Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚିତାଲାଗି ଅମାବାସ୍ୟା ଓ ଚିତଉ ଭୋଗ
ବିଶେଷ ଖବର

ଚିତାଲାଗି ଅମାବାସ୍ୟା ଓ ଚିତଉ ଭୋଗ

July 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚିତାଲାଗି ଅମାବାସ୍ୟା ଓ ଚିତଉ ଭୋଗ

ଅସୀତ ମହାନ୍ତି

ଆଜି ଚିତାଲାଗି ଅମାବାସ୍ୟା। ସ୍ନାନପୂର୍ଣ୍ଣିମା ରାତିରେ, ଅଣସର ଘରେ ଯେଉଁ ରତ୍ନଚିତା ଉଲାଗି ହୋଇଥିଲେ ତିନି ଠାକୁର, ସେହି ଚିତା ଆଜି ସେମାନେ ଲାଗି ହେଲେ। ଏହା ଶ୍ରୀମନ୍ଦିରର ଏକ ଲୋକପ୍ରିୟ ପର୍ବ।

ଲୋକମୁଖରେ ଏହା ‘ଚିତଉ ଅମାବାସ୍ୟା’। କାରଣ ଏହିଦିନ ଶ୍ରୀମନ୍ଦିରରେ ଚିତଉପିଠା ଭୋଗ ହୁଏ। ଚିତଉ ସହିତ ‘ଘିଉଡି’ ନାମକ ଆଉ ଏକ ପ୍ରକାରର ପିଠା ମଧ୍ୟ ଭୋଗ ହୋଇଥାଏ। ଚିତଉ ଭୋଗ ଭିତରେ ଥାଏ ବଡ଼ ଓ ଛୋଟ ଦୁଇପ୍ରକାରର ଚିତଉ । ଏହା ପର୍ବାଣି ଭୋଗ। ଏଥିରେ ଥାଏ ବଡ଼, ଅଙ୍ଗବାସ ଓ ସାନଓଳି ‘ଘିଉଡି’। ସେହିପରି ଚିତଉ ଭିତରେ ଥାଏ ୧୧ ଓଳି ବଡ଼ ଚିତଉ ଓ ୩୦ ଓଳି ସାନ ଚିତଉ।

ଓଡ଼ିଶାର ଘରେ ଘରେ ମଧ୍ୟ ଏହିଦିନ ଚିତଉ ପିଠା ତିଆରି ଓଧ କରାଯାଇ ଗୃହଦେବତାଙ୍କୁ ଭୋଗ କରାଯାଏ। ଏହି ପିଠା ଧାନ କ୍ଷେତରେ ଓ ପୋଖରୀ ଗାଡ଼ିଆରେ ଗେଣ୍ଡାମାନଙ୍କୁ ମଧ୍ୟ ଦିଆଯାଏ। କାରଣ ଏହା ବର୍ଷାଋତୁର ଆରମ୍ଭ ସମୟ ଓ ଏହା ସେମାନଙ୍କର ପ୍ରଜନନର‌ ଋତୁ। ଏହିଥିରୁ ‘ଗେଣ୍ଡେଇସୁଣୀ’ ନାଆଁଟି ଆସିଛି। ଗେଣ୍ଡା ଙ୍କୁ ପାରମ୍ପରିକ ଭାବରେ ଉପକାରୀ ଜୀବ ଭାବରେ ଗ୍ରହଣ କରାଯାଇ ଏହି ଭୋଗ ଖାଇବାକୁ ଦିଆଯାଇଥାଏ।

ଯେଉଁ ରତ୍ନଖଚିତ ସୁନାଚିତା ଠାକୁରମାନେ ଶ୍ରୀମନ୍ଦିରର ରତ୍ନବେଦୀରେ ପିନ୍ଧନ୍ତି, ତାହା ଅତ୍ୟନ୍ତ ଦୁର୍ମୂଲ୍ୟ। ତାହାର ମୂଲ୍ୟ ଏଯାଏ ଆକଳନ କରାଯାଇପାରିନାହିଁ। ଏହି ତିନି ଚିତା ଭିତରୁ ଶ୍ରୀଜଗନ୍ନାଥଙ୍କ ଚିତା ‘ହୀରାଚିତା’। କାରଣ ଏହି ଚିତା ମଝିରେ ନାୟକ ଭାବରେ ଗୋଟିଏ ବଡ଼ ହୀରା ଖଞ୍ଜା ଯାଇଛି। ତାହାର ରଙ୍ଗ ଧଳା ହୋଇଥିବାରୁ ତାହା ଲୋକମୁଖରେ ‘ଧଳାଚିତା’।ତାହାକୁ ଘେରି ରହିଛି ସାତଟି ବେଢ। ସେଥିରେ ଖଞ୍ଜା ଯାଇଛି ଛୋଟ ଛୋଟ ରତ୍ନପଥର। ସେଥିମଧ୍ୟରେ ରହିଛି ହୀରା, ମାଣିକ୍ୟ, ପାନ୍ନା ଓ ଓପାଲ୍। ସପ୍ତମ ବେଢର ଶୀର୍ଷରେ ପାନପତ୍ର ଆକାରର ଏକ ବଡ଼ ବ୍ରହ୍ମଜ୍ୟୋତି ହୀରା ଅଛି।

ଶ୍ରୀବଳଭଦ୍ରଙ୍କ ଚିତାର ନାଆଁ ଲୋକମୁଖରେ ‘ନୀଳାଚିତା’। କାରଣ ସେଥିରେ ନାୟକ ଭାବରେ ଗୋଟିଏ ବଡ଼ ମର୍କତ ମଣି ଖଞ୍ଜା ଯାଇଛି। ତାହା ସବୁଜ ରଙ୍ଗର ହୋଇଥିଲେ ମଧ୍ୟ ତାହାକୁ ‘ନୀଳାଚିତା’ କୁହାଯାଏ। କାରଣ ସବୁଜର ନାମାନ୍ତର ନୀଳ। ଶ୍ରୀବଳଭଦ୍ରଙ୍କ ଏହି ଚିତାରେ ନାୟକ ମର୍କତ ମଣିକୁ ଘେରି ରହିଛି ପାଞ୍ଚଟି ବେଢ। ସେଥିରେ ଛୋଟ ଛୋଟ ମାଣିକ୍ୟ, ହୀରା, ପାନ୍ନା ଓ ନୀଳା ଖଞ୍ଜା ଯାଇଛି।

ଦେବୀ ସୁଭଦ୍ରାଙ୍କ ଚିତାର ନାଆଁ ଲୋକମୁଖରେ ‘ମାଣିକ୍ୟଚିତା’। ଏହାର ଅନ୍ୟ ଲୋକପ୍ରିୟ ନାମ ‘ନାଲିଚିତା’। କିନ୍ତୁ ଶ୍ରୀବଳଭଦ୍ରଙ୍କ ଚିତା ପରି ସେଥିରେ ମଧ୍ୟ ନାୟକ ଭାବରେ ରହିଛି ଗୋଟିଏ ବଡ଼ ମର୍କତ ମଣି। ତାହାକୁ ଘେରି ରହିଛି ତିନିଟି ବେଢ। ସେଥିରେ ଖଞ୍ଜା ଯାଇଛି ଛୋଟ ଛୋଟ ହୀରା, ମର୍କତ ଓ ମାଣିକ୍ୟ।

ସ୍ନାନବେଦୀରେ ଠାକୁରମାନେ ସ୍ନାନ କରିବା ବେଳେ ଏହି ରତ୍ନଖଚିତ ସୁନା ଚିତା ସେମାନଙ୍କର ମସ୍ତକରେ ଥାଏ। କିନ୍ତୁ ହାତୀବେଶ ଉଲାଗି ହୋଇ ଅଣସର ଘରକୁ ଯିବା ପରେ ତାହାକୁ ଓହ୍ଲାଇ ରଖିଦିଆଯାଏ। ଅଣସର ପରେ ନବ ଯୈାବନ ଦର୍ଶନ ଦେଇ, ରଥରେ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ବେଳେ, ସେମାନଙ୍କର ମସ୍ତକରେ ସ୍ବତନ୍ତ୍ର ଭାବରେ ସୋଲରେ ତିଆରି କାରୁକାର‌୍ୟ୍ୟପୂର୍ଣ୍ଣ ଚିତା ଲାଗି କରାଯାଏ। ନୀଳାଦ୍ରି ବିଜେରେ ରତ୍ନସିଂହାସନକୁ ଫେରିବା ପରେ ମଧ୍ୟ ଏହି ରତ୍ନଚିତା ଲାଗି କରାଯାଇନଥାଏ। ଚିତାଲାଗି ଅମାବାସ୍ୟା ଦିନ ହିଁ ଏହା ଲାଗି କରାଯାଏ।

ଶ୍ରାବଣ ଅମାବାସ୍ୟା ହେଉଛି ଚିତାଲାଗି ଅମାବାସ୍ୟା। ପୈାରାଣିକ ପ୍ରସଙ୍ଗ ଅନୁସାରେ, ସମୁଦ୍ର ମନ୍ଥନ ରୁ ଏହିଦିନ ଅନେକ ରତ୍ନ ବାହାରି ଥିଲା। ଭଗବାନ ବିଷ୍ଣୁ ସେହି ରତ୍ନକୁ ଗ୍ରହଣ କରିଥିଲେ। ତେଣୁ ଏହିଦିନ ରତ୍ନଧାରଣ କରିବା ଶୁଭ ବୋଲି ବିବେଚିତ ହୋଇ ଆସିଛି। ସମ୍ଭବତଃ ସେହି ଦୃଷ୍ଟିରୁ ଏହିଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନେ ରତ୍ନଚିତା ଲାଗି ହୋଇଥାଆନ୍ତି।

ଚିତାଲାଗି ଅମବାସ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ବିରଳ ଯୋଡାମୁଣ୍ଡ ଶିଶୁ ଜନ୍ମ

October 14, 2026

‘ଯଦି ଅମ୍ପାୟାର ନିରପେକ୍ଷ ନୁହଁନ୍ତି, ତେବେ…’: ECI କୁ ଏଭଳି ପରାମର୍ଶ ଦେଲେ ପୂର୍ବତନ ନିର୍ବାଚନ କମିଶନର

October 14, 2026

ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ବିଶ୍ୱ ବଜାରରେ ସୁଯୋଗ ଖୋଜୁଛି ଓଡ଼ିଶା

October 14, 2026

ନବମ, ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୁସ୍ତକ

October 13, 2026
Latest News

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ବିରଳ ଯୋଡାମୁଣ୍ଡ ଶିଶୁ ଜନ୍ମ

October 14, 2026

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଜୟପୁରରେ ଜରୁରୀ ଅବତରଣ

October 14, 2026

ପାଲଘରରେ ଭୟାବହ ଅଗ୍ନିକାଣ୍ଡ: ଦୁଇ ମହିଳା ମୃତ, ୬ ଗୁରୁତର

October 14, 2026

ବିହାର ନୌକା ଦୁର୍ଘଟଣା: ୧୩ ଶିଶୁ ମୃତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

October 14, 2026

‘ଯଦି ଅମ୍ପାୟାର ନିରପେକ୍ଷ ନୁହଁନ୍ତି, ତେବେ…’: ECI କୁ ଏଭଳି ପରାମର୍ଶ ଦେଲେ ପୂର୍ବତନ ନିର୍ବାଚନ କମିଶନର

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.