Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କାଠରେ ମାତ୍ର ଚାରି ଇଞ୍ଚ ଉଚ୍ଚତାର ମା ତାରା ତାରିଣୀ ମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ ଦିଲୀପ
ବିଶେଷ ଖବର

କାଠରେ ମାତ୍ର ଚାରି ଇଞ୍ଚ ଉଚ୍ଚତାର ମା ତାରା ତାରିଣୀ ମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ ଦିଲୀପ

April 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
କାଠରେ ମାତ୍ର ଚାରି ଇଞ୍ଚ ଉଚ୍ଚତାର ମା ତାରା ତାରିଣୀ ମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ ଦିଲୀପ

ବ୍ରହ୍ମପୁର: ବ୍ରହ୍ମପୁର ସହରର କ୍ଷୁଦ୍ର କାଷ୍ଠ ଶିଳ୍ପୀ ଗ୍ରାଣ୍ଡମାଷ୍ଟର ଦିଲୀପ ମହାରଣା ପୁଣି ଥରେ ଏକ ନୂଆଁ ବିସ୍ମୟ ସୃଷ୍ଟି କଲାଭଳି ଏକ କଳାକୃତି ନିର୍ମାଣ କରିଛନ୍ତି। ପୁର୍ବରୁ ସେ ପୁରୀ ଶ୍ରୀମନ୍ଦିର, ରାମ ମନ୍ଦିର ଏକ ଇଞ୍ଚ ଏବଂ ଅଧା ଇଞ୍ଚ ବିଶିଷ୍ଠ ମା ଦୁର୍ଗାଙ୍କ ପ୍ରତିମୂର୍ତ୍ତି, ବ୍ରହ୍ମପୁର ବୁଢ଼ୀ ଠାକୁରାଣୀଙ୍କର କ୍ଷୁଦ୍ରତମ ମୁଖା, ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ନନ୍ଦିଘୋଷ ରଥ ନିର୍ମାଣ କରି ସାରା ଦେଶରେ ଚହଳ ସୃଷ୍ଟି କରିଥିଲେ।

ଏବେ ତା ସହ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ଏସିଆ ବୁକ ଅଫ ରେକର୍ଡ୍ସରେ ଗ୍ରାଣ୍ଡମାଷ୍ଟର ଉପାଧି ପାଇଥିଲେ ଏବଂ ଏକ୍ସକ୍ଲୁସିଭ ୱାରଲଡ଼ ରେକର୍ଡ୍ସରେ ନିଜକୁ ସ୍ଥାନିତ କରି ବ୍ରହ୍ମପୁର ମାଟିକୁ ଅନେକ ସମ୍ମାନ ଆଣିବା ସହ କିଛି ନୁଆଁ କରିବା ସଂକଳ୍ପ ନେଇ ଆଗକୁ ବଢ଼ିଛନ୍ତି। ତେବେ ବର୍ତ୍ତମାନ ଦକ୍ଷିଣ ଓଡିଶା ସମେତ ସାରା ରାଜ୍ୟରେ ଚୈତ୍ର ମେଳା ପାଇଁ ବେସ ପ୍ରସିଦ୍ଧ ଲାଭ କରିଥିବା ଶକ୍ତିପୀଠ ତାରା ତାରିଣୀ ମନ୍ଦିରର ଏକ ଅବିକଳ ପ୍ରତିକୃତି କାଠରେ ନିର୍ମାଣ କରିଛନ୍ତି।

ମାତ୍ର ଚାରି ଇଞ୍ଚ ଉଚ୍ଚତା ବିଶିଷ୍ଠ ମା ତାରା ତାରୀଣିଙ୍କ ମୁଖ୍ୟ ମନ୍ଦିର ସମେତ ଜଗମୋହନ ନାଟ ମଣ୍ଡପ ତା ସହ ପଞ୍ଚୁ ଦେବା ଦେବୀଙ୍କର ମନ୍ଦିର ଯଜ୍ଞ ବେଦିକା, ମହା ସ୍ନାନ ମଣ୍ଡପ ସୁନ୍ଦର ପାଚେରୀ ସହିତ ମୁଖ୍ୟ ହସ୍ତୀ-ବେହରଣ ଦ୍ୱାର ପାଶ୍ୱ ଦେବୀ ନାରଶିହିଁ ବାରାହି ଏବଂ ଚାମୁଣ୍ଡା ମୁଖ୍ୟ ମନ୍ଦିର ଉପରେ ଅଁଳା ବେଢ଼ା ଏବଂ ଦଧି ନଉତି କଳସ ସହ ମାଙ୍କର ମନ୍ଦିରର ଚାରି ଦ୍ଵାରକୁ ଅତି ନିଖୁଣ ଭାବରେ କାଠରେ ଖୋଦିତ କରିଛନ୍ତି।

ପୁରା ମନ୍ଦିରକୁ କରିବାରେ ଦିଲୀପଙ୍କୁ ସାତ(୭)ଦିନ ସମୟ ଲାଗିଥିବା ବେଳେ ଏହା ମା ତାରା ତାରୀଣିଙ୍କର କାଠରେ ତିଆରି ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ପ୍ରତିକୃତି। ଦିଲୀପଙ୍କ ବାପା ଭଗବାନ ମହାରଣା ଏବଂ ଭାଇ ମନୋଜ ମହାରଣା ତାଙ୍କୁ ସହଯୋଗ କରିଥିଲେ। ତାଙ୍କ ମାଁମୁ ସନ୍ୟାସୀ ମହାରଣା ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ ତାଙ୍କୁ ମନ୍ଦିରର ସବିଶେଷ ତଥ୍ୟ ଦେଇଥିଲେ ।

ସେହିପରି ତାରା ତାରିଣୀ ମନ୍ଦିରର ସେବକ ସଂଘ ତରଫରୁ ଧ୍ରୁବ ରଣା, ତପନ ରଣା, ବାପ ରଣା ତାଙ୍କୁ ମନ୍ଦିରର ସବୁ ନିର୍ମାଣ ତଥ୍ୟ ବିଷୟରେ ସହଯୋଗ କରିଥିଲେ। ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ପ୍ରଚେଷ୍ଟା ଯୋଗୁଁ ତାରା ତାରିଣୀ ମନ୍ଦିର ଏଭଳି ଏକ ବିଶ୍ୱସ୍ତରୀୟ ଭାସ୍କର୍ଯ୍ୟର ମାନ୍ୟତା ଲାଭ କରିପାରିବା ସହ ଏତେ ସବୁ ଉନ୍ନତିମୂଳକ କାର୍ଯ୍ୟ ହୋଇ ପାରିଛି। ତେଣୁ ଦିଲୀପ ଏହି ମନ୍ଦିରର ପ୍ରତିକୃତିକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ କରିବା ସହ ଏହି କ୍ଷୁଦ୍ରତମ ମନ୍ଦିରକୁ ମୁଖ୍ୟମନ୍ତ୍ରୀଙ୍କୁ ନିଜ ହାତରେ ଉପହାର ଦେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍

ଦିଲୀପ ମହାରଣା ମା ତାରା ତାରିଣୀ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ର ସଂସଦ ନିର୍ବାଚନ : ବୋମାମାଡ଼ ଓ ମାରଣାସ୍ତ୍ର ଆକ୍ରମଣରେ ଥରୁଛି ବିଭିନ୍ନ ଶିକ୍ଷାନୁଷ୍ଠାନ

October 13, 2026

ଚାଷୀଙ୍କ ଜୀବନରେ ସାର୍ଥକ ପରିବର୍ତ୍ତନ ହିଁ ପିଏମ୍ଡିଡିକେୱାଇର ସଫଳତାର ମାପକାଠି: କେନ୍ଦ୍ର କୃଷିମନ୍ତ୍ରୀ

October 13, 2026

ବ୍ରଜମୋହନ ରାମ ହେଲେ ଓଡ଼ିଶା ରାଜ୍ୟପାଳ

October 12, 2026

ମା’ ଦୁର୍ଗାଙ୍କ ଆଗମନକୁ ନେଇ ଝଲସୁଛି ରେଶମ ସହର ବ୍ରହ୍ମପୁର

October 12, 2026
Latest News

Truecallerରୁ ହଟାନ୍ତୁ ନିଜ ନମ୍ବର ଓ ବ୍ୟକ୍ତିଗତ ତଥ୍ୟ, ଏହି ସହଜ ଟ୍ରିକ୍‌ ଜାଣି ରଖନ୍ତୁ

October 13, 2026

ପ୍ରଧାନମନ୍ତ୍ରୀ ମୋଦି ମାନହାନି ମାମଲା: ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

October 13, 2026

ଭାରତ-ଆମେରିକା ସମ୍ପର୍କରେ ନୂଆ ମୋଡ଼! ପ୍ରତିରକ୍ଷାଠାରୁ ଔଷଧ ପର୍ଯ୍ୟନ୍ତ ବଢ଼ିବ ସହଯୋଗ, ଟ୍ରମ୍ପ-ମୋଦୀ ଆଲୋଚନା ପରେ ବଡ଼ ସଙ୍କେତ

October 13, 2026

ଦିଲ୍ଲୀରେ CJP ର ପ୍ରତିବାଦ: ଆଶୁତୋଷ ରାଙ୍କା ଓ ସୌରଭ ଦାସ ଅଟକ

October 13, 2026

ନୂଆପଡ଼ାରେ ଚାଞ୍ଚଲ୍ୟ! ଗୋଟିଏ ଘରୁ ମିଳିଲା ନବଦମ୍ପତିଙ୍କ ମୃତଦେହ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.