Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମେସେଜ୍‌ ପାଇଁ ଯୁବକର ଜୀବନ ନେଲେ ସ୍ବାମୀ
ଅପରାଧ

ମେସେଜ୍‌ ପାଇଁ ଯୁବକର ଜୀବନ ନେଲେ ସ୍ବାମୀ

February 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଝାଡଖଣ୍ଡ: ସକାଳୁ ସକାଳୁ ନିଜର ପ୍ରିୟ ଜନମାନଙ୍କୁ ଶୁଭ ସକାଳ ବା ଗୁଡ୍‌ ମର୍ଣ୍ଣିଂର ମେସେଜ୍‌ ପଠାଇଲେ ବେଶ୍‌ ଖୁସି ହୋଇଥା’ନ୍ତି। କିନ୍ତୁ ଏହି ଗୁଡ୍‌ ମର୍ଣ୍ଣିଂ ମେସେଜ୍‌ ଯେ ଜଣକର ଜୀବନ ନେଇଯିବ, ସେକଥା କେହି କେବେ କଳନା କରିନଥିବେ । ଝାଡଖଣ୍ଡର ହଜାରିବାଗ୍‌ ଅଞ୍ଚଳରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଗୁଡ୍‌ ମର୍ଣ୍ଣିଂ ମେସେଜ୍‌ର ରିପ୍ଲାଇ କରିବା ଯୁବକଙ୍କୁ ବେଶ୍‌ ମହଙ୍ଗା ପଡିଛି । ମେସେଜ୍‌ର ଉତ୍ତର ଦେବାକୁ ଯାଇ ସେ ନିଜ ଜୀବନ ହରାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ସୁତଲତାନ୍ନା ଗ୍ରାମରେ ରହୁଥିବା ଜଣେ ମହିଳାଙ୍କଠାରୁ ଆସିଥିବା ମେସେଜ୍‌ର ଉତ୍ତର ଦେଇ ଜଣେ ଯୁବକଙ୍କୁ ମୃତ୍ୟୁ ଦଣ୍ଡ ଭୋଗିବାକୁ ପଡିଛି। ମହିଳାଜଣଙ୍କର ମେସେଜ୍‌ର ଉତ୍ତର ଦେଇଥିବାବେଳେ ମହିଳାଙ୍କ ସ୍ବାମୀ ଜଣକ ଏଥିରେ ନାରାଜ ହୋଇ ଯୁବକଙ୍କୁ ଛୁରୀରେ ହତ୍ୟା କରିଛନ୍ତି । ମୃତ ଯୁବକର ନାମ ମହମ୍ମଦ ସଲମାନ ଅନ୍‌ସାରୀ ବୋଲି ଜଣାପଡିଛି । 24 ବର୍ଷୀୟ ଏହି ଯୁବକ ଜଣକ ସୁଲତାନା ଗ୍ରାମରେ ରହୁଥିଲେ । 15 ଦିନ ପୂର୍ବରୁ ଯୁବକଙ୍କର ବିବାହ ହୋଇଥିଲା ।

ବଡକାଗାଓଁର ରହୁଥିବା ଜଣେ ମହିଳାଙ୍କ ତରଫରୁ ଗୁଡ୍‌ ମର୍ଣ୍ଣିଂ ମେସେଜ୍‌ ଆସିଥିଲା। ମୃତକ ସୁଲତାନ୍‌ ତାଙ୍କ ସ୍ତ୍ରୀଙ୍କ ବାନ୍ଧବୀ ଭାବି ମେସେଜ୍‌ର ଉତ୍ତର ଦେଇଥିଲେ।  ମହିଳାଙ୍କ ସ୍ବାମୀ ଜଣକ ଏହି ମେସେଜ୍‌ ଦେଖିବା ପରେ  ତାଙ୍କ ସ୍ତ୍ରୀଙ୍କୁ ଏହା ସମ୍ପର୍କରେ ପଚାରିଥିଲେ। ସ୍ତ୍ରୀ ଜଣକ ଏହି ନମ୍ବର ତାଙ୍କ ବାପଘର ଅଞ୍ଚଳରେ ରହୁଥିବା ସଲମାନ୍‌ଙ୍କ ବୋଲି କହିଥିଲେ। ଏହାପରେ ଅଭିଯୁକ୍ତଜଣକ ନିଜ ଭାଇ ଓ କିଛି ବ୍ୟକ୍ତିଙ୍କ ସହ ସ୍ତ୍ରୀଙ୍କ ବାପଘର ଅଞ୍ଚଳକୁ ଆସି ମୃତକଙ୍କ ଘରେ ପହଞ୍ଚି ପଚାରି ବୁଝିଥିଲେ। ଏହି ମେସେଜ୍‌କୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଯାଇଥିଲା। ମାମଲା ଏତେ ବଢିଗଲା ଯେ ଅଭିଯୁକ୍ତ ଜଣକ ସଲମାନଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ। ସଲମାନଙ୍କୁ ନେଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ସେ ମୃତ୍ୟୁବରଣ କରିଥିଲେ। ପୋଲିସ୍‌ ଏହି ଘଟଣାର ଗମ୍ଭୀରତାକୁ ଦେଖି ମାମଲା ଦାଏର କରି ତଦନ୍ତ ଆରମ୍ଭ କରିଛି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

ପୋଲିସ୍ ହେପାଜତରେ ମୃତ୍ୟୁ: ୨ କର୍ମଚାରୀ ନିଲମ୍ବିତ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

ପୋଲିସ୍ ହେପାଜତରେ ମୃତ୍ୟୁ: ୨ କର୍ମଚାରୀ ନିଲମ୍ବିତ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ବଢିଲା ଅଶୋଧିତ ତୈଳ ଦର

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.