ଗଣଦୁଷ୍କର୍ମ ପରେ ନିଜ ଦେହରେ ନିଆଁ ଲଗାଇଲେ ଶିଶୁ ଶ୍ରମିକ

Published: Feb 27, 2020, 4:57 pm IST

ଭୋପାଳ : ମହିଳାଙ୍କ ପ୍ରତି ଗଣଦୁଷ୍କର୍ମ ଏବଂ ଅତ୍ୟାଚାର ଦିନକୁ ଦିନ ବଢି ଚାଲିଥିବା ବେଳେ ଏହି ଧାରାରେ ସାମିଲ ହୋଇଛନ୍ତି ଭୋପାଳର ଜଣେ 14 ବର୍ଷୀୟା ଯୁବତୀ । ଶିଶୁ ଶ୍ରମିକ ଭାବରେ କାର୍ଯ୍ୟକରୁଥିବା ଏହି ସ୍କୁଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯିବା ପରେ ସେ ନିଜକୁ ନିଆଁ ଲଗାଇ ଦେଇଥିଲେ । ତିନି ଜଣ ସହକର୍ମୀ ଉକ୍ତ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା କାରଣରୁ ବୁଧବାର ଯୁବତୀ ଜଣକ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ନାଗପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯୁବତୀଙ୍କ ବୟାନ ଅନୁଯାୟୀ ବେତୁଲର ପୋଲିସ ପକ୍ଷରୁ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଯୁବତୀ ଜଣକ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ପରିବାରକୁ ସହାୟତା କରିବା ପାଇଁ ତଥା ନିଜର ପାଠପଢା ଖର୍ଚ୍ଚ ନିମନ୍ତେ ଏହି ଫ୍ୟାକ୍ଟ୍ରିରେ କାମ କରୁଥିଲେ । ଏକ ମାସ ପୂର୍ବରୁ ଉକ୍ତ ତିନି ସହକର୍ମୀ ଗଣଦୁଷ୍କର୍ମ କରିଥିଲେ । ଏହାପରେ ବାରମ୍ବାର ଧମକ ଦେବା ସହିତ ନିୟମିତ ଭାବରେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରି ଯୁବତୀ ଜଣକ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । (ଏଜେନ୍ସି)

Related posts