Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୀରା ଫେଷ୍ଟିଭାଲ ଅଫ ଡାନ୍ସ ଉଦଯାପିତ
ଆଜିର ଖବର

ମୀରା ଫେଷ୍ଟିଭାଲ ଅଫ ଡାନ୍ସ ଉଦଯାପିତ

February 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ପ୍ରଖ୍ୟାତ ଓଡିଶୀ ନୃତ୍ୟ ଗୁରୁ ଦୁର୍ଗାଚରଣ ରଣବୀରଙ୍କ ଦ୍ୱାରା ସ୍ଥାପିତ ତଥା ସଂଚାଳିତ ଅଗ୍ରଣୀ ନୃତ୍ୟାନୁଷ୍ଠାନ ନୃତ୍ୟାୟନ ଆନୁକୂଲ୍ୟରେ ମୀରା ଫେଷ୍ଟିଭାଲ ଅଫ ଡାନ୍ସ  ଅନୁଷ୍ଠିତ ହୋଇଥିଲା। ଫେବୃୟାରୀ ୨୪ ଏବଂ ୨୫ ତାରିଖରେ ଦୁଇ ଦିନ ବ୍ୟାପୀ ରବୀନ୍ଦ୍ର ମଣ୍ଡପଠାରେ ମୀରା ଫେଷ୍ଟିଭାଲ ଅଫ ଡାନ୍ସ ଆୟୋଜନ ହୋଇଥିଲା। ଏହାର ଦ୍ଵିତୀୟ ଦିନ ଉଦଯାପନୀ ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି ରାଧାଶ୍ୟାମ ପାତ୍ରଙ୍କ ସଭାପତିତ୍ୱ ତଥା ଗୁରୁଶ୍ରୀ ଦୁର୍ଗା ଚରଣ ରଣବୀର ସମ୍ପାଦକୀୟତାରେ ସମ୍ମାନନୀୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି, ପ୍ରଖ୍ୟାତ ଓଡିଶୀ ଗୁରୁ ଡକ୍ଟର ପ୍ରିୟମ୍ବଦା ମହାନ୍ତି ସମ୍ମାନିତ ଅତିଥି ପ୍ରମୁଖ ସମ୍ମାନସ୍ପଦ ଅତିଥିଙ୍କ ଆସନ ଅଳଙ୍କୃତ କରିଥିଲେ।

ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ଦିଲ୍ଲୀରୁ ନିମନ୍ତ୍ରିତ ହୋଇଥିବା ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ଗୀତା ମହାଲିକ ଯିଏ କି “ଗୁରୁଶ୍ରୀ ଦୁର୍ଗା ଚରଣ ରଣବୀର ଜୀବନବ୍ୟାପୀ ସାଧନା” ସମ୍ମାନରେ ସମ୍ମାନୀତା ହୋଇଥିଲେ ତାଙ୍କର ନୃତ୍ୟ ପରିବେଷଣରେ ଉତ୍ସବର ଶୁଭାରମ୍ଭ ହୋଇଥିଲା।

ଗୀତା ମହାଲିକଙ୍କ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ। ଦ୍ଵିତୀୟ ପରିବେଷଣରେ ମୁମ୍ବାଇରୁ ଆସିଥିବା ବିଶିଷ୍ଟ କଥକ ନୃତ୍ୟ ଶିଳ୍ପୀ ସ୍ୱୀକୃଥ ବି. ପି ଙ୍କ ନୃତ୍ୟରେ ସ୍ତବ୍ଧ ହୋଇଥିଲେ ଦର୍ଶକ। ତୃତୀୟରେ ସୟାନି ଚକ୍ରବର୍ତ୍ତୀ ଓ ଶୁଭମ କୁମାର ଓଝାଙ୍କ ଦ୍ୱେତ ନୃତ୍ୟ ଥିଲା। ଚତୁର୍ଥ ଅର୍ଘ୍ୟ ଥିଲା ପ୍ରଖ୍ୟାତ ନୃତ୍ୟ ଗୁରୁ ରତିକାନ୍ତ ମହାପାତ୍ରଙ୍କ ସୃଜନର ମିଳିତ ନୃତ୍ୟ।

ଓଡିଶାର ମହାନ୍ ଶାସ୍ତ୍ରୀୟ ନୃତ୍ୟକୁ ବିଶ୍ୱବ୍ୟାପି ପ୍ରଚାର ଓ ପ୍ରସାର ତଥା ଅନେକ ବିଶିଷ୍ଟ ନୃତ୍ୟଶିଳ୍ପୀଙ୍କୁ ସୃଷ୍ଟି କରିଥିବା ଲାଗି ଗୁରୁ ଦୁର୍ଗାଚରଣ ରଣବୀରଙ୍କ ଭୂମିକାକୁ ସମସ୍ତ ଅତିଥିମାନେ ଭୁୟସୀ ପ୍ରଶଂସା କରିଥିଲେ ଏବଂ ଉତ୍ସ ର ଆୟୋଜକ ସହିତ ସମସ୍ତ ସହଯୋଗୀଙ୍କ ଅବଦାନକୁ ପ୍ରଶଂସା କରିଥିଲେ।

ଏସବୁ ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟକୁ ଦର୍ଶକମାନେ ମନ ଭରି ଉପଭୋଗ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ଧିରେନ୍ଦ୍ର ପଟ୍ଟନାୟକ, ଗାୟତ୍ରୀ ରଣଵୀର, ଦୀପ୍ତି ରାଉତରାୟ, ଶ୍ରଦ୍ଧାଞ୍ଜଳୀ ରାହୁଲ, ରାଜଶ୍ରୀ ଚିନ୍ତକ, ଅସିତ ବସୁମଲ୍ଲିକ, ସତ୍ୟଜିତ୍ ମହାନ୍ତି, ରାହୁଲ ଆଚାର୍ଯ୍ୟ, ଅଜୟ ମହାପାତ୍ର, ଅର୍ଜୁନ ମୁଦୁଲି, ଖଗେଶ୍ବର ଜୟପୁରିଆଙ୍କ ଅବଦାନ ପ୍ରଶଂସନୀୟ। କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ସୁନାମଧନ୍ୟ ଉପସ୍ଥାପକ ଡଃ ମୃତ୍ୟୁଞ୍ଜୟ ରଥ।

ଉଦଯାପିତ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026

ଅତ୍ୟାଧୁନିକ କ୍ୱାଣ୍ଟମ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗଶାଳା ପ୍ରତିଷ୍ଠା ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ

June 12, 2026

ଭୟାବହ ସଡ଼କ ଦୁର୍ଘଟଣା: ୪ ପୁଲିସ କର୍ମଚାରୀଙ୍କ ମୃତ୍ୟୁ

June 12, 2026

ଦିଲ୍ଲୀର ତୁଘଲକାବାଦରେ ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ୫ ଜଣ ଗୁରୁତର

June 12, 2026
Latest News

ଡିଜେଲ୍, ପେଟ୍ରୋଲ୍ ନା ଇଭି ? 2026ରେ କେଉଁ କାର୍ ଆପଣଙ୍କ ପାଇଁ ସବୁଠାରୁ ଲାଭଦାୟକ?

June 12, 2026

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026

ଅତ୍ୟାଧୁନିକ କ୍ୱାଣ୍ଟମ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗଶାଳା ପ୍ରତିଷ୍ଠା ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ

June 12, 2026

ଭୟାବହ ସଡ଼କ ଦୁର୍ଘଟଣା: ୪ ପୁଲିସ କର୍ମଚାରୀଙ୍କ ମୃତ୍ୟୁ

June 12, 2026

ଦିଲ୍ଲୀର ତୁଘଲକାବାଦରେ ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ୫ ଜଣ ଗୁରୁତର

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.