Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗୁରୁ କେଳୁଚରଣ ମହାପାତ୍ର ଉତ୍ସବର ତୃତୀୟ ସଂଧ୍ୟାରେ ଶୁଭିଲା ବାଦ୍ୟଯନ୍ତ୍ରର ସମଷ୍ଟି – ମ୍ୟୁଜିକାଲ୍‍ ମିଲେଙ୍ଗେ
ଜାତୀୟ ଖବର

ଗୁରୁ କେଳୁଚରଣ ମହାପାତ୍ର ଉତ୍ସବର ତୃତୀୟ ସଂଧ୍ୟାରେ ଶୁଭିଲା ବାଦ୍ୟଯନ୍ତ୍ରର ସମଷ୍ଟି – ମ୍ୟୁଜିକାଲ୍‍ ମିଲେଙ୍ଗେ

September 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୁରୁ କେଳୁଚରଣ ମହାପାତ୍ର ଉତ୍ସବର ତୃତୀୟ ସଂଧ୍ୟାରେ ଶୁଭିଲା ବାଦ୍ୟଯନ୍ତ୍ରର ସମଷ୍ଟି - ମ୍ୟୁଜିକାଲ୍‍ ମିଲେଙ୍ଗେ

ଭୁବନେଶ୍ୱର : ସେପ୍ଟେମ୍ବର ୬ ରେ ସୃଜନ ଦ୍ୱାରା ଆୟୋଜିତ ହୋଇଥିବା ୨୮ ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ୨୦୨୨ ର ଦ୍ୱିତୀୟ ସନ୍ଧ୍ୟାରେ ସ୍ମରଣୀୟ ତଥା ସୌନ୍ଦର୍ଯ୍ୟପୂର୍ଣ୍ଣ ଭାବରେ ନୃତ୍ୟ ଏବଂ ସଂଗୀତ ଉପସ୍ଥାପନା କରାଯାଇଥିଲା ଯାହା ସୁଶ୍ରୀ ସୃଷ୍ଟି ସୁରୂପା ମିଶ୍ରଙ୍କ ଦ୍ୱାରା ଆରମ୍ଭ ହୋଇଥିଲାଏବଂ ପରେ ବିଦୁସୀ ଗୀତାଚନ୍ଦ୍ରନ୍‍ଙ୍କ ଦ୍ୱାରା ଭରତନାଟ୍ୟମ୍ ପ୍ରଦର୍ଶନ ଦ୍ୱାରା ସମାପ୍ତ ହୋଇଥିଲା।

ନୃତ୍ୟ, ସଂଗୀତ ଏବଂ ସାଂଗଠନିକ ସଠିକତାର ଆଉ ଏକ ପ୍ରଶଂସନୀୟ ଦିନ ପରେ, ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତିର ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ, ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ଶ୍ରୀ ତଥାଗତ ଶତପଥୀ; କାଦମ୍ବିନୀ ପତ୍ରୀକାର ସମ୍ପାଦିକା ଡ଼କ୍ଟର ଇତୀରାଣି ସାମନ୍ତ ଯୋଗଦେଇ ପ୍ରଦୀପ ପ୍ରଜ୍ୱୋଳନ ପରେ ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ସୃଜନ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ରତିକାନ୍ତ ମହାପାତ୍ର ଓ ଶ୍ରୀ ଅଗ୍ନିମିତ୍ର ବେହେରାଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବାଗ୍ନି ଓଡିଶାର ୧୦ ଜଣ ଶୀର୍ଷ ମାନ୍ୟତା ପ୍ରାପ୍ତ ସଂଗୀତଜ୍ଞଙ୍କ ପ୍ରତିଭା ଏବଂ ଅଭିଜ୍ଞତାର ଏକ ମିଶ୍ରଣ। ସେମାନେ ହେଲେ ବେହେଲାରେ ଶ୍ରୀ ଅଗ୍ନିମିତ୍ରା ବେହେରା, ବଂଶୀରେ ଶ୍ରୀ ଶ୍ରୀନିବାସ ଶତପଥୀ, ଗିଟାରରେ ଶ୍ରୀ ଦେବ ରଂଜନ ନାୟକ ଓ ଶ୍ରୀ ପ୍ରଣବ ପ୍ରଧାନ, କିବୋର୍ଡରେ ଶ୍ରୀରମେଶ ଚନ୍ଦ୍ର ବେହେରା, ତବଲାରେ ଶ୍ରୀ ବିଶ୍ୱ ରଞ୍ଜନ ନନ୍ଦ, ପରକ୍ୟୁସନରେ ଶ୍ରୀ ବୈଭବ କୁମାର ଦାସ ଓ ଶ୍ରୀ ସମୀର ରଂଜନ ପ୍ରଧାନ, ଡ୍ରମରେ ଶ୍ରୀ ବିକସିତ୍‌ ସାହୁ ଏବଂ କଣ୍ଠରେ ଶ୍ରୀ ମିଲନ୍‌ କୁମାର ପଣ୍ଡା।

ସେମାନେ ଜୀବନର ସମସ୍ତ ବାଧା ବିଘ୍ନ ଏବଂ ଅସୁବିଧାଗୁଡ଼ିକର ବିନାଶକାରୀ ଭଗବାନ ଗଣେଶଙ୍କୁ ପ୍ରଣାମ ପୂର୍ବକ ବକ୍ରତୁଣ୍ଡ ମହାକାୟ ସହିତ ସେମାନଙ୍କର ବାଦ୍ୟଯନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସେମାନଙ୍କର ପରବର୍ତ୍ତୀ ପ୍ରସ୍ତୁତି ଯାହାର ନାମ ଇମ୍ପୋସିଆନ୍‌, ଏକ ଉଚ୍ଚକୋଟୀର ପରିବେଶଣ ଥିଲା ଯାହାକୁ କଳାକାରମାନଙ୍କ ଦ୍ୱାରା ତୀବ୍ରତା ଏବଂ ଉତ୍ସାହ ସହିତ ପରିବେସିତ ହୋଇଥିଲା। ରାଜ୍ୟର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟର ମୂଳ ଦୁଆରେ ଓଡ଼ିଶାର ଗର୍ବ ପାଳନ କରି ଶିବାଗ୍ନିତା’ ପରେ ଓଡ଼ିଶୀ ଫ୍ୟୁଜନ୍‌ ପରିବେଶଣ କରିଥିଲେ।

ପରବର୍ତ୍ତୀ ଉପସ୍ଥାପନା ଥିଲା ବର୍ଷାର ଶାନ୍ତକାରୀ ଶବ୍ଦ ପ୍ରଦର୍ଶନ, ଯାହା ଦୂର ତଥା ନିକଟବର୍ତ୍ତୀ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରେ ପରେ ପରେ ସେମାନେ ସନ୍ଥ କବୀରଙ୍କ ଦୋହାକୁ ସଙ୍ଗୀତ ମାଧ୍ୟମରେ ଚିତ୍ରଣ କରିଥିଲେ ଏବଂ ଶେଷରେ ଭଗବାନ ଶିବଙ୍କ ଉପରେ ପର୍ଯ୍ୟବେସିତ ଶିବନାସ ପରିବେଶଣ କରିଥିଲେ। ଶିବାଗ୍ନିର ସଂଗୀତଜ୍ଞମାନଙ୍କ ଦ୍ୱାରା ପରିବେଶିତ ସମସ୍ତ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବେଶ୍‍ ଆକର୍ଷିତ କରିଥିଲା।

ସୃଜନ ଅନୁଷ୍ଠାନର ଫେସବୁକ୍‌ପେଜ୍‌ ଏବଂ ୟୁଟ୍ୟୁବ୍‌ ଚ୍ୟାନେଲରେଏହି ପୁରସ୍କାର ଉତ୍ସବର ସିଧା ପ୍ରସାରଣ କରାଯାଉଛି। ଏହି ଉତ୍ସବର ପରିକଳ୍ପନା ସୃଜନ ନିର୍ଦ୍ଦେଶକ ଗୁରୁରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥିବା ବେଳେଏହାକୁ କାର୍ଯ୍ୟକାରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର କରିଛନ୍ତି। ଏହିକାର୍ଯ୍ୟକ୍ରମଟିକୁ ଡଃ. ମୃତ୍ୟୁଞ୍ଜୟ ରଥ ଓ ଅନୁଜାତାରିଣୀ ମିଶ୍ର ପରିଚାଳନା କରିଥିଲେ।

ଓଡିଶୀ ଓଡ଼ିଶୀ ନୃତ୍ୟଶିଳ୍ପୀ ସୃଜନ
Share. Facebook Twitter LinkedIn Email WhatsApp Copy Link

Related Posts

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026
Latest News

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.