Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଦ୍ମଶ୍ରୀ ପୁରସ୍କାର ପାଇଁ ଆରମ୍ଭ ହେଲା ଅନଲାଇନ ସୁପାରିଶ ପ୍ରକ୍ରିୟା, ଜାଣନ୍ତୁ କେମିତି କରିବେ ସୁପାରିଶ
ଜାତୀୟ ଖବର

ପଦ୍ମଶ୍ରୀ ପୁରସ୍କାର ପାଇଁ ଆରମ୍ଭ ହେଲା ଅନଲାଇନ ସୁପାରିଶ ପ୍ରକ୍ରିୟା, ଜାଣନ୍ତୁ କେମିତି କରିବେ ସୁପାରିଶ

July 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପଦ୍ମଶ୍ରୀ ପୁରସ୍କାର ପାଇଁ ଆରମ୍ଭ ହେଲା ଅନଲାଇନ ସୁପାରିଶ ପ୍ରକ୍ରିୟା, ଜାଣନ୍ତୁ କେମିତି କରିବେ ସୁପାରିଶ

ନୂଆଦିଲ୍ଲୀ, 2021 ବର୍ଷ ପାଇଁ ପଦ୍ମ ପୁରସ୍କାର ନିମନ୍ତେ ଅନ୍‌ଲାଇନ ମନୋନୟନ/ସୁପାରିସ ପ୍ରକ୍ରିୟା ଗତ ମେ ପହିଲାଠାରୁ ଆରମ୍ଭ ହୋଇଛି । ଏହ ପ୍ରକ୍ରିୟା ଚଳିତବର୍ଷ ସେପ୍ଟମ୍ବର 15 ଯାଏଁ ଚାଲୁ ରହିବ । ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯିବ । ପଦ୍ମ ପୁରସ୍କାର ପୋର୍ଟାଲ  https://padmaawards.gov.in ରେ ଏହି ସୁପାରିସ ଓ ନାମ ମନୋନୟନ କରାଯାଇପାରିବ ।

ପଦ୍ମବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ ଆଦି ଦେଶର ଏହି ବେସାମରିକ ସର୍ବୋଚ୍ଚ ସମ୍ମାନ ପ୍ରଦାନ ବ୍ୟବସ୍ଥା 1954ରେ ଆରମ୍ଭ ହୋଇଥିଲା । ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ଏଥିରେ କଳା, ସାହିତ୍ୟ, ଶିକ୍ଷା, କ୍ରୀଡା, ଭେଷଜ, ସାମାଜିକ କାର୍ଯ୍ୟ, ବିଜ୍ଞାନ ଏବଂ ଇଂଜିନିୟରିଂ,  ଲୋକସେବା ବ୍ୟାପାର, ସିଭିଲ ସେବା, ବାଣିଜ୍ୟ ଏବଂ ଉଦ୍ୟୋଗ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ଦିଆଯାଇଥାଏ ।

ଜାତି, ଧର୍ମ, ପେସା, ପଦପଦବୀ ଓ ଲିଙ୍ଗ ବିଚାର ନିର୍ବିଶେଷରେ ସମସ୍ତେ ଏହା ପାଇବା ପାଇଁ ଯୋଗ୍ୟ; କିନ୍ତୁ ସେମାନଙ୍କର ସଂପୃକ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଆବଶ୍ୟକ । ସରକାରୀ କର୍ମଚାରୀ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ କାମ କରୁଥିବା ବ୍ୟକ୍ତିବିଶେଷ ମଧ୍ୟ ଏହି ସମ୍ମାନ ପାଇଁ ଯୋଗ୍ୟ । ତେବେ ଡାକ୍ତର ଓ ବୈଜ୍ଞାନିକମାନେ ଏଥିପାଇଁ ଯୋଗ୍ୟ ନୁହନ୍ତି । ସେମାନଙ୍କ ପାଇଁ ଅନ୍ୟ ଜାତୀୟ ପୁରସ୍କାରର ବ୍ୟବସ୍ଥା ରହିଛି । ପଦ୍ମ ପୁରସ୍କାର ପାଇଁ ବ୍ୟକ୍ତିବିଶେଷଙ୍କ ନାମ ସୁପାରିସ ଭିତ୍ତିରେ ମନୋନୀତ ହୋଇଥାଏ ।

ଏ ସଂକ୍ରାନ୍ତ ମନୋନୟନ ଓ ସୁପାରିସରେ ସବିଶେଷ ତଥ୍ୟାବଳୀ ପ୍ରଦାନ କରିବାକୁ ପଡିବ ଏବଂ ଏଥିପାଇଁ ପଦ୍ମ ପୋଟାର୍ଲରେ ନିର୍ଦିଷ୍ଟ ଫର୍ମାଟ ରହିଛି । ଏହାଛଡା ଏହି ମନୋନୟନ ଓ ସୁପାରିସପତ୍ର ସହିତ ଆଠଶହ ଶବ୍ଦ ବିଶିଷ୍ଟ ଏକ ଲେଖା ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ସଂପର୍କରେ ଲେଖିବାକୁ ପଡିବ । ସେ କେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଏବଂ ସେ କ୍ଷେତ୍ରରେ ତାଙ୍କର ବିଶେଷ ଉପଲବ୍‌ଧି କ’ଣ ରହିଛି ତାହା ସ୍ପଷ୍ଟଭାବେ ଉଲ୍ଲେଖ କରିବାକୁ ପଡିବ ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ମର୍ମରେ ସବୁ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ସରକାର, ଭାରତରତ୍ନ ଓ ପଦ୍ମବିଭୂଷଣ ପ୍ରାପ୍ତ ବ୍ୟକ୍ତିବିଶେଷ ଏବଂ ଅତି ଉତ୍କୃଷ୍ଟ ପ୍ରତିଷ୍ଠାନଗୁଡିକୁ ପତ୍ରଲେଖି ଏଭଳି ପ୍ରତିଭାଶାଳୀ ଲୋକଙ୍କୁ ଏହି ସମ୍ମାନ ପାଇଁ ଚିହ୍ନଟ କରିବାକୁ ଅନୁରୋଧ କରିଛନ୍ତି । ସରକାର ମଧ୍ୟ ପଦ୍ମ ସମ୍ମାନକୁ ‘ଗଣପଦ୍ମ’ରେ ପରିଣତ କରିବା ପାଇଁ ଅଙ୍ଗୀକୃତ । ସେଥିପାଇଁ ଯୋଗ୍ୟ ବ୍ୟକ୍ତିବିଶେଷଙ୍କ ନାମ ମନୋନୀତ/ସୁପାରିସ କରିବାକୁ ସରକାର ଜନସାଧାରଣଙ୍କୁ ଅନୁରୋଧ ଜଣାଇଛନ୍ତି ।

ଏପରିକି ଯୋଗ୍ୟ ବ୍ୟକ୍ତିବିଶେଷ ନିଜ ନାମ ମଧ୍ୟ ନିଜେ ସୁପାରିସ କରିପାରିବେ ବୋଲି ସରକାର ଜଣାଇଛନ୍ତି । ମହିଳା, ସମାଜର ଦୁର୍ବଳ ଶ୍ରେଣୀର ଲୋକ, ତଫସିଲଭୁକ୍ତ ଜାତି ଓ ଉପଜାତିର ଲୋକ, ଦିବ୍ୟାଙ୍ଗ ବ୍ୟକ୍ତି ତଥା ଅନ୍ୟ ଯେଉଁମାନେ ନିଃସ୍ୱାର୍ଥପରଭାବେ ସମାଜସେବା କରୁଛନ୍ତି ସେମାନଙ୍କ ମଧ୍ୟରୁ ଯୋଗ୍ୟ ବ୍ୟକ୍ତିଙ୍କ ନାମ ମଧ୍ୟ ସୁପାରିସ କରିବାକୁ ସରକାର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୱେବସାଇଟରେ ‘ଆୱାର୍ଡସ ଏଣ୍ଡ ମେଡାଲ୍‌ସ’ ଶୀର୍ଷକରେ ଏ ସଂକ୍ରାନ୍ତ ସବିଶେଷ ବିବରଣୀ ମିଳିପାରିବ ।  ଏଥିପାଇଁ www.mha.gov.inକୁ ଲଗ୍‌ଅନ କରିବାକୁ ପରାମର୍ଶ ଦିଆଯାଇଛି । ଏହି ଲିଙ୍କରେ  https://padmaawards.gov.in/ AboutAwards.aspxକୁ ଲଗ୍‌ଅନ କରି ପୁରସ୍କାରର ନିୟମାବଳୀ ଦେଖିହେବ ।

 

Padma Shree Award
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ପୋଲିସର ୭୯ତମ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

February 16, 2026

ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ, ଜନସେବା କ୍ଷେତ୍ରରେ ସେ ଥିଲେ ବେଶ ପରିଚିତ

February 16, 2026

ଭାରତ ମଣ୍ଡପମରେ ଆରମ୍ଭ ହେଲା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬

February 16, 2026

ରାଜ୍ୟସଭା ନିର୍ବାଚନ: ଏଥର ବିଜେପି କୁ ସମର୍ଥନ ନା କଂଗ୍ରେସ ସହ ମିଶି ଖେଳ ବିଗାଡ଼ିବ ବିଜେଡ଼ି?

February 16, 2026
Latest News

ଦିଲ୍ଲୀ ପୋଲିସର ୭୯ତମ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

February 16, 2026

ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ, ଜନସେବା କ୍ଷେତ୍ରରେ ସେ ଥିଲେ ବେଶ ପରିଚିତ

February 16, 2026

ଭାରତ ମଣ୍ଡପମରେ ଆରମ୍ଭ ହେଲା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬

February 16, 2026

ରାଜ୍ୟସଭା ନିର୍ବାଚନ: ଏଥର ବିଜେପି କୁ ସମର୍ଥନ ନା କଂଗ୍ରେସ ସହ ମିଶି ଖେଳ ବିଗାଡ଼ିବ ବିଜେଡ଼ି?

February 16, 2026

ଖୁବ୍ ଶୀଘ୍ର ରତ୍ନଭଣ୍ଡାରର ଗଣତି ମଣତି: SOP ସମ୍ପର୍କରେ ମୁଖ୍ୟମନ୍ତ୍ରୀ କଲେ ବିସ୍ତୃତ ଆଲୋଚନା

February 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.