Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ଚିଲିକାରେ ବଳ ଗୋଟାଉଛନ୍ତି ବିଜେଡି ପ୍ରାର୍ଥୀ ରଘୁନାଥ ସାହୁ, ଅସନ୍ତୁଷ୍ଠ ନେତାଙ୍କ କଲେ ମାନଭଞ୍ଜନ
ନିର୍ବାଚନ ଖବର

ଚିଲିକାରେ ବଳ ଗୋଟାଉଛନ୍ତି ବିଜେଡି ପ୍ରାର୍ଥୀ ରଘୁନାଥ ସାହୁ, ଅସନ୍ତୁଷ୍ଠ ନେତାଙ୍କ କଲେ ମାନଭଞ୍ଜନ

April 28, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଚିଲିକାରେ ବଳ ଗୋଟାଉଛନ୍ତି ବିଜେଡି ପ୍ରାର୍ଥୀ ରଘୁନାଥ ସାହୁ, ଅସନ୍ତୁଷ୍ଠ ନେତାଙ୍କ କଲେ ମାନଭଞ୍ଜନ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନ ମଣ୍ଡଳିର ସମସ୍ତ ଅସନ୍ତୁଷ୍ଠ ନେତାଙ୍କୁ ଏକାଠି କରିବାରେ ଲାଗିଛନ୍ତି ବିଜେଡି ପ୍ରାର୍ଥୀ ରଘୁନାଥ ସାହୁ। ତାଙ୍କ ନାମ ଘୋଷଣା ହେବା ପରେ ସେ ନିଜର ଶକ୍ତି ବଢାଇବା ପାଇଁ ଲାଗିପଡିଛନ୍ତି। ଇତି ମଧ୍ୟରେ ତାଙ୍କୁ ଦୃଢ ବିରୋଧ କରୁଥିବା ବିଜେଡି ନେତାଙ୍କ ମାନଭଂଜନ କରିଛନ୍ତି। ବର୍ତ୍ତମାନ ଚିଲିକାର ପ୍ରାୟ ବିଜେଡି ନେତା ରଘୁନାଥଙ୍କୁ ସମର୍ଥନ କରିବା ଆରମ୍ଭ କରିଛନ୍ତି।

ଗତ ପୌର ଓ ପଞ୍ଚାୟତ ନିର୍ବାଚନରେ ରଘୁନାଥ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରି ନ ଥିଲେ। ଫଳରେ ସବୁ ନେତା ସେବେଠାରୁ ରଘୁନାଥଙ୍କ ଉପରେ ଖପ୍ପା ହୋଇ ରହିଥିଲେ। ହେଲେ ବର୍ତ୍ତମାନ ଦଳର ଚାପ ତଥା ରଘୁନାଥଙ୍କ କ୍ଷମା ପ୍ରାର୍ଥନା ପରେ ସମସ୍ତଙ୍କ ମାନଭଂଜନ କରିବାରେ ରଘୁନାଥ ସକ୍ଷମ ହୋଇପାରିଛନ୍ତି।

ଗତ ଶୁକ୍ରବାର ଦିନ ରଘୁନାଥ ବାଲୁଗାଁ ଏନଏସି ର ଦୃଢ ସଂଗଠକ ଶଙ୍କର ପାଇକରାୟଙ୍କୁ ନିଜ ସପକ୍ଷରେ ଆଣିପାରିଛନ୍ତି। ରଘୁନାଥ ତାଙ୍କ ବାସଭବନକୁ ଯାଇ ପୂର୍ବର ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିବା ସହିତ ବିଜେଡିକୁ ଶକ୍ତିଶାଳି କରିବା ପାଇଁ ଅନୁରୋଧ କରିଛନ୍ତି। ବିଜେଡି ନେତା ଶ୍ରୀ ପାଇକରାୟଙ୍କର ଚିଲିକା ନିର୍ବାଚନ ମଣ୍ଡଳିରେ ବେଶ ଦବଦବା ରହିଛି। ତାଙ୍କର ଧର୍ମପତ୍ନୀ ସୁକାନ୍ତି ପାଇକରାୟ ବର୍ତ୍ତମାନ ବାଲୁଗାଁ ଏନଏସି ଅଧ୍ୟକ୍ଷା ଅଛନ୍ତି। ରଘୁନାଥଙ୍କ ଅନୁରୋଧ ପରେ ସେ ବର୍ତ୍ତମାନ ତାଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି।

ସେହିପରି ଚିଲିକା ନିର୍ବାଚନ ମଣ୍ଡଳୀର ସମସ୍ତ ଅସନ୍ତୁଷ୍ଠ ବିଜେଡି ନିର୍ବାଚିତ ପ୍ରତିନିଧିମାନଙ୍କ ଘରକୁ ଘର ବୁଲି ରଘୁନାଥ କ୍ଷମା ପ୍ରାର୍ଥନା କରି ଦଳକୁ ସୁଦୃଢ କରିବା ପାଇଁ ଅନୁରୋଧ କରିବାରେ ଲାଗିଛନ୍ତି। ଅସନ୍ତୁଷ୍ଠ ନେତାମାନେ ବର୍ତ୍ତମାନ ରଘୁନାଥଙ୍କ ଅନୁରୋଧରେ ସମର୍ଥନ କରି ପ୍ରଚାର ଆରମ୍ଭ କରି ଦେଲେଣି। ଫଳରେ ଧିରେ ଧିରେ ଚିଲିକା ନିର୍ବାଚନ ମଣ୍ଡଳିରେ ରଘୁନାଥଙ୍କ ପଲ୍ଲା ଭାରି ହେବାରେ ଲାଗିଛି।

BJD Chilika Election2024 odishaelection2024 ଚିଲିକା ଚିଲିକା ନିର୍ବାଚନ ମଣ୍ଡଳୀ ଚିଲିକା ବିଜେଡି ରଘୁନାଥ ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Latest News

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026

ପରାଜୟ ପରେ ଭାରତ ସମ୍ପର୍କରେ ବଡ ବିବୃତ୍ତି ଦେଲେ ନେଦରଲ୍ୟାଣ୍ଡସ୍ ଅଧିନାୟକ: କହିଲେ…..

February 19, 2026

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.