Categories
ବିଶେଷ ଖବର ରାଜ୍ୟ ଖବର

ସାତ ଜଣ ଓଡିଆଙ୍କୁ ମିଳିବ ପଦ୍ମ ପୁରସ୍କାର, ଜାଣନ୍ତୁ କେଉଁମାନଙ୍କ ନାମ ହେଲା ଘୋଷଣା

ନୂଆଦିଲ୍ଲୀ: ଆଜି ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମ ପୁରସ୍କାର ଘୋଷଣା ହୋଇଛି। ଏଥିରେ ଓଡିଶାର ସାତ ଜଣ ପଦ୍ମ ପୁରସ୍କାର ପାଇବେ ବୋଲି ମନୋନିତ କରାଯାଇଛି। ମୁଖ୍ୟତଃ ଗଣତନ୍ତ୍ର ଦିବସ ପୂର୍ବରୁ ଏହି ଘୋଷଣା କରାଯାଇଥାଏ। ତେବେ ଯେଉଁ ଓଡିଆଙ୍କ ନାମ ଏହି ତାଲିକାରେ ରହିଛି ସେମାନଙ୍କ ମଧ୍ୟରେ ଛଅ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ କରାଯାଇଛି। ସେହିପରି ଜଣଙ୍କୁ ପଦ୍ମଭୂଷଣ ପାଉଁ ମନୋନିତ କରାଯାଇଛି। ସେମାନେ ହେଲେ

1- ସାହିତ୍ୟ ପାଇଁ ଡ. ପ୍ରତିଭା ରାୟ- ପଦ୍ମଭୂଷଣ

ସେହିପରି ଯେଉଁମାନେ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନିତ ହୋଇଛନ୍ତି ସେମାନେ ହେଲେ

2- ପାରା ଆଥଲେଟ୍‌ ପ୍ରମୋଦ ଭଗତ

3- ସମାଜସେବା ପାଇଁ ଶିଶୁ ଅନନ୍ତ ମଠର ମହନ୍ତ ମହାରାଜ ଶ୍ରୀମଦ୍‌ ବାବା ବଳିଆ

4- ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଇଁ ଆଦିତ୍ୟ ପ୍ରସାଦ ଦାଶ

5- କଳା କ୍ଷେତ୍ରରେ ଅବଦାନ ପାଇଁ ଶ୍ୟାମାମଣୀ ଦେବୀ

6- ସାହିତ୍ୟ ଓ ଶିକ୍ଷା ପାଇଁ ନରସିଂହ ପ୍ରସାଦ ଗୁରୁ

7-ସିଭିଲ ସର୍ଭିସ ପାଇଁ ଗୁରୁପ୍ରସାଦ ମହାପାତ୍ରଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ

ପଢନ୍ତୁ- ଘୋଷଣା ହେଲା ପଦ୍ମଶ୍ରୀ ପୁରସ୍କାର, ଜାଣନ୍ତୁ ଦେଶର କେଉଁମାନଙ୍କୁ କରାଯାଇଛି ମନୋନିତ

Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି

ପଦ୍ମଶ୍ରୀ ପୁରସ୍କାର ପାଇଁ ଆରମ୍ଭ ହେଲା ଅନଲାଇନ ସୁପାରିଶ ପ୍ରକ୍ରିୟା, ଜାଣନ୍ତୁ କେମିତି କରିବେ ସୁପାରିଶ

ନୂଆଦିଲ୍ଲୀ, 2021 ବର୍ଷ ପାଇଁ ପଦ୍ମ ପୁରସ୍କାର ନିମନ୍ତେ ଅନ୍‌ଲାଇନ ମନୋନୟନ/ସୁପାରିସ ପ୍ରକ୍ରିୟା ଗତ ମେ ପହିଲାଠାରୁ ଆରମ୍ଭ ହୋଇଛି । ଏହ ପ୍ରକ୍ରିୟା ଚଳିତବର୍ଷ ସେପ୍ଟମ୍ବର 15 ଯାଏଁ ଚାଲୁ ରହିବ । ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯିବ । ପଦ୍ମ ପୁରସ୍କାର ପୋର୍ଟାଲ  https://padmaawards.gov.in ରେ ଏହି ସୁପାରିସ ଓ ନାମ ମନୋନୟନ କରାଯାଇପାରିବ ।

ପଦ୍ମବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ ଆଦି ଦେଶର ଏହି ବେସାମରିକ ସର୍ବୋଚ୍ଚ ସମ୍ମାନ ପ୍ରଦାନ ବ୍ୟବସ୍ଥା 1954ରେ ଆରମ୍ଭ ହୋଇଥିଲା । ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ଏଥିରେ କଳା, ସାହିତ୍ୟ, ଶିକ୍ଷା, କ୍ରୀଡା, ଭେଷଜ, ସାମାଜିକ କାର୍ଯ୍ୟ, ବିଜ୍ଞାନ ଏବଂ ଇଂଜିନିୟରିଂ,  ଲୋକସେବା ବ୍ୟାପାର, ସିଭିଲ ସେବା, ବାଣିଜ୍ୟ ଏବଂ ଉଦ୍ୟୋଗ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ଦିଆଯାଇଥାଏ ।

ଜାତି, ଧର୍ମ, ପେସା, ପଦପଦବୀ ଓ ଲିଙ୍ଗ ବିଚାର ନିର୍ବିଶେଷରେ ସମସ୍ତେ ଏହା ପାଇବା ପାଇଁ ଯୋଗ୍ୟ; କିନ୍ତୁ ସେମାନଙ୍କର ସଂପୃକ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଆବଶ୍ୟକ । ସରକାରୀ କର୍ମଚାରୀ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ କାମ କରୁଥିବା ବ୍ୟକ୍ତିବିଶେଷ ମଧ୍ୟ ଏହି ସମ୍ମାନ ପାଇଁ ଯୋଗ୍ୟ । ତେବେ ଡାକ୍ତର ଓ ବୈଜ୍ଞାନିକମାନେ ଏଥିପାଇଁ ଯୋଗ୍ୟ ନୁହନ୍ତି । ସେମାନଙ୍କ ପାଇଁ ଅନ୍ୟ ଜାତୀୟ ପୁରସ୍କାରର ବ୍ୟବସ୍ଥା ରହିଛି । ପଦ୍ମ ପୁରସ୍କାର ପାଇଁ ବ୍ୟକ୍ତିବିଶେଷଙ୍କ ନାମ ସୁପାରିସ ଭିତ୍ତିରେ ମନୋନୀତ ହୋଇଥାଏ ।

ଏ ସଂକ୍ରାନ୍ତ ମନୋନୟନ ଓ ସୁପାରିସରେ ସବିଶେଷ ତଥ୍ୟାବଳୀ ପ୍ରଦାନ କରିବାକୁ ପଡିବ ଏବଂ ଏଥିପାଇଁ ପଦ୍ମ ପୋଟାର୍ଲରେ ନିର୍ଦିଷ୍ଟ ଫର୍ମାଟ ରହିଛି । ଏହାଛଡା ଏହି ମନୋନୟନ ଓ ସୁପାରିସପତ୍ର ସହିତ ଆଠଶହ ଶବ୍ଦ ବିଶିଷ୍ଟ ଏକ ଲେଖା ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ସଂପର୍କରେ ଲେଖିବାକୁ ପଡିବ । ସେ କେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଏବଂ ସେ କ୍ଷେତ୍ରରେ ତାଙ୍କର ବିଶେଷ ଉପଲବ୍‌ଧି କ’ଣ ରହିଛି ତାହା ସ୍ପଷ୍ଟଭାବେ ଉଲ୍ଲେଖ କରିବାକୁ ପଡିବ ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ମର୍ମରେ ସବୁ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ସରକାର, ଭାରତରତ୍ନ ଓ ପଦ୍ମବିଭୂଷଣ ପ୍ରାପ୍ତ ବ୍ୟକ୍ତିବିଶେଷ ଏବଂ ଅତି ଉତ୍କୃଷ୍ଟ ପ୍ରତିଷ୍ଠାନଗୁଡିକୁ ପତ୍ରଲେଖି ଏଭଳି ପ୍ରତିଭାଶାଳୀ ଲୋକଙ୍କୁ ଏହି ସମ୍ମାନ ପାଇଁ ଚିହ୍ନଟ କରିବାକୁ ଅନୁରୋଧ କରିଛନ୍ତି । ସରକାର ମଧ୍ୟ ପଦ୍ମ ସମ୍ମାନକୁ ‘ଗଣପଦ୍ମ’ରେ ପରିଣତ କରିବା ପାଇଁ ଅଙ୍ଗୀକୃତ । ସେଥିପାଇଁ ଯୋଗ୍ୟ ବ୍ୟକ୍ତିବିଶେଷଙ୍କ ନାମ ମନୋନୀତ/ସୁପାରିସ କରିବାକୁ ସରକାର ଜନସାଧାରଣଙ୍କୁ ଅନୁରୋଧ ଜଣାଇଛନ୍ତି ।

ଏପରିକି ଯୋଗ୍ୟ ବ୍ୟକ୍ତିବିଶେଷ ନିଜ ନାମ ମଧ୍ୟ ନିଜେ ସୁପାରିସ କରିପାରିବେ ବୋଲି ସରକାର ଜଣାଇଛନ୍ତି । ମହିଳା, ସମାଜର ଦୁର୍ବଳ ଶ୍ରେଣୀର ଲୋକ, ତଫସିଲଭୁକ୍ତ ଜାତି ଓ ଉପଜାତିର ଲୋକ, ଦିବ୍ୟାଙ୍ଗ ବ୍ୟକ୍ତି ତଥା ଅନ୍ୟ ଯେଉଁମାନେ ନିଃସ୍ୱାର୍ଥପରଭାବେ ସମାଜସେବା କରୁଛନ୍ତି ସେମାନଙ୍କ ମଧ୍ୟରୁ ଯୋଗ୍ୟ ବ୍ୟକ୍ତିଙ୍କ ନାମ ମଧ୍ୟ ସୁପାରିସ କରିବାକୁ ସରକାର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୱେବସାଇଟରେ ‘ଆୱାର୍ଡସ ଏଣ୍ଡ ମେଡାଲ୍‌ସ’ ଶୀର୍ଷକରେ ଏ ସଂକ୍ରାନ୍ତ ସବିଶେଷ ବିବରଣୀ ମିଳିପାରିବ ।  ଏଥିପାଇଁ www.mha.gov.inକୁ ଲଗ୍‌ଅନ କରିବାକୁ ପରାମର୍ଶ ଦିଆଯାଇଛି । ଏହି ଲିଙ୍କରେ  https://padmaawards.gov.in/ AboutAwards.aspxକୁ ଲଗ୍‌ଅନ କରି ପୁରସ୍କାରର ନିୟମାବଳୀ ଦେଖିହେବ ।