Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»କ୍ବାରେଣ୍ଟିନ୍‌ ଅବଧି ସମ୍ପୂର୍ଣ୍ଣ ନ କରିବାରୁ ପୁଅକୁ ହତ୍ୟା କଲା ବାପା
ଅପରାଧ

କ୍ବାରେଣ୍ଟିନ୍‌ ଅବଧି ସମ୍ପୂର୍ଣ୍ଣ ନ କରିବାରୁ ପୁଅକୁ ହତ୍ୟା କଲା ବାପା

May 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ବାଲାଘାଟରେ ଜଣେ ପୁତ୍ରକୁ ପିତା ହତ୍ୟା କରିଛନ୍ତି । ପୁତ୍ର କ୍ବାରେଣ୍ଟାଇନ୍‌ ଅବଧି ପୂରଣ ନ କରି ଘରକୁ ଯିବାକୁ ଚାହୁଁଥିବାରୁ ତାଙ୍କ ବାପା ପୁଅକୁ ହତ୍ୟା କରିଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପୁଅ ଜଣକ ନିକଟରେ ହାଇଦ୍ରାବାଦରୁ ଫେରିଥିଲେ। ଏଥିପାଇଁ ପିତାଙ୍କୁ କରୋନା ସଂକ୍ରମଣର ଭୟ ଲାଗି ରହିଥିଲା । ଏଥିପାଇଁ ସେ ତାଙ୍କ ପୁଅକୁ ଘରକୁ ଆସିବାକୁ ମନା କରିଥିଲେ । କିନ୍ତୁ ପୁଅ ପିତାଙ୍କ କଥାକୁ ଅମାନ୍ୟ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପିତା ଜଣକ ପୁତ୍ରକୁ ବାଡି ଦ୍ବାରା ବାଡେଇ ବାଡେଇ ହତ୍ୟା କରିଦେଇଛନ୍ତି। ଦେଶରେ ଏହା ବୋଧେ ପ୍ରଥମ ମାମଲା, ଯେଉଁଥିରେ କରୋନକୁ ଡରି ଜଣେ ପିତା ପୁତ୍ରର ହତ୍ୟା କରିଛି ।

ମିଳିଥିବା ସୂଚନା ଅନୁସାରେ ମୃତକ ନାମ ହେଉଛି ଟେକଚନ୍ଦ୍ର । ବାଲଘାଟ ଗଢୀର ବାସିନ୍ଦା ଟେକଚନ୍ଦ୍ର ହାଇଦ୍ରାବାଦରେ କାମ କରୁଥିଲେ । ଲକ୍‌ ଡାଉନ ପରେ ସେ ଚାଲି ଚାଲି ନିଜ ଗ୍ରାମକୁ ଫେରିଥିଲେ । ପୁଅ ହାଇଦ୍ରାବାଦର ରେଡ୍‌ ଜୋନରୁ ଫେରିଥିବାବେଳେ କାଳେ ତାଙ୍କ ପୁଅ ଯୋଗୁଁ ସାରା ଗ୍ରାମରେ କରୋନା ନ ବ୍ୟାପୁ ଏଥିପାଇଁ ତାଙ୍କ ବାପା ତାଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ପୁଅ ବାପାଙ୍କ କଥା ନ ମାନିବାରୁ ବାପା ରାଗରେ ପୁଅର ହତ୍ୟା କରିଦେଇଛନ୍ତି ।

ମେ ତିନି ତାରିଖରେ ଟେକଚନ୍ଦ ହାଇଦ୍ରାବାଦରୁ ଚାଲି ଚାଲି ନିଜ ଘରେ ପହଞ୍ଚିଥିଲେ । ତାଙ୍କ ପିତା ଭୀମଲାଲ୍‌ କରୋନା ଆଶଙ୍କା କରି ତାଙ୍କୁ ଗ୍ରାମରେ ଥିବା କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ  ସେ ସେଠାରେ ନ ରହି ଘରକୁ  ଆସିବାକୁ ଚାହିଁଥିଲେ । ପରେ ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ରାଗରେ ଭୀମଲାଲ୍‌ ପୁଅ ମୁଣ୍ଡକୁ ବାଡିରେ ତିନି ଚାରି ଥର ବାଡେଇ ଦେଇଥିଲେ । ଏଥିରେ ପୁଅ ଗୁରୁତର ହୋଇପଡିଥିଲେ । ତାଙ୍କୁ ତତ୍‌କ୍ଷଣାତ ହସ୍ପିଟାଲ୍‌ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ୍‌ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଥିବାର ଜଣାପଡିଛି ।

Father killed son
Share. Facebook Twitter LinkedIn Email WhatsApp Copy Link

Related Posts

ରାମ ମନ୍ଦିର ଦାନ ଚୋରି ମାମଲା: ତୁରନ୍ତ ଶୁଣାଣି କରିବାକୁ ମନା କଲେ  ସୁପ୍ରିମକୋର୍ଟ

June 29, 2026

ସକାଳୁ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

June 29, 2026

୬୫ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ସ ପ୍ରତିଯୋଗିତା ଉଦଯାପିତ

June 29, 2026

ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ କଳାକୃତି ନିର୍ମାଣ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

June 29, 2026
Latest News

ରାମ ମନ୍ଦିର ଦାନ ଚୋରି ମାମଲା: ତୁରନ୍ତ ଶୁଣାଣି କରିବାକୁ ମନା କଲେ  ସୁପ୍ରିମକୋର୍ଟ

June 29, 2026

ସକାଳୁ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

June 29, 2026

୬୫ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ସ ପ୍ରତିଯୋଗିତା ଉଦଯାପିତ

June 29, 2026

ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ କଳାକୃତି ନିର୍ମାଣ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

June 29, 2026

‘ପିଏମ୍ ଫ୍ୟାମିଲି କେୟାର୍ ଟ୍ରାକର୍’ ପାଇଲଟ୍ ପ୍ରକଳ୍ପକୁ ଉଦଘାଟନ କଲେ ଅମିତ ଶାହ

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.