Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ଶେଷ ହେଲା ପ୍ରସିଦ୍ଧ ବାଣପୁର ପଞ୍ଚୁଦୋଳ, ଚିତାକର୍ଷକ ଥିଲା ଆତସବାଜି
ଧର୍ମ

ଶେଷ ହେଲା ପ୍ରସିଦ୍ଧ ବାଣପୁର ପଞ୍ଚୁଦୋଳ, ଚିତାକର୍ଷକ ଥିଲା ଆତସବାଜି

April 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର( ସୀତାରାମ ଅଗ୍ରୱାଲ): ଶନିବାର ଓ ରବିବାର ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଐତିହାସିକ ପଲଟଣ ପଡିଆ ଠାରେ ଦୁଇଦିନ ଧରି ପଞ୍ଚୁଦୋଳ ଓ ମେଳଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଲୋକମାନେ ଖୁବ ଧୂମଧାମରେ ପାଳନ କରିଛନ୍ତି ମେଳଣ ପର୍ବ। କାହିଁ କେଉଁ ଅନାଦି କାଳରୁ ବାଣପୁରରେ ଏହି ପର୍ବ ପାଳନ କରାଯାଉଛି। ଚୈତ୍ର କୃଷ୍ଣପକ୍ଷ ପ୍ରତିପଦା ଠାରୁ ପାଞ୍ଚଦିନ ପରେ ଶନିବାର ମାହେନ୍ଦ୍ର ବେଳା ରାତ୍ର ୧୧ ଘଟିକା ୩୫ମିନିଟ ପରେ ସ୍ଥାନାଧିପତି ଚରଣ ଚକାଦେବ ଓ ମା’ ଭଗବତୀଙ୍କ ନିମନ୍ତ୍ରଣ କ୍ରମେ ଠାକୁର ମାନେ ମେଳଣ ପଡିଆକୁ ଆସିଥିଲେ।

ପ୍ରଥମେ ମା’ ଭଗବତୀ ଓ ଚକାଦେବ ମେଳଣ ପଡିଆରେ ପଦାର୍ପଣ କରି ଆସନ ଗ୍ରହଣ କଲା ପରେ ବାଣପୁର ଅଞ୍ଚଳର ଗାଁ ସହର ଓ ପୁରପଲ୍ଲୀର ଦେବାଦେବୀ ମାନେ ସୁସଜିତ ଦୋଳ ବିମାନରେ ବିଭିନ୍ନ ଥାଟ ପାଟ ଓ ପଟୁଆରରେ ଆସି ମେଳଣ ପଡିଆରେ ନିଜ ନିଜର ଅସ୍ଥାନରେ ଅଭିଷିକ୍ତ ହୋଇଥିଲେ। ସନ୍ଧ୍ୟା ସମୟରୁ ପଲଟନ ପଡିଆର ଛାୟା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଜମିଥିଲା।

ବିଭିନ୍ନ ଗ୍ରାମର ଦେବା ଦେବୀ ମାନେ ପ୍ରତିଯୋଗିତା ମୁଳକ ପଟୁଆରରେ ଆସିଥିବା ବେଳେ ମୁଖ୍ୟତଃ ଭେଟେଶ୍ୱର ଗ୍ରାମର ଭେଟିନାଥ ଦେବ, ଗାଲୁଆର ଗୁପ୍ତେଶ୍ୱର ଦେବ, ବାଲିପଦର ଗ୍ରାମର ପଟୁଆରକୁ ଦେଖିବାକୁ ଲୋକଙ୍କ ଭିତରେ ଉତ୍କଣ୍ଠା ଜାତ ହୋଇଥିଲା। ଗତବର୍ଷ ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା ପରେ ବାଣପୁର ପଞ୍ଚୁଦୋଳରେ ପ୍ରଶାସନ ପକ୍ଷରୁ ବାଣ ନିଷେଧ କରାଯାଇଥିବାରୁ ଲୋକଙ୍କ ମାନରେ ନିରାଶା ଭାବ ପରିଲକ୍ଷିତ ହୋଇଥିଲା। ହେଲେ ଚଳିତ ବର୍ଷ ଚିତାକର୍ଷକ ଆତସବାଜି ପ୍ରଦର୍ଶନ ହୋଇଥିଲା।

ରବିବାର ମେଳଣ ପର୍ବରେ ପଞ୍ଚୁଦୋଳ କମିଟି ତରଫରୁ ପଟୁଆର ପାଇଁ ବାଲିପଦର ଲୋକନାଥ ଦେବ ପ୍ରଥମ ଓ ଗାଲୁଆ ଗୁପ୍ତେଶ୍ୱର ଦେବଙ୍କୁ ଦ୍ୱିତୀୟ,ଭେଟେଶ୍ୱର ଭେଟିନାଥ ଦେବଙ୍କୁ ତୃତୀୟ ପୁରସ୍କାର ଦେବାକୁ ଚୟନ କରି କମିଟି ସଭାପତି ତହସିଲଦାର ଟି.ପଦ୍ମନାଭ ଡୋରା, ଉପସଭାପତି ଅମର କାଣ୍ଡି ଓ ସମ୍ପାଦକ ମାଧବ ଚନ୍ଦ୍ର ବାରିକି ପୁରସ୍କାର ବିତରଣ କରିଥିଲେ।

ରବିବାର ଦିନତମାମ ହଜାର ହଜାର ଲୋକଙ୍କ ମେଳଣ ପଡିଆକୁ ଯିବା ଆସିବା ଲାଗି ରହିଥିଲା। ଶ୍ରଦ୍ଧାଳୁମାନେ ପଞ୍ଚୁଦୋଳ ପଡିଆରେ ପହଞ୍ଚି ଦେବାଦେବୀଙ୍କ ଆଶୀର୍ବାଦ ଲାଭ କରି ବିଭିନ୍ନ ପ୍ରକାର ଘର ସରଞ୍ଜାମ, ଖଟ ପଲଙ୍କ ସହ ପିଲାଙ୍କ ପାଇଁ ଖେଳନା କିଣାବିକା କରି ସୁସ୍ୱାଦୁ ଖାଦ୍ୟର ମଜା ନେଇଥିଲେ। ଚଳିତ ବର୍ଷ ଯାତ୍ରାରେ ପ୍ରାୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ପିଲାମାନେ ବିଭିନ୍ନ ପ୍ରକାର ଦୋଳିର ମଜା ଉଠାଉଥିବା ନଜରକୁ ଆସିଥିଲା। ମଥୁରା କେକ ଖାଇବା ପାଇଁ ଦୋକାନ ଆଗରେ ଭିଡ଼ ପରିଲକ୍ଷିତ ହୋଇଥିଲା।

ଅପରାହ୍ନ ପାଞ୍ଚ ଘଟିକା ଗୋଧୂଳି ଲଗ୍ନରେ ସବୁ ଦେବଦେବୀ ଯଂଜ୍ଞ ମଣ୍ଡପର ଚତୁଃପାର୍ଶ୍ଵରେ ପହଂଚିବା ପରେ ଦେବୀ ଭଗବତୀ ଓ ଚନ୍ଦ୍ରଶେଖରଙ୍କର ମିଳନ ହୋଇଥିଲା। ପରେ ପରେ ସମସ୍ତ ଦେବାଦେବୀ ମେଳଣ ପର୍ବରେ ସାମିଲ ହୋଇ ଯଂଜ୍ଞ ମଣ୍ଡପକୁ ସାତଥର ପରିକ୍ରମା କରିଥିଲେ l ମା’ ଭଗବତୀ ପ୍ରଥମେ ମେଳଣ ପଡିଆରୁ ପ୍ରତ୍ୟାବର୍ତନ କଲାପରେ ଅନ୍ୟ ଠାକୁର ମାନେ ମେଳଣ ପଡିଆରୁ ସ୍ଵଗ୍ରାମକୁ ଗମନ କରିଥିଲେ।

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକମାନଙ୍କ ପାଇଁ ପାନୀୟ ଜଳ ବିତରଣ କେନ୍ଦ୍ର ଖୋଲାଯାଇ ଜଳ ପ୍ରଦାନ କରାଯାଇଥିଲା l ବହୁ ସଂଖ୍ୟକ ଲୋକଙ୍କ ସମାଗମକୁ ଦେଖି ପୋଲିସ ପ୍ରଶାସନ ତରଫରୁ ବାଲୁଗାଁ ଏସ୍ଡ଼ିପିଓ ସୁଧାଂଶୁ ଶେଖର ମିଶ୍ର, ବାଣପୁର ଆଇଆଇସି ରମେଶ କୁମାର ଦେବତା, ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା, ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା, ଟାଙ୍ଗୀ ଆଇଆଇସି ସୁଶାନ୍ତ କୁମାର ବେହରା, ନିରାକାରପୁର ଆଇଆଇସି ବିଶ୍ୱଜିତ ରାଉତରାୟ ଆଦି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ। ପଞ୍ଚୁଦୋଳ କମିଟିମାନଙ୍କ ଦ୍ୱାରା ଦୀର୍ଘଦିନ ଧରି ଅକ୍ଲାନ୍ତ ପରିଶ୍ରମ ଫଳରେ ଚଳିତ ବର୍ଷ ସୁଚାରୁ ରୂପେ ମେଳଣ ପର୍ବ ସମାପନ ହୋଇଛି।

banpur PANCHUDOLA ବାଣପୁର ପଞ୍ଚୁଦୋଳ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ପର୍ଯ୍ୟାୟରେ ୧୫୦ ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

December 23, 2025

ରାଜ୍ୟସଭାରେ ପରିବର୍ତ୍ତନ ହେବ ସଂଖ୍ୟା, ୨୦୨୬ ରେ ୭୫ଟି ଆସନ ପାଇଁ ହେବ ନିର୍ବାଚନ

December 23, 2025

ବୈଧ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ ଉପରେ ବୈଠକ

December 23, 2025

ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ପରିପ୍ରେକ୍ଷୀରେ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ନେଇ ପ୍ରସ୍ତୁତି ବୈଠକ

December 23, 2025
Latest News

ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିବ ନୂଆ ଅଧିନାୟକ!: ଦାୟିତ୍ୱ ନେବେ ଭାରତର ଏହି ତାରକା ଖେଳାଳି

December 23, 2025

ଘୂର୍ଣ୍ଣିଝଡ଼ ଦ୍ୱାରା ପ୍ରଭାବିତ ଶ୍ରୀଲଙ୍କାକୁ ୪୫୦ମିଲିୟନ ଡଲାରର ସହାୟତା ଘୋଷଣା କଲା ଭାରତ 

December 23, 2025

ବାଂଲାଦେଶ ହାଇକମିଶନ ବାହାରେ ଭିଏଚପି ଏବଂ ବଜରଙ୍ଗ ଦଳର ପ୍ରତିବାଦ

December 23, 2025

SIR ପ୍ରକ୍ରିୟାର ଅଗ୍ରଗତି ସମୀକ୍ଷା କରିବା ପାଇଁ କୋଲକାତା ଗସ୍ତ କରିବେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ 

December 23, 2025

ପ୍ରଥମ ପର୍ଯ୍ୟାୟରେ ୧୫୦ ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

December 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.