Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରଥଯାତ୍ରା ହେବ କି ନାହିଁ ମେ ୪ ତାରିଖ ପରେ ନିଷ୍ପତ୍ତି ନିଆଯିବ ବୋଲି କହିଲେ ପୁରୀ ଗଜପତି ଦିବ୍ୟସିଂହ ଦେବ
ବିଶେଷ ଖବର

ରଥଯାତ୍ରା ହେବ କି ନାହିଁ ମେ ୪ ତାରିଖ ପରେ ନିଷ୍ପତ୍ତି ନିଆଯିବ ବୋଲି କହିଲେ ପୁରୀ ଗଜପତି ଦିବ୍ୟସିଂହ ଦେବ

April 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପୁରୀ: ଚଳିତ ବର୍ଷ ବିଶ୍ବ ବିଖ୍ୟାତ ପୁରୀ ରଥଯାତ୍ରା ହେବ କି ନାହିଁ ସେ ନେଇ ଆସନ୍ତା ମେ ୪ ତାରିଖ ପରେ ନିଷ୍ପତି ନିଆଯିବ। ଏ ନେଇ ପୁରୀ ଗଜପତି ଦିବ୍ୟସିଂହ ଦେବ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି। ଆଜି ଗଜପତିଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଶ୍ରୀମନ୍ଦିର ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ସରିବା ପରେ ପୁରୀ ଗଜପତି ତଥା ଜଗନ୍ନାଥଙ୍କ ପ୍ରଥମ ସେବକ ଏହି ବିବୃତି ଦେଇଛନ୍ତି। ମେ ୪ ତାରିଖ ପର୍ଯ୍ୟନ୍ତ ଦେଶରେ ଲକଡାଉନ ଲାଗିରହିଛି। ତେଣୁ ଏହାପରେ କଣ ହେଉଛି ପରିସ୍ଥିତି ଅନୁଧ୍ୟାନ କରିବା ପରେ ନିଷ୍ପତି ନିଆଯିବ ବୋଲି ଗଜପତି କହିଛନ୍ତି।

ବର୍ତ୍ତମାନ କରୋନା ପାଇଁ ସାରା ବିଶ୍ବର ଉତ୍ସବ ମହୋତ୍ସବ ସବୁ ବନ୍ଦ ହୋଇ ଯାଇଛି। ସବୁ ଧର୍ମ କାର୍ଯ୍ୟ ମଧ୍ୟ ବନ୍ଦ କରିଦିଆଯାଇଛି। ଏପରି ପରିସ୍ଥିତିରେ ଏହି ରଥଯାତ୍ରା କିପରି ହେବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସେଥିନେଇ ଆଜି ପରିଚାଳନା ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ହେଲେ ଲୋକଙ୍କ ବା ଭକ୍ତଙ୍କ ଜୀବନର ସୁରକ୍ଷା ଆଗ, ପରେ ରଥଯାତ୍ରା ବୋଲି ଗଜପତି କହିଥିଲେ। ବର୍ତ୍ତମାନ ଲକଡାଉନ ଚାଲିଥିବାରୁ କୈଣସି କାର୍ଯ୍ୟ ହୋଇପାରୁ ନାହିଁ। ରଥଯାତ୍ରା ପାଇଁ ଆସନ୍ତା ୨୬ ତାରିଖ ଅକ୍ଷୟ ତୃତୀୟାରୁ କାମ ଆରମ୍ଭ ହେବ। ସେ ପର୍ଯ୍ୟନ୍ତ କିପରି କାମ ହେବ ସେ ନେଇ ଶଙ୍କରାଚାର୍ଯ୍ୟଙ୍କ ସହିତ ଆଲୋଚନା କରାଯିବ ବୋଲି ଗଜପତି କହିଛନ୍ତି।

ଚଳିତ ବର୍ଷ ସ୍ନାନଯାତ୍ରା ଜୁନ ୫ ତାରିଖରେ ଏବଂ ରଥଯାତ୍ରା ଜୁନ ୨୩ ତାରିଖରେ ପଡୁଛି। ବର୍ତ୍ତମାନ ରଥଯାତ୍ରା ଆରମ୍ଭ ହେବାକୁ ପ୍ରାୟ ଦୁଇ ମାସ ବାକି ଥିବାରୁ ସେତେବେଳେ କରୋନା ଭୟ ନ ଥିବ ବୋଲି ଆଶା କରାଯାଉଛି। ହେଲେ ରଥଯାତ୍ରା ପାଇଁ ଯେଉଁ ପ୍ରସ୍ତୁତି ତାହା ଚଳିତ ଆସନ୍ତା ରବିବାର ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ। ଏହାପରେ ଜଗନ୍ନାଥଙ୍କ ପ୍ରମୁଖ ଯାତ୍ରା ସବୁ ଗୋଟିଏ ପରେ ଗୋଟିଏ ଚାଲିବ। ଚନ୍ଦନଯାତ୍ରା, ସ୍ନାନଯାତ୍ରା,ରଥଯାତ୍ରା, ବାହୁଡାଯାତ୍ରା, ସୁନାବେଶ ଏବଂ ନିଳାଦ୍ରୀବିଜେ ଏହିପରି ମହାପ୍ରଭୃଙ୍କର ଉତ୍ସବ ଲାଗି ରହିବ।

ତେବେ ଜୁନ ମାସରେ ସ୍ନାନ ଓ ରଥଯାତ୍ରା ଥିବାରୁ ସେ ନେଇ ବର୍ତ୍ତମାନ ପରିଚାଳନା କମିଟର ଚିନ୍ତାର କାରଣ ନୁହେଁ। ହେଲେ ସେହି ଯାତ୍ରାପାଇଁ ଯେଉଁ ପ୍ରସ୍ତୁତି ହେବ ସେ ନେଇ ବର୍ତ୍ତମାନ ସମସ୍ୟା ସୃଷ୍ଟି ହୋଇଛି। ମୁଖ୍ୟତଃ ରଥ ନିର୍ମାଣଠାରୁ ଆରମ୍ଭ କରି ସ୍ନାନ ଯାତ୍ରାରେ ଶହଶହ ସେବକଙ୍କର ସହଯୋଗର ଆବଶ୍ୟକତା ରହିଛି। ଏହି ସେବକମାନେ ଏକାଠି ହେଲେ ଯାଇ ଏସବୁ କର୍ଯ୍ୟ ସମ୍ଭବ ହୋଇପାରିବ। ତେବେ ୪ ତାରିଖରେ ଲକଡାଉନର ସ୍ଥିତି କଣ ରହୁଛି ତାହା ଜାଣିବା ପରେ ରାଜ୍ୟ ସରକାର ଏ ନେଇ କିଛି ନିଷ୍ପତି ନେବେ ବୋଲି ଜଣାପଡିଛି।

Puri Puri Rathjatra Rath Yatra
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ କହିଲେ ସରକାର?

April 10, 2026

ବେକାର ଯୁବକ ଯୁବତୀଙ୍କ ପାଇଁ ମାସିକ ୩ ହଜାର: ବଙ୍ଗଳା ପାଇଁ ବିଜେପିର ବଡ଼ ଘୋଷଣା

April 10, 2026

ସେପଟେ ପାକିସ୍ଥାନରେ ଯୁଦ୍ଧ ରୋକିବାକୁ ବୈଠକ, ଏପଟେ ଭାରତ ଏବଂ ଆମେରିକା ମଧ୍ୟରେ ହେଲା ବଡ଼ ଚୁକ୍ତି

April 10, 2026
Latest News

ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ” ପାଳିତ

April 10, 2026

ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି

April 10, 2026

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ କହିଲେ ସରକାର?

April 10, 2026

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.