Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀଙ୍କୁ ମିିଳିଲା ଏପରି ଦଣ୍ଡ
ଅପରାଧ

ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀଙ୍କୁ ମିିଳିଲା ଏପରି ଦଣ୍ଡ

July 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମଧ୍ୟପ୍ରଦେଶ : ସ୍ବାମୀକୁ ପ୍ରତାରଣା ଦେବା ଅଭିଯୋଗରେ ଜଣେ ସ୍ତ୍ରୀକୁ ମିଳିଛି କଠୋର ଦଣ୍ଡ । ଏପରି ଏକ ଘଟଣା ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାର ଆସିଛି । ଏଠାରେ ଏକ ବିବାହିତା ମହିଳାଙ୍କର ବିବାହ ପରେ ଅନ୍ୟ ଏକ ପୁରୁଷ ସହ ପ୍ରେମ ସମ୍ପର୍କ ରହିଥିବା ସନ୍ଦେହରେ ସ୍ତ୍ରୀକୁ  କଠୋର ଦଣ୍ଡ ମିଳିଛି । ସ୍ବାମୀଙ୍କୁ ପ୍ରତାରଣା ଦେବା ଅଭିଯୋଗରେ ସ୍ତ୍ରୀ ଜଣକୁ ନିଜ ସ୍ବାମୀକୁ କାନ୍ଧରେ ବସାଇ ଗାଁ ସାରା ବୁଲିବାକୁ ପଡିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ସର୍ବସାଧାରଣରେ ଜଣେ ସ୍ତ୍ରୀଲୋକ ସହିତ ଏପରି ବ୍ୟବହାର ପ୍ରଦର୍ଶନ ହେଉଥିବାବେଳେ ସେଠାରେ ଉପସ୍ଥିତ ଥିବା ଲୋକେ ଏହି ଦଣ୍ଡକୁ ଉପଭୋଗ କରୁଥିଲେ ଏବଂ ଭିଡିଓ ସୁଟିଂ କରୁଥିଲେ । କେହି ମଧ୍ୟ ମହିଳାଙ୍କୁ ସାହାଯ୍ୟ କରିନଥିଲେ ।

ମିଳିଥିବା ସୂଚନା ଅନୁସାରେ ପୀଡ଼ିତା ମହିଳା ଜଣକ ତାଙ୍କ ସ୍ବାମୀଙ୍କ ସହିତ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ରବିବାର ଦିନ ଯେତେବେଳେ ଦୁହେଁ କାମ ସାରି ଫେରୁଥିଲେ ସେତେବେଳେ ତାଙ୍କ ସ୍ବାମୀଙ୍କୁ ସନ୍ଦେହ ହୋଇଥିଲା କି ତାଙ୍କ ସ୍ତ୍ରୀ ଆଉ କାହା ସହ ପ୍ରେମ ସମ୍ପର୍କରେ ରହିଛନ୍ତି । ଏହା ପରେ ମହିଳାଙ୍କ ପରିବାର ଲୋକେ ମହିଳାଙ୍କୁ ସନ୍ଦେହ କରି ଏପରି ଏକ ନିଷ୍ଠୁର ଦଣ୍ଡ ଦେଇଛନ୍ତି । ତେବେ ମହିଳାଙ୍କ ଜଣକ ତାଙ୍କ ସ୍ବାମୀଙ୍କ କାନ୍ଧରେ ଧରି ଗାଁ ରାସ୍ତାରେ ଚାଲୁଥିବାର ଭିଡିଓ ଭାଇରାଲ୍‌ ହୋଇଛି । ମହିଳା ଜଣକ କହିଛନ୍ତି ଯେ, ସେ କାହା ସହିତ ଚାଲିଯାଇଥିବାର ଅଭିଯୋଗ କରି ତାଙ୍କୁ ଏପରି ଦଣ୍ଡ ଦେବା ସହିତ ମାଡ ମଧ୍ୟ ମରାଯାଇଥିଲା ।

ଝାବୁଆ ପୋଲିସ୍‌ ଅଧୀକ୍ଷକ ଏହି ଘଟଣା ସମ୍ପର୍କରେ କହିଛନ୍ତି ଯେ, ଏହି ମାମଲାରେ ସାମିଲ୍‌ ହୋଇଥିବା ସମସ୍ତଙ୍କ ଲୋକଙ୍କ ବିରୋଧରେ ମାମଲା ଦାଏର ହେବ । ତେବେ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଛି ।

extramaritalaffair
Share. Facebook Twitter LinkedIn Email WhatsApp Copy Link

Related Posts

ନିଷିଦ୍ଧ ପଦାର୍ଥ ଚାଲାଣ ଓ ପରିଚାଳନାରେ ଜଡିତଙ୍କ ବିରୋଧରେ କଡ଼ା ଅପରାଧିକ କାର୍ଯ୍ୟାନୁଷ୍ଠାନ: କେନ୍ଦ୍ର ମନ୍ତ୍ରୀ

April 17, 2026

ଏଆଇ ପ୍ରଶାସନ ଓ ଆର୍ଥିକ ଗୋଷ୍ଠୀ ଗଠନ କଲେ ସରକାର

April 17, 2026

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

April 17, 2026

ବଦଳୁଛି ପଶ୍ଚିମ ଏସିଆର ପରିସ୍ଥିତି: ଖଣି ଓ ଶିଳ୍ପ ଆବଶ୍ୟକତା ପୁରଣ କରିବାକୁ ଗୁରୁତ୍ୱ

April 17, 2026
Latest News

ନିଷିଦ୍ଧ ପଦାର୍ଥ ଚାଲାଣ ଓ ପରିଚାଳନାରେ ଜଡିତଙ୍କ ବିରୋଧରେ କଡ଼ା ଅପରାଧିକ କାର୍ଯ୍ୟାନୁଷ୍ଠାନ: କେନ୍ଦ୍ର ମନ୍ତ୍ରୀ

April 17, 2026

ଏଆଇ ପ୍ରଶାସନ ଓ ଆର୍ଥିକ ଗୋଷ୍ଠୀ ଗଠନ କଲେ ସରକାର

April 17, 2026

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

April 17, 2026

ବଦଳୁଛି ପଶ୍ଚିମ ଏସିଆର ପରିସ୍ଥିତି: ଖଣି ଓ ଶିଳ୍ପ ଆବଶ୍ୟକତା ପୁରଣ କରିବାକୁ ଗୁରୁତ୍ୱ

April 17, 2026

ଆଜି ଏପ୍ରିଲ ୧୭ ତାରିଖ ଶୁକ୍ରବାର ଦିନ ସାତୋଟି ରାଶିର ଭାଗ୍ୟ ହେବ ଉଜ୍ଜ୍ଵଳ

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.