Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମ୍ୟାଚିଂ ଶାଢୀ ଓ ଲିପିଷ୍ଟିକ୍‌ ପାଇଁ ସ୍ବାମୀଙ୍କ ବିରୋଧରେ ଏତଲା ଦେଲେ ମହିଳା
ଅପରାଧ

ମ୍ୟାଚିଂ ଶାଢୀ ଓ ଲିପିଷ୍ଟିକ୍‌ ପାଇଁ ସ୍ବାମୀଙ୍କ ବିରୋଧରେ ଏତଲା ଦେଲେ ମହିଳା

November 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଉତ୍ତରପ୍ରଦେଶ : ସାଧାରଣତଃ ମହିଳାମାନେ ଶୃଙ୍ଗାରପ୍ରିୟ । ତେବେ ଏହି ଶୃଙ୍ଗାର ସାମଗ୍ରୀ ପାଇଁ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ଏପରି ଏକ ଅଜବ ମାମଲା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶରେ ପୋଲିସ୍‌ ମହିଳା ଉତ୍ପୀଡନ ମାମଲାର ତ୍ବରିତ ଶୁଣାଣି ତଥା ସମାଧାନ ପାଇଁ ପ୍ରତ୍ୟେକ ଥାନାରେ ମହିଳା ହେଲ୍ପ ଡେସ୍କ ସ୍ଥାପନ କରିଛନ୍ତି । ମିଶନ ଶକ୍ତି ଆଧାରରେ ସ୍ଥାପିତ ହୋଇଥିବା ଏହି ମହିଳା ଡେସ୍କ କିଛି ଦିନ ଭିତରେ ଆରମ୍ଭ ହୋଇଛି । ଏଠାକୁ ପ୍ରତ୍ୟେହ ମହିଳାମାନେ ନିଜ ନିଜ ସମସ୍ୟାକୁ ନେଇ ପହଞ୍ଚି ଅଭିଯୋଗ କରିଥଶ’ନ୍ତି । ତେବେ ଏଠାରେ ପ୍ରାୟତଃ ଘରୋଇ ହିଂସାର ମାମଲା ଆସିଥିଲା । କିନ୍ତୁ ଚନ୍ଦୌଲୀ ଥାନା ସ୍ଥାପିତ ମହିଳା ହେଲ୍ପ ଡେସ୍କକୁ ଏମିତି ଏକ ମାମଲା ଆସିଛି, ଯାହାକୁ ଶୁଣି ସମେସ୍ତ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଅଭିଯୋଗକାରିଣୀ ନିଜ ସ୍ବାମୀଙ୍କ ନାମରେ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗଟା ଟିକେ ନୁହେଁ ବରଂ ପୂରା ଭିନ୍ନଧରଣର। ମହିଳାଙ୍କ ସ୍ବାମୀ ତାଙ୍କୁ ମ୍ୟାଚିଂ ଶାଢୀ, ଲିପିଷ୍ଟିକ୍‌, ଚୁଡି ଓ ମେକଅପ୍‌ ସାମଗ୍ରୀ ନ ଦେବାରୁ ଏନେଇ ଅଭିଯୋଗ କରିଛନ୍ତି ମହିଳା। ତେବେ ଏପରି ଅଜବ ମାମଲା ଶୁଣି ସେଠାରେ ନିୟୋଜିତ ଥିବା ମହିଳା ପୋଲିସ୍‌ କର୍ମୀମାନେ ଆଶ୍ଚର୍ଯ୍ୟ ହେବା ସହିତ ମହିଳାଙ୍କୁ ବୁଝାଇଥିଲେ ।  ବହୁ ବୁଝାଇବ ପରେ ମହିଳା ଜଣକ ବୁଝିଥିଲେ । ମହିଳାଙ୍କ ଅଭିଯୋଗ ଶୁଣି ସେଠାରେ ନିୟୋଜିତ ରହିଥିବା ମହିଳା ପୋଲିସ୍‌ କର୍ମୀଙ୍କ ଅକଲ ଗୁଡୁମ ହୋଇଥିଲା । ପରେ ବହୁ କଷ୍ଟରେ ମହିଳାଙ୍କୁ ବୁଝାଇସୁଝାଇ ଘରକୁ ପଠାଇଥିଲେ ।

ତେବେ ମହିଳା ଜଣକ କହିଥିଲେ ଯେ କେବଳ ମ୍ୟାଚିଂ ଶାଢୀ, ଲିପିଷ୍ଟିକ କି ଚୁଡି ତାଙ୍କ ସ୍ବାମୀ ଦେଉନାହାନ୍ତି ତାହା ନୁହେଁ ଯେବେ ଗ୍ୟାସ୍‌ ସରିଯାଏ, ତେବେ ତାଙ୍କ ସ୍ବାମୀ ତାଙ୍କୁ ଘଷି ଓ କାଠରେ ରୋଷେଇ କରିବାକୁ କୁହନ୍ତି । ମହିଳା ଜଣକ ରାଗରେ ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । ତେବେ ପ୍ରଥମେ ଏହି କଥା ଶୁଣି ମହିଳା ପୋଲିସ୍‌ କର୍ମୀ ଚିନ୍ତାରେ ପଡିଥିଲେ ତେବେ ତାଙ୍କୁ ଶେଷରେ ବୁଝାଇ ପାରିବାରେ ସଫଳ ହୋଇଥିଲେ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନରେ HIV ଆତଙ୍କ!: କରାଚୀ ହସ୍ପିଟାଲରେ ୬ ଶିଶୁଙ୍କ ମୃତ୍ୟୁ, ୯୪ ପଜିଟିଭ୍

August 14, 2026

ଶ୍ରୀଲଙ୍କା ସିରିଜ୍ ଶେଷ ସୁଯୋଗ!: ଭାରତୀୟ ଖେଳାଳିଙ୍କୁ ଚେତାବନୀ ଦେଲେ ଗୌତମ ଗମ୍ଭୀର

August 14, 2026

କଟକ ଟ୍ରାଫିକ୍‌ ଭିଡ଼ ନେଇ ହାଇକୋର୍ଟଙ୍କ ଉଦ୍‌ବେଗ: ଡିସିପିଙ୍କ ଅଧ୍ୟକ୍ଷତାରେ ଗଠନ ହେବ କମିଟି

August 14, 2026

ସହରାଞ୍ଚଳରେ ନୂଆ ଜାତୀୟ ରାଜପଥ ନୀତି: ୪ ଲେନ୍‌ର ବାଇପାସ୍‌ ଓ ରିଙ୍ଗ୍‌ରୋଡ୍‌କୁ ଗୁରୁତ୍ୱ

August 14, 2026
Latest News

ପାକିସ୍ତାନରେ HIV ଆତଙ୍କ!: କରାଚୀ ହସ୍ପିଟାଲରେ ୬ ଶିଶୁଙ୍କ ମୃତ୍ୟୁ, ୯୪ ପଜିଟିଭ୍

August 14, 2026

ଶ୍ରୀଲଙ୍କା ସିରିଜ୍ ଶେଷ ସୁଯୋଗ!: ଭାରତୀୟ ଖେଳାଳିଙ୍କୁ ଚେତାବନୀ ଦେଲେ ଗୌତମ ଗମ୍ଭୀର

August 14, 2026

କଟକ ଟ୍ରାଫିକ୍‌ ଭିଡ଼ ନେଇ ହାଇକୋର୍ଟଙ୍କ ଉଦ୍‌ବେଗ: ଡିସିପିଙ୍କ ଅଧ୍ୟକ୍ଷତାରେ ଗଠନ ହେବ କମିଟି

August 14, 2026

ସହରାଞ୍ଚଳରେ ନୂଆ ଜାତୀୟ ରାଜପଥ ନୀତି: ୪ ଲେନ୍‌ର ବାଇପାସ୍‌ ଓ ରିଙ୍ଗ୍‌ରୋଡ୍‌କୁ ଗୁରୁତ୍ୱ

August 14, 2026

ପୁଲିସ ସେବା ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ପୁଲିସ କର୍ମଚାରୀ ପାଇବେ ସମ୍ମାନ

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.