Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁରରେ ରାସାୟନିକ ସାରର କଳାବଜାରୀ: ୨୬୭ ଟଙ୍କା ୟୁରିଆ ବସ୍ତା ବିକ୍ରି ହେଉଛି ୬୫୦ ଟଙ୍କାରେ
ଅପରାଧ

ବାଣପୁରରେ ରାସାୟନିକ ସାରର କଳାବଜାରୀ: ୨୬୭ ଟଙ୍କା ୟୁରିଆ ବସ୍ତା ବିକ୍ରି ହେଉଛି ୬୫୦ ଟଙ୍କାରେ

September 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ 

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ରେ ବଢିଚାଲିଛି ସାର କଳା ବଜାରୀ। ଦିନକୁ ଦିନ ସାର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଉଛି। କିଛି ଦୋକାନୀଙ୍କ ଲାଗି ଏହି କଳା ବଜାରୀ ବଢୁଛି। ୟୁରିଆ ବସ୍ତାରେ ୨୬୬.୫୦ ପଇସା ପ୍ରିଣ୍ଟ ଥିବା ବେଳେ ବାଣପୁରରେ ୬୫୦ ଟଙ୍କା ପର୍ଯ୍ୟନ୍ତ ବସ୍ତା ପ୍ରତି ବିକ୍ରି ହେଉଛି। ଲକ ଡ଼ାଉନ ମାଡ଼ରେ ଚାଷୀକୁଳର ଏକ ରକମର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ୟୁରିଆ କଳା ବଜାରୀ ଏବେ ବୋଝ ଉପରେ ନଳିତା ବିଡ଼ା ସଦୃଶ।

ବିଶେଷକରି ବାଣପୁର ବ୍ଲକରେ ଅନେକ ଦୋକାନୀ ୟୁରିଆ ବସ୍ତା ପିଛା ପାଖାପାଖି ଦୁଇ ଗୁଣ ଅଧିକ ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଗତ ଦୁଇ ଦିନ ତଳେ ଆୟତପୁରରେ ୟୁରିଆ ବସ୍ତା ପ୍ରତି ୫୫୦ ଟଙ୍କା ଏବଂ ବାଣପୁର ବଜାରରେ ଜଣେ ଦୋକାନୀ ୫୪୦ ଟଙ୍କା ବିକ୍ରି କରୁଥିବାର ଅଭିଯୋଗ ହେଉଥିବା ବେଳେ ଗତକାଲି ବାଣପୁର ନିକଟରେ ଆଉ ଗୋଟେ ଦୋକାନୀ ୬୫୦ ଟଙ୍କା ବସ୍ତା ପ୍ରତି ବିକ୍ରି କରୁଥିବାର ଅଭିଯୋଗ ହେଉଛି। ଏହା ଏକ ଜଘନ୍ୟ ଅପରାଧ। ସରକାରଙ୍କ ନିୟମ ଅନୁଯାୟୀ କୌଣସି ଦୋକାନୀ ଏମ.ଆର.ପି ରୁ ଟଙ୍କାଟିଏ ବି ଅଧିକ ଦାମ ନେଇପାରିବନି କିନ୍ତୁ ଏଠି ଏମ.ଆର.ପି ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଦାମ ନେଉଛନ୍ତି ଦୋକାନୀ।

ଯଦି ଚାଷୀ ମାନେ ଏହାକୁ ବିରୋଧ କରୁଛନ୍ତି ତେବେ ଦୋକାନୀ କହୁଛନ୍ତି ଆମେ ଉପରୁ ଅଧିକା ରେଟରେ କିଣିକି ଆଣୁଛୁ। ହେଲେ ଦୁଇ ଦିନ ତଳେ ଏ ନେଇ ଆମ ପ୍ରତିନିଧି ବାଣପୁର ବ୍ଲକ କୃଷି ଅଧିକାରୀ ଅଜୟ କରଙ୍କୁ ଯୋଗାଯୋଗ କରିଥିବାବେଳେ ସେ ଉକ୍ତ ଅଭିଯୋଗକୁ ପରୋକ୍ଷ ଭାବେ ସ୍ୱୀକାର କରିଥିବା ସହ ଶୋଷଣର ଶିକାର ହେଉଥିବା ଚାଷୀ ମାନେ ଅଧିକାରୀଙ୍କ ନିକଟରେ ଏ ପର୍ଯ୍ୟନ୍ତ କୌଣସି ପ୍ରକାର ଲିଖିତରେ ଅଭିଯୋଗ ନକରିବା କୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ତତସହିତ ଏହାର ତଦନ୍ତ କରିବେ ବୋଲି କହିଥିଲେ।

ଏହି ପରିପ୍ରେକ୍ଷୀରେ ଗତକାଲି କୃଷି ଅଧିକାରୀ ଗମ୍ଭାରୀମୁଣ୍ଡା, ଆୟତପୁର, ଭାଟପଡା ଆଦି ଅଞ୍ଚଳ ଗସ୍ତ କରି ୟୁରିଆ କଳାବଜାରୀର ତଦନ୍ତ କରିଥିଲେ। ଏଥି ସହ କୃଷି ଅଧିକାରୀ ୬ ଗୋଟି ଦୋକାନୀଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିବାର ସୂଚନା ରହିଛି।  ଆଗାମୀ ଦିନରେ ବାଣପୁର ପୋଲିସର ସହଯୋଗରେ ବାଣପୁର ବ୍ଲକରେ ସାର କଳାବଜାରୀଙ୍କ ଉପରେ ଜୋରଦାର ଚଢ଼ାଉ କରାଯିବା ସହ ଦରକାର ପଡିଲେ ସେମାନଙ୍କ ଲାଇସେନ୍ସ ମଧ୍ୟ ବାତିଲ କରାଯିବ ବୋଲି କୃଷି ଅଧିକାରୀ ଶ୍ରୀ କର ମତ ପ୍ରକାଶ କରିଛନ୍ତି।

ଏହା ସହ ଯଦି କୃଷକ ଭାଇ ମାନଙ୍କୁ କୌଣସି ଦୋକାନୀ ୟୁରିଆ ବସ୍ତା ପିଛା ଏମ.ଆର.ପି ଠାରୁ ଅଧିକା ଟଙ୍କା ମାଗନ୍ତି ତାହାଲେ ତୁରନ୍ତ ସମ୍ପୃକ୍ତ ଦୋକାନୀଙ୍କ ନାମରେ କୃଷକମାନେ କୃଷି ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ପାଇଁ ବ୍ଲକ କୃଷି ଅଧିକାରୀ ଶ୍ରୀ କର ଅନୁରୋଧ କରିଛନ୍ତି।

କଳା ବଜାରୀ ବାଣପୁର ୟୁରିଆ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତ୍ନତତ୍ତ୍ଵ ବିଭାଗ ଦ୍ୱାରା ଛତାଗଡ଼ ଓ ବେତଗଡ଼ର ଗବେଷଣା କରାଯାଉ: ଦାବିପତ୍ର ପ୍ରଦାନ

April 3, 2026

ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରା ଦେବା ରେଳବାଇର ପ୍ରାଥମିକତା: ଅଶ୍ୱିନୀ ବୈଷ୍ଣବ

April 3, 2026

ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

April 3, 2026

ଆମେରିକୀୟ ଏଫ-୩୫ ଲଢ଼ୁଆ ବିମାନକୁ ଖସାଇଲା ଇରାନ: ପାଇଲଟ୍‌ ଅଟକ

April 3, 2026
Latest News

ପ୍ରତ୍ନତତ୍ତ୍ଵ ବିଭାଗ ଦ୍ୱାରା ଛତାଗଡ଼ ଓ ବେତଗଡ଼ର ଗବେଷଣା କରାଯାଉ: ଦାବିପତ୍ର ପ୍ରଦାନ

April 3, 2026

ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରା ଦେବା ରେଳବାଇର ପ୍ରାଥମିକତା: ଅଶ୍ୱିନୀ ବୈଷ୍ଣବ

April 3, 2026

ଇନ୍ଧନ ଯୋଗାଣ ସ୍ଥିତି ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ପେଟ୍ରୋଲିୟମ ସଚିବଙ୍କ ସମୀକ୍ଷା ବୈଠକ 

April 3, 2026

ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

April 3, 2026

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.