରିଚାର୍ଜ

October 1, 2026

ଉଜ୍ଜ୍ୱଳା ଯୋଜନା ଉପରେ ସରକାରଙ୍କ ବଡ଼ ଘୋଷଣା: ଜାରି ରହିବ LPG ସବସିଡି 

October 1, 2026

ଜିମ୍ବାୱେରେ ହେଲିକପ୍ଟର ଦୁର୍ଘଟଣା: ବ୍ୟବସାୟୀ ୱିକନେଲ୍, ତାଙ୍କ ପତ୍ନୀଙ୍କ ସମେତ ୬ ମୃତ

October 1, 2026

ବାସି ରୁଟି ଫୋପାଡ଼ୁଛନ୍ତି କି? ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଉପକାରିତା

October 1, 2026

‘ନୂଆ ଭୋଟରମାନଙ୍କୁ ପିତାମାତାଙ୍କ ବିବରଣୀ ଦେବାକୁ ପଡ଼ିବ ନାହିଁ’: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.