ଜେନେରାଲ ବିପିନ ରାୱତ ଏବଂ କଲ୍ୟାଣ ସିଂଙ୍କୁ ମରଣୋତ୍ତର ପଦ୍ମବିଭୂଷଣ, ଗୁଲାମ ନବୀ ଆଜାଦ ପାଇବେ ପଦ୍ମ ଭୂଷଣ

Published: Jan 25, 2022, 9:08 pm IST

ନୂଆଦିଲ୍ଲୀ: ପଦ୍ମଭୂଷଣ ପରେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାୱତ ଏବଂ କଲ୍ୟାଣ ସିଂଙ୍କୁ ମରଣୋତ୍ତର ପଦ୍ମବିଭୂଷଣ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଭାସ ଆତ୍ରେ ଏବଂ ରାଧେଶମ ଖେମକାଙ୍କୁ ପଦ୍ମବିଭୂଷଣ ମଧ୍ୟ ଦିଆଯିବ। ଏଥିସହିତ ୧୭ ଜଣଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯିବ। ଗୃହ ମନ୍ତ୍ରଣାଳୟ କହିଛି ଯେ, କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଜୀ ଏବଂ ଅଭିନେତା ଭିକ୍ଟର ବାନାର୍ଜୀଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବ।

ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା, ଗୁଗୁଲର ସିଇଓ ସୁନ୍ଦର ପିଚାଇ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସାଇରସ୍ ପୁନାୱାଲା, ଭାରତ ବାୟୋଟେକ୍ ର କୃଷ୍ଣ ଇଲା, ସୁଚିତ୍ରା ଇଲା, ପଞ୍ଜାବୀ ଗାୟକ ଗୁରୁମିତ ସିଂ ବାୱା ଏବଂ ପୂର୍ବତନ ଗୃହ ସଚିବ ରାଜୀବ ମହର୍ଷିଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବ।

ଏଥିସହିତ ୧୦୭ ଲୋକଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରେ ଅଲିମ୍ପିଆନ୍ ନୀରଜ ଚୋପ୍ରା, ପ୍ରମୋଦ ଭଗବତ, ବନ୍ଦନା କଟାରିଆ ଏବଂ ଗାୟକ ସୋନୁ ନିଗମ ମଧ୍ୟ ନାମିତ ହୋଇଛନ୍ତି।

ମୋଟ ୧୨୮ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ। ନାମ ଘୋଷଣା ପରେ ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ୍ କରି କହିଛନ୍ତି ଯେ, ଭାରତର ପ୍ରଥମ ସିଡିଏସ୍ ସ୍ଵର୍ଗୀୟ ବିପିନ ରାୱତ ଜୀ ଜଣେ ଅନନ୍ୟ ଦେଶପ୍ରେମୀ ଥିଲେ। ଯିଏ ସମ୍ପୂର୍ଣ୍ଣ ଭକ୍ତି ଓ ନିଷ୍ଠା ସହିତ ଦେଶ ସେବା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ପଦ୍ମବିଭୂଷଣ ଦେଇ ପ୍ରକୃତ ସେବାରେ ସମ୍ମାନିତ କରିଛନ୍ତି। ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶ ତରଫରୁ ଅଭିନନ୍ଦନ ଜଣାଉଛି।

Related posts