Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରାଷ୍ଟ୍ରରେ ଗଣେଶ ବିସର୍ଜନ ସମୟରେ ୨୦ ମୃତ, ପାଣିରେ ବୁଡିଗଲେ ୧୪
ଆଜିର ଖବର

ମହାରାଷ୍ଟ୍ରରେ ଗଣେଶ ବିସର୍ଜନ ସମୟରେ ୨୦ ମୃତ, ପାଣିରେ ବୁଡିଗଲେ ୧୪

September 10, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ମହାରାଷ୍ଟ୍ରରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ପୃଥକ ପୃଥକ ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ବୁଡ଼ିଯିବା କାରଣରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ର ପୋଲିସ ଏହି ସୂଚନା ଦେଇଛି। ଅଗଷ୍ଟ ୩୧ ତାରିଖରେ ଆରମ୍ଭ ହୋଇଥିବା ୧୦ ଦିନିଆ ଗଣେଶ ଉତ୍ସବ ଶୁକ୍ରବାର ଦିନ ଶେଷ ହୋଇଛି। ଅଧିକାରୀ କହିଛନ୍ତି ଯେ, ୱର୍ଧା ଜିଲ୍ଲାର ସୱାଙ୍ଗୀରେ ତିନି ଜଣ ବୁଡ଼ିଯାଇଥିବା ବେଳେ ଜଣେ ବ୍ୟକ୍ତି ଦେଓଲିରେ ବୁଡ଼ି ଯାଇଛନ୍ତି।

ସେ କହିଛନ୍ତି ଯେ, ୟଭତମାଲ ଜିଲ୍ଲାରେ ପ୍ରତିମା ବିସର୍ଜନ କରିବାକୁ ଯାଇଥିବା ଦୁଇଜଣ ବ୍ୟକ୍ତି ପୋଖରୀରେ ବୁଡ଼ି ଯାଇଥିଲେ। ଅହମ୍ମଦନଗର ଜିଲ୍ଲାର ସୁପା ଏବଂ ବେଲୱଣ୍ଡିରେ ପୃଥକ ପ୍ରୌଠକ ଘଟଣାରେ ବୁଡ଼ି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସେ କହିଛନ୍ତି। ଏଥିସହ ଉତ୍ତର ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାରେ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

ଦୁର୍ଘଟଣା କେଉଁଠାରେ ଘଟିଲା?

ପୁଣେର ଗ୍ରାମାଞ୍ଚଳ, ଧୁଲେ, ସତାରା ଏବଂ ସୋଲାପୁର ସହରରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଥିବା ପୋଲିସ ଅଧିକାରୀ କହିଛନ୍ତି। ଏହା ବ୍ୟତୀତ ନାଗପୁର ସହରର ସକରଦରା ଅଞ୍ଚଳରେ ଗଣେଶ ବିସର୍ଜନ ସମୟରେ ଏକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଥାନାରେ ପ୍ରବଳ ବର୍ଷା ମଧ୍ୟରେ କୋଲବାଦ୍ ଅଞ୍ଚଳର ଗଣେଶ ପେଣ୍ଡାଲ ଉପରେ ଏକ ଗଛ ପଡି ଜଣେ ୫୫ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି।

ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିବା ଜଣେ ପୌରପାଳିକା ଅଧିକାରୀ କହିଛନ୍ତି। ଅଧିକାରୀ କହିଛନ୍ତି ଯେ, ଯେତେବେଳେ ଭଗବାନ ଗଣେଶଙ୍କ ମୂର୍ତ୍ତି ବିସର୍ଜନ ସମୟରେ ଆରତୀ ଚାଲିଥିଲା, ସେତେବେଳେ ପାଣ୍ଡାଲ ଉପରେ ଏକ ବିରାଟ ଗଛ ପଡିଯାଇଥିଲା। ଏହି ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଏହି ସମୟରେ, ରାଇଗଡ ଜିଲ୍ଲାର ପନଭେଲରେ ଗଣେଶ ଉତ୍ସବ ଶୋଭାଯାତ୍ରାରେ ନଅ ବର୍ଷର ବାଳିକା ସମେତ ଅତି କମରେ ୧୧ ଜଣ ଆହତ ହୋଇଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ, ଶୁକ୍ରବାର ସନ୍ଧ୍ୟାରେ ବିଦ୍ୟୁତ ଜେନେରେଟରର ଏକ କେବୁଲ ଛିଡିବା ପରେ ଏହି ଘଟଣା ଘଟିଥିଲା। ଆହତମାନଙ୍କ ମଧ୍ୟରୁ କେତେକଙ୍କୁ ଘରୋଇ ଡାକ୍ତରଖାନା ନିଆଯାଇଥିବା ବେଳେ ଅନ୍ୟମାନଙ୍କୁ ପନଭେଲର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସମସ୍ତଙ୍କର ଅବସ୍ଥା ଭଲ ଅଛି।

ଗଣେଶ ମୂର୍ତ୍ତି ବିସର୍ଜନ ମହାରାଷ୍ଟ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ରାସ୍ତାରେ ୨ ଯୁବକଙ୍କୁ ନିସ୍ତୁକ ମାଡ଼

May 22, 2026

ଲ୍ୟାମ୍ପସ ଏମଡ଼ିଙ୍କ ଘରେ ଭିଜିଲାନ୍ସ

May 22, 2026

ଡିଜିଟାଲ୍ ସେନସେସନ୍ CJPର କାହାଣୀ

May 22, 2026

ଜଳିଗଲା ଯାତ୍ରୀବାହୀ ବସ୍‌, ୨ ଜୀବନ୍ତ ଦଗ୍ଧ

May 22, 2026
Latest News

ରାସ୍ତାରେ ୨ ଯୁବକଙ୍କୁ ନିସ୍ତୁକ ମାଡ଼

May 22, 2026

ଲ୍ୟାମ୍ପସ ଏମଡ଼ିଙ୍କ ଘରେ ଭିଜିଲାନ୍ସ

May 22, 2026

ଡିଜିଟାଲ୍ ସେନସେସନ୍ CJPର କାହାଣୀ

May 22, 2026

ଜଳିଗଲା ଯାତ୍ରୀବାହୀ ବସ୍‌, ୨ ଜୀବନ୍ତ ଦଗ୍ଧ

May 22, 2026

ଇବୋଲା ଭାଇରସ କେତେ ବିପଦପୂର୍ଣ୍ଣ ? ଜାଣନ୍ତୁ ଏହାର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ

May 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.