Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜମୁଛି ଭୁବନେଶ୍ବରର ଆଦିବାସୀ ମେଳା, ଲୋକଙ୍କର ନାହିଁ ନ ଥିବା ଭିଡ ପରିଲକ୍ଷିତ
ବିଶେଷ ଖବର

ଜମୁଛି ଭୁବନେଶ୍ବରର ଆଦିବାସୀ ମେଳା, ଲୋକଙ୍କର ନାହିଁ ନ ଥିବା ଭିଡ ପରିଲକ୍ଷିତ

February 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜମୁଛି ଭୁବନେଶ୍ବରର ଆଦିବାସୀ ମେଳା, ଲୋକଙ୍କର ନାହିଁ ନ ଥିବା ଭିଡ ପରିଲକ୍ଷିତ

ଭୁବନେଶ୍ବର: ଭୁବନେଶ୍ବରର ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଫେବୃଆରୀ ୨୦ ତାରିଖଠାରୁ ଆୟୋଜିତ ଆଦିବାସୀ ମେଳା-୨୦୨୩ରେ ଚାଲିଛି ଆଦିବାସୀ ମେଳା। ସାମଗ୍ରିକ ଭାବରେ ଆଦିବାସୀମାନଙ୍କର ସାମାଜିକ, ଅର୍ଥନୈତିକ ଓ ବାଣିଜ୍ୟିକ କ୍ଷେତ୍ରରେ ଘଟିଥିବା ପ୍ରଗତି ଓ ପରିବର୍ତ୍ତନର ନିଖୁଣ ଚିତ୍ର ମେଳା ପରିସରରେ ଖୋଲା ଯାଇଥିବା ପ୍ରାଚୀନ ଜନଜାତିଙ୍କ ଦୁନିଆରେ ଦେଖିବାକୁ ମିଳୁଛି।

ବିଭିନ୍ନ ଜନଜାତି ବର୍ଗଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀଗୁଡ଼ିକର ବଜାର ଚାହିଦା ଏବେ ଆଶାତୀତ ଭାବରେ ବୃଦ୍ଧି ପାଇଛି। ସହରାଞ୍ଚଳରେ ଏହିସବୁ ସାମଗ୍ରୀ ଉପଲବ୍ଧ ହେବା କଷ୍ଟକର ହୋଇଥିବାରୁ ବର୍ଷକରେ ଥରେ ଅନୁଷ୍ଠିତ ହେଉଥିବା ମେଳାରୁ ତାହା କିଣିବାକୁ ଗୃହିଣୀମାନଙ୍କର ବିଶେଷ ଆଗ୍ରହ ପରିଲକ୍ଷିିତ ହେଉଛି। ଏହାଛଡ଼ା ଆଦିବାସୀ ସମାଜ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକର ଜୈବିକ ଗୁଣ ଏଯାବତ୍‌ ଅକ୍ଷୁଣ୍ଣ ରହିଛି ବୋଲି ଲୋକଙ୍କ ମନରେ ଯେଉଁ ଦୃଢ଼ ଧାରଣା ରହିଛି, ଗୃହିଣୀଙ୍କ ଆଗ୍ରହରୁ ତାହା ବେଶ୍‌ ଅନୁମାନ କରିହେଉଛି।

ଗତାକାଲି ଶନିବାର ଛୁଟିଥିବାରୁ ଅପରାହ୍ନରେ ମେଳା ପରିସରକୁ ବହୁ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ନିଜ ପରିବାର ସାଙ୍ଗରେ ଆସି ଆଗ୍ରହ ଓ ଉତ୍ସାହର ସହ ଆଦିବାସୀମାନଙ୍କ ଦ୍ୱାରା ଉତ୍ପାଦିତ ଖାଦ୍ୟଶସ୍ୟ ଯଥା- ବାସମତି ଚାଉଳ, ମୁଗ, ବିରି, ମାଣ୍ଡିଆ, ପାଳୁଅ, ରାଶି ଆଦି କିଣିବାକୁ ଭିଡ଼ ଦେଖିବାକୁ ମିଳିଥିଲା। ସେହିପରି ମହୁ, ଲାଖ, ଝୁଣା, ହରିଡ଼ା, ବାହାଡ଼ା ଓ ଅଁଳା ଭଳି ଲଘୁ ବନଜାତ ଦ୍ରବ୍ୟ ବିକି୍ର ହେଉଥିବା ଷ୍ଟଲଗୁଡ଼ିକ ବୁଲିବାକୁ ଅନେକ ପରିବାର ଆଗ୍ରହ ଦେଖାଇଥିଲେ। ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପ୍ରସ୍ତୁତ ବଡ଼ି, ପାମ୍ପଡ଼, ହଳଦୀଗୁଣ୍ଡ, ଆଚାର ଆଦି କିଣିବାକୁ ସହରୀ ଗରାଖଙ୍କ ବ୍ୟଗ୍ରତା କିଛି କମ୍‌ ନଥିଲା।

ଆଦିବାସୀ ମେଳାର ସ୍ୱତନ୍ତ୍ର ଆକର୍ଷଣ ହେଉଛି ଜନଜାତିଙ୍କ ସଂସ୍କୃତିର ସଂପଦର ସଂରକ୍ଷଣ ଓ ବିକାଶ ପାଇଁ ପ୍ରତିଷ୍ଠିତ ଓଡ଼ିଶାର ୯ ଗୋଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପ୍ରତିଷ୍ଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ପ୍ରଦର୍ଶିତ ୯ ଗୋଟି ଷ୍ଟଲର ସ୍ୱାତନ୍ତ୍ର୍ୟ। ପ୍ରତ୍ୟେକ ଜିଲ୍ଲାର କାରିଗରମାନେ ସେମାନଙ୍କ ସ୍ୱତନ୍ତ୍ର ତଥା ମୂଲ୍ୟଯୁକ୍ତ କଳା ସାମଗ୍ରୀର ପ୍ରଦର୍ଶନ ସହ ଦର୍ଶକମାନଙ୍କୁ ଆକର୍ଷିତ କରୁଛନ୍ତି।

ମୟୂରଭଞ୍ଜର ସବାଇ ଘାସର କଳା ସାମଗ୍ରୀ, ଗଜପତିର ଫୁଲଝାଡ଼ୁ, ନବରଙ୍ଗପୁରର ଗଣ୍ଡ ଚିତ୍ରକଳା, କନ୍ଧମାଳର କାଷ୍ଠଶିଳ୍ପ, କେନ୍ଦୁଝରର କାଗଜରୁ ପ୍ରସ୍ତୁତ ବିଭିନ୍ନ କଳାବସ୍ତୁ ଇତ୍ୟାଦି ଏକ ଅନନ୍ୟ ଆକର୍ଷଣ ଗ୍ରାହକମାନଙ୍କୁ ଆକୃଷ୍ଟ କରୁଛି।

ଗତକାଲି ସନ୍ଧ୍ୟାରେ ବିଶିଷ୍ଟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଏବଂ ‘ମୋ ସ୍କୁଲ’ ଅଭିଯାନର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ ମେଳା ପରିଦର୍ଶନ କରିଥିଲେ। ସାଂସ୍କୃତିକ ସନ୍ଧ୍ୟାରେ କନ୍ଧ, କୁଟିଆ କନ୍ଧ, ସଉରା, ପାଉଡ଼ି ଭୂୟାଁ, ହୋ ଆଦି ଜନଜାତିଙ୍କ ବିଭିନ୍ନ ପାରମ୍ପରିକ ନୃତ୍ୟ ଖୁବ୍‌ ମନୋରଞ୍ଜକ ହୋଇଥିଲା ଏବଂ ପାରମ୍ପରିକ ନୃତ୍ୟଶୈଳୀରେ ଦର୍ଶକ ବିଭୋର ହୋଇଥିଲେ।

ଆଦିବାସୀ ମେଳା ପ୍ରତ୍ୟହ ୨.୩୦ଠାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି। ଏହି ମେଳା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ।

AdivasiMela ଆଦିବାସୀ ମେଳା ଆଦିବାସୀ ମେଳା 2023
Share. Facebook Twitter LinkedIn Email WhatsApp Copy Link

Related Posts

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ ସେପ୍ଟେମ୍ବର ୨ରୁ ପ୍ରଥମ ପର୍ଯ୍ୟାୟ ଯାତ୍ରା ଆରମ୍ଭ

August 26, 2026

ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କୁ ପେନସନ୍ ଦାବିରେ ଗାନ୍ଧିମାର୍ଗରେ ଗଣଧାରଣା ଜାରୀ

August 26, 2026

ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଆଖିବୁଜିଲେ ଭାଇ-ଭଉଣୀ: ସାପ କାମୁଡ଼ାରେ ୪ ମୃତ

August 26, 2026

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା

August 26, 2026
Latest News

ହାଇଦ୍ରାବାଦ-ବିଜୟୱାଡା ରାଜପଥରେ ଭୟଙ୍କର ଦୁର୍ଘଟଣା: ୬ ମୃତ; ୨୦ ଗୁରୁତର

August 26, 2026

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ ସେପ୍ଟେମ୍ବର ୨ରୁ ପ୍ରଥମ ପର୍ଯ୍ୟାୟ ଯାତ୍ରା ଆରମ୍ଭ

August 26, 2026

ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କୁ ପେନସନ୍ ଦାବିରେ ଗାନ୍ଧିମାର୍ଗରେ ଗଣଧାରଣା ଜାରୀ

August 26, 2026

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବମାନଙ୍କର ଜାତୀୟ ସମ୍ମିଳନୀ

August 26, 2026

ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଆଖିବୁଜିଲେ ଭାଇ-ଭଉଣୀ: ସାପ କାମୁଡ଼ାରେ ୪ ମୃତ

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.