Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସଂସ୍କୃତି»ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ-୨୦୧୯ ଉଦଘାଟନୀ ସନ୍ଧ୍ୟାରେ ଅନୁପ ଜଲୋଟାଙ୍କ ଭଜନ ଓ ମୀରା ଦାସଙ୍କ ଓଡିଶୀ
ସଂସ୍କୃତି

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ-୨୦୧୯ ଉଦଘାଟନୀ ସନ୍ଧ୍ୟାରେ ଅନୁପ ଜଲୋଟାଙ୍କ ଭଜନ ଓ ମୀରା ଦାସଙ୍କ ଓଡିଶୀ

September 6, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ 

ଓଡିଶୀ ନୃତ୍ୟର ପ୍ରବାଦ ପୁରୁଷ ଗୁରୁ କେଳୁଚରଣ ମହାପାତ୍ରଙ୍କ ସ୍ମୃତିକୁ ପାଥେୟ କରି ତାଙ୍କ ଦ୍ଵାରା ପ୍ରତିଷ୍ଠିତ  ସୃଜନ ଅନୁଷ୍ଠାନ ଗତ ୨୪ ବର୍ଷ ଧରି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଆୟୋଜନ କରି ଆସୁଅଛି ।   ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଏହି ବର୍ଷ ତାର ୨୫ତମ ସମାରୋହ ଆୟୋଜିତ କରୁଅଛି ଏବଂ ଏହି ଉତ୍ସବକୁ ମନାଇବା ପାଇଁ  ୫ ଦିନ ପରିବର୍ତ୍ତେ ଚଳିତ ବର୍ଷ ଏହା ୭ ଦିନ ପାଇଁ ଅନୁଷ୍ଠିତ ହେଉଛି । ଗତକାଲି ଉତ୍ସବର ଉଦଘାଟନୀ ସଂଧ୍ୟାର ପ୍ରଥମ ପ୍ରସ୍ତୁତିରେ ଥିଲା ଭାରତର ପ୍ରସିଦ୍ଧ ଗଜଲ ଗାୟକ ତଥା ଭଜନ ସମ୍ରାଟ ଅନୁପ ଜଲୋଟାଙ୍କ ଦ୍ୱାରା ଲୋକପ୍ରୀୟ ଭଜନ ଓ ଗଜଲ ପରିବେଷଣ । ଅନୁପ ଜଲୋଟା ନିଜର ସ୍ଵଭାବ ସୁଲଭ ଶୈଳୀରେ ତାଙ୍କର ଲୋକପ୍ରିୟ  ଭଜନ ଐସି ଲଗି ଲଗନ, ବୋଲ ରାମ ବୋଲ ରାମ, ବଡ଼େ ମସହୁର ହୋତେ ଜା ରେହେ ହୋ, ଜଗ ମେ ସୁନ୍ଦର ହେ ଦୋ ନାମ, ତୁମାହାଁରେ ସହର ମେ ମୌସମ, ଶ୍ୟାମ ତେରୀ ବଂଶୀ ପୁକାରେ, ତୁମ ଇତନା ଜୋ ମୁସକୁରା ରୈହୀ ହୋ, ଇତ୍ୟାଦି ପରିବେଷଣ କରି ଉପସ୍ଥିତ ଶ୍ରୋତାଙ୍କୁ ମୁଗ୍ଧ କରିଥିଲେ। ତାଙ୍କୁ କଣ୍ଠରେ ଶୁଶ୍ରୀ କୋୟଲ ତ୍ରିପାଠୀ, ବେହେଲାରେ ରସିଦ ଖାନ, ତବଲାରେ ପ୍ରଦୀପ ଘୋଷ ଏବଂ ଗିଟାରରେ ହିମାଂସୁ ତିୱାରୀ ସହଯୋଗ କରିଥିଲେ ।

ସଂଧ୍ୟାର ଅନ୍ତିମ ପ୍ରସ୍ତୁତିରେ ଥିଲା ଗୁଞ୍ଜନ ଡ଼୍ୟାନ୍ସ ଏକାଡ଼େମୀର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ । ଗୁରୁ କେଳୁଚରଣ ମହାପାତ୍ରଙ୍କ ଶିଷ୍ୟା ମୀରା ଦାସ ଓ ସାଥୀଙ୍କ ଦ୍ୱାରା ଦୁଇଗୋଟି ନୃତ୍ୟ ପରିବେଷିତ ହୋଇଥିଲା । ପ୍ରଥମେ ଶୁଦ୍ଧ ନୃତ୍ୟରେ ଓଡ଼ିଶୀ ନୃତ୍ୟର ମୁଖ୍ୟ ବାଦ୍ୟ ମର୍ଦଳର ବିଭିନ୍ନ ତାଳ, ସ୍ୱର ଓ ଲୟକୁ ନେଇ ନୃତ୍ୟ ପରିବେଷଣ, ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ମୀରା ଦାସ ଓ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ । ପରେ ପରେ ସେମାନଙ୍କର ପ୍ରସ୍ତୁତିରେ ଥିଲା ଅଭିନୟ ଦଶାବତାର । ଓଡ଼ିଶୀ ନୃତ୍ୟରେ ବିଷ୍ଣୁଙ୍କର ଦଶ ଅବତାରକୁ ଅତି ନିଖୁଣ ଓ ଚମତ୍କାର ଭାବରେ ଉପସ୍ଥାପନ କରିଥିଲେ ଗୁରୁ ମୀରା ଦାସ ଓ ସାଥୀ କଳାକାରମାନେ, ଯାହାର ମୂଳ ନୃତ୍ୟ ସଂରଚନା କରିଥିଲେ ଗୁରୁ କେଳୁ ଚରଣ ମହାପାତ୍ର ।

ଉଦଘାଟନ ଉତ୍ସବର ଅତିଥି ଭାବେ  ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର; ଭଜନ ସମ୍ରାଟ ତଥା ପ୍ରସିଦ୍ଧ ଗଜଲ ଗାୟକ ଶ୍ରୀଯୁକ୍ତ ଅନୁପ ଜଲୋଟା; ଷ୍ଟେଟ ବ୍ୟଙ୍କ ଅଫ ଇଣ୍ଡିଆର ମୂଖ୍ୟ ମହାପ୍ରବନ୍ଧକ ଶ୍ରୀମତୀ ପରବିନ କାଲା; ଏମ.ଜି.ଏମର ଅଧକ୍ଷ ଶ୍ରୀଯୁକ୍ତ ପଙ୍କଜ ଲୋଚନ ମହାନ୍ତି ଏବଂ ସୃଜନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼ଃ ଶ୍ରୀନିବାସ ଘଟୁଆରୀ

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ-ବାଣପୁର ଏନଏସି ମିଶି ହେବ ଏକ ମ୍ୟୁନିସିପାଲିଟି, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କଲେ ଘୋଷଣା

March 7, 2026

ଆଜି ଦିଲ୍ଲୀରେ ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

March 7, 2026

ସରକାର ଏଗ୍ରିଷ୍ଟାକ୍‌ ମାଧ୍ୟମରେ କୃଷି ପାଇଁ ଏକ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ବିକଶିତ କରୁଛି: ପ୍ରଧାନମନ୍ତ୍ରୀ

March 7, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026
Latest News

ବାଲୁଗାଁ-ବାଣପୁର ଏନଏସି ମିଶି ହେବ ଏକ ମ୍ୟୁନିସିପାଲିଟି, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କଲେ ଘୋଷଣା

March 7, 2026

ମାଲ ପରିବହନରେ ବୃଦ୍ଧି: ଫେବୃଆରୀରେ ରେଳବାଇର ରାଜସ୍ୱ ୧୪,୫୭୧ କୋଟି

March 7, 2026

ଆଜି ଦିଲ୍ଲୀରେ ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

March 7, 2026

ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ୍ ସହିତ ଫିନଲ୍ୟାଣ୍ଡର ପ୍ରମୁଖ ଖାଦ୍ୟ କମ୍ପାନୀ ଫାଜେରର ଏମଓୟୁ ସ୍ୱାକ୍ଷର

March 7, 2026

କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ୨ ଦିନିଆ “ଜାତୀୟ କଳା ସମ୍ମିଳନୀ-କ୍ୟାନଭାସ ଉଦଘାଟିତ

March 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.