Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଛେଳି ବ୍ୟବସାୟୀଙ୍କଠାରୁ ଲୁଟ୍ ଘଟଣା : ୧୧ ଗିରଫ, ଟଙ୍କା ଜବତ
ଅପରାଧ

ଛେଳି ବ୍ୟବସାୟୀଙ୍କଠାରୁ ଲୁଟ୍ ଘଟଣା : ୧୧ ଗିରଫ, ଟଙ୍କା ଜବତ

June 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ୨୮ ତାରିଖ ରାତିରେ ଧରାକୋଟ ଥାନା ଅନ୍ତର୍ଗତ ବଡ଼ଗଡ଼-କୁଲାଗଡ଼ ଛକରେ ହୋଇଥିବା ବଡ଼ ଧରଣର ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ୍‌ । ପୋଲିସ୍ ମାଷ୍ଟର ମାଇଣ୍ଡ ଅଟୋ ଡ୍ରାଇଭର ସହ ୧୧ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୨ଲକ୍ଷ ୫୯ହଜାର ୫ଶହ ଟଙ୍କା ସହ ମୋଟର ସାଇକେଲ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଅନିଲ ଡ଼ାକୁଆ (୨୪), କୃଷ୍ଣଚନ୍ଦ୍ର ଜେନା (୨୪), ମିଲିକେଶନ ବେହେରା (୨୨), ସୁଜିତ ବିଷୋୟୀ (୨୨), ଲକ୍ଷ୍ମୀନାରାୟଣ ବେହେରା (୨୨), ରାଜେଶ୍ୱର ନାୟକ(୨୩), ଶ୍ରୀକାନ୍ତ ଗୌଡ଼ (୨୨), କବି ଗୌଡ଼ (୨୫), ବସନ୍ତ କୁମାର ବିଷୋୟୀ, ଅମରନାଥ ମୁନି(୨୩) ଏବଂ ଅରୁଣ ନାୟକ (୨୨) ।

ସୂଚନାଯୋଗ୍ୟ ୨୭ ତାରିଖରେ ବଡ଼ଗଡ଼ ଥାନା କେନ୍ଦୁପଲ୍ଲି ଗ୍ରାମର ବି. ବାୟା ପାତ୍ର, ଏ. ଗଣେଶ ପାତ୍ର ଏବଂ ଏସ୍‌ଭି ତ୍ରିପତି ପାତ୍ର ସେମାନଙ୍କ ଛେଳି ବିକିବାକୁ ବିଶାଖପାଟଣା ଯାଇଥିଲେ । ସେଠାରୁ ଛେଳି ବିକ୍ରି କରିବା ପରେ ଛେଳିବିକ୍ରିର ୧୬ ଲକ୍ଷ ୮୦ ହଜାର ଟଙ୍କା ଧରି ଇଚ୍ଛାପୁରରେ ରାତ୍ର ୮ ଘଣ୍ଟାରେ ପହଞ୍ଚିଥିଲେ । ଅଟୋ ଡ଼୍ରାଇଭର ଅଭିଯୁକ୍ତ କବି ଗୌଡ଼ ଏବଂ ହେଲ୍‌ପର ବସନ୍ତ କୁମାର ବିଷୋୟୀ ଅଟୋ ଧରି ଆସି ତିନିଜଣଙ୍କୁ ଅଟୋ ବସାଇ ଡ଼ାକବିଜା ଗ୍ରାମ ଅଭିମୁଖେ ବାହାରିଥିଲେ । ସେମାନେ ଗିରିସୋଲା, ଦିଗପହଣ୍ଡି, ପାଟପୁର, ବନ୍ଧାଗୁଡ଼ା ଛକ ଦେଇ ଘରକୁ ଫେରିବାବେଳେ ରାତ୍ର ୧୨ଟା ସମୟରେ ୪ଟି ବାଇକ୍‌ରେ ୮ ଜଣ ଡ଼କାୟତି ତାଙ୍କୁ ଅଟାକାଇଥିଲେ । ପିସ୍ତଲ, ବୋମା ଏବଂ ଖଣ୍ଡା ଦେଖାଇ ଭୟଭୀତ କରି ସେମାନଙ୍କ ନିକଟରୁ ୧୬ ଲକ୍ଷ ୮୦ ହଜାର ଟଙ୍କା ଧରି ଚମ୍ପଟ ମାରିଥିଲେ ।

ଏନେଇ ସକାଳୁ ବି. ବାୟା ପାତ୍ର ଧରାକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ଥାନା କେସ ନଂ ୮୩/୨୮.୫.୨୦୨୦, ୟୁ/ଏସ୍ ୩୯୫, ଆଇପିସି ଆର୍‌/ଡ଼ବ୍ଲୁ ୨୫/୨୭ରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଥିଲେ । ଅନୁସନ୍ଧାନରେ ଏହି ଘଟଣାରେ ଅଟୋ ଡ୍ରଇଭର ଏବଂ ହେଲ୍‌ପରଙ୍କ ସଂପୃକ୍ତ ଥିବାରୁ ସେମାନଙ୍କୁ ଡ଼ାକି ପଚରା ଉଚରା କରିବା ପରେ ସେମାନେ ସେମାନଙ୍କ ଦୋଷ ସ୍ୱୀକାର କରିବା ସହ ସେମାନଙ୍କ ଅନ୍ୟ ୯ ଜଣ ସହଯୋଗୀଙ୍କ ନାମ ପ୍ରକାଶ କରିଥିଲେ । ପୋଲିସ୍ ସମସ୍ତ ଅଭିଯୁକ୍ତକୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୨ ଲକ୍ଷ ୫୯ହଜାର ୫୦୦ ଟଙ୍କା, ୪ଟି ମୋଟର ସାଇକେଲ୍‌, ୮ଟି ମୋବାଇଲ୍ ଫୋନ୍‌, ଗୋଟିଏ ମେଟାଲ ପଞ୍ଚ, ଗୋଟିଏ ଖେଳଣା ବନ୍ଧୁକ, ଅଭିଯୋଗକାରୀଙ୍କ ଦୁଇଟି ଜଳାଯାଇଥିବା ମୋବାଇଲ୍ ଫୋନ୍ ଜବତ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲଣ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଗଂଜାମ ଏସ୍‌ପି ବ୍ରିଜେଶ କୁମାର ରାଏ ସୂଚନା ଦେଇଛନ୍ତି ।

୧୧ ଗିରଫ ଲୁଟ୍ ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026
Latest News

ଆଜି ମଇ ୧୫ ତାରିଖ ଶୁକ୍ରବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

May 15, 2026

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.