Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର: ଏକାମ୍ର ପ୍ରକଳ୍ପ ବିଷୟ ଉଲ୍ଲେଖ କରି ହେଲେ ଭାବବିହ୍ବଳ
ନିର୍ବାଚନ ଖବର

କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର: ଏକାମ୍ର ପ୍ରକଳ୍ପ ବିଷୟ ଉଲ୍ଲେଖ କରି ହେଲେ ଭାବବିହ୍ବଳ

May 15, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ସଂଧ୍ୟାରେ ଏକାମ୍ର ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ଲିଙ୍ଗରାଜ ମନ୍ଦିର, କାରଗିଲ୍‌ ରୋଡ ଓ ଜାଗମରାରେ ଆୟୋଜିତ ନିର୍ବାଚନୀ ସଭାରେ ଏକାମ୍ର ପ୍ରକଳ୍ପ ତଥା ଭୁବନେଶ୍ବର ରୂପାନ୍ତର ଉପରେ ଗୁରୁତ୍ବ ଦେଇ ସେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ।

ଶ୍ରୀ ପାଣ୍ଡିଆନ ଆଜି ସଭାରେ ପ୍ରଥମେ ହର ହର ମହାଦେବ କହି ଭାଷଣ ଆରମ୍ଭ କଲେ ଓ ଜୟ ଜଗନ୍ନାଥ କହି ଭାଷଣ ଶେଷ କଲେ।

ଏକାମ୍ର ପ୍ରକଳ୍ପ ଉପରେ ଆଲୋକପାତ କରି ସେ ବହୁତ ଭାବବିହ୍ବଳ ହୋଇପଡିଥିଲେ। ସେ କହିଲେ ଯେ ଲିଙ୍ଗରାଜ ମନ୍ଦିରକୁ ମୁଁ ସବୁ ସୋମବାର ଆସେ। ଶିବରାତ୍ରୀରେ ମଧ୍ୟ ଆସେ। ଥରେ ଶିବରାତ୍ରୀରେ ମୁଁ ଦେଖିଲି ଯେ ଲିଙ୍ଗରାଜ ମନ୍ଦିରରେ ମା ମାନଙ୍କ ପାଇଁ ଛିଡା ହେବାକୁ ମଧ୍ୟ ଜାଗା ନାହିଁ, ଶାନ୍ତିରେ ଦୀପ ବସାଇ ପାରୁନାହାନ୍ତି।

ଏ ବିଷୟ ମୁଖ୍ୟମନ୍ତ୍ରୀଙ୍କୁ କହିବା ପରେ, ଏକାମ୍ର ପ୍ରକଳ୍ପ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଆଜି ମା ମାନେ ବହୁତ ଶାନ୍ତିରେ ପିଲାଛୁଆଙ୍କୁ ଧରି ଦୀପ ବସାଇ ପାରୁଛନ୍ତି। ସବୁ ମହାପ୍ରଭୁ ଲିଙ୍ଗରାଜଙ୍କ ଇଛା।

ଏକାମ୍ରବାସୀଙ୍କୁ ସମ୍ବୋଧନ କରି ସେ କହିଲେ ଯେ ଏହି ପ୍ରକଳ୍ପ ପାଇଁ ଆପଣମାନେ ଅନେକ ତ୍ୟାଗ କରିଛନ୍ତି। ଘର, ଦୋକାନ ଆହୁରି ଅନେକ କିଛି ତ୍ୟାଗ କରିଛନ୍ତି। ଆପଣମାନଙ୍କ ଏ ତ୍ୟାଗ ଇତିହାସ ମନେ ରଖିବ। ମହାପ୍ରଭୁ ଲିଙ୍ଗରାଜ ଆପଣଙ୍କୁ ଆଶୀର୍ବାଦ କରିବେ ବୋଲି ସେ କହିଥିଲେ।

ସେ ପୁଣି କହିଲେ ଯେ ଆଗକୁ ଏକାମ୍ର ପ୍ରକଳ୍ପ ଆହୁରି ଆଗେଇବ। ଆହୁରି ଭବ୍ୟ ଓ ଦିବ୍ୟ ହେବ। ଆପଣମାନେ ଆଧ୍ୟାତ୍ମିକ ଅନୁଭବ ପାଇବେ। ହଜାର ହଜାର ପର୍ଯ୍ୟଟକ ଆସିବେ। ଆପଣମାନଙ୍କର ରୋଜଗାର ବଢିବ ଓ ଆପଣମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ।

ସାଂସଦଙ୍କ ଉପରେ ମନ୍ତବ୍ୟ ରଖି ସେ କହିଲେ ଯେ ଆପଣଙ୍କ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଲିଙ୍ଗରାଜଙ୍କ କାମକୁ ବନ୍ଦ କରିବା ପାଇଁ ଷଡଯନ୍ତ୍ର କଲେ, ଏହା ଠିକ୍‌ କଥା କି ? ସାଂସଦ ଭାବେ ତାଙ୍କ କାମ ହେଉଛି କେନ୍ଦ୍ର ସରକାରଙ୍କଠାରୁ ବଡ ବଡ ଯୋଜନା ଆଣିବେ, ଫ୍ଲାଇ ଓଭର, IT Park, MSME, ଦକ୍ଷତା ବିକାଶ ଆଦି ଯୋଜନାରେ ହଜାର ହଜାର କୋଟି ଟଙ୍କା ସେ ଆଣିପାରିଥାନ୍ତେ। ବେଙ୍ଗାଲୁରୁ ଓ ଜୟପୁର ଆଦି ସହରରେ ସାଂସଦ ମାନେ ସେମାନଙ୍କ ସହର ପାଇଁ ୪୦ ହଜାର, ୫୦ ହଜାର କୋଟି ଟଙ୍କା ଆଣୁଛନ୍ତି।

କିନ୍ତୁ ଦୁଃଖର କଥା, ଆପଣଙ୍କ ସାଂସଦ ଛୋଟ କଥାରେ ମାତୁଛନ୍ତି, କର୍ପୋରେଟର ମାନଙ୍କ କଥାରେ ମୁଣ୍ଡ ଖେଳାଉଛନ୍ତି। ତାଙ୍କର କିଛି ଉଚ୍ଚ ଚିନ୍ତାଧାରା ନାହିଁ।

ସେ ପୁଣି କହିଲେ ଯେ ଜୁନ୍‌ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଥମ ଦସ୍ତଖତରେ ଆପଣମାନଙ୍କ ବିଜୁଳି ବିଲ୍‌ ଛାଡ କରିବେ, ୯୦ ପ୍ରତିଶତ ପରିବାର ଛାଡ ପାଇବେ। ଦ୍ବିତୀୟ ଦସ୍ତଖତରେ ବାକି ରହିଥିବା ଲୋକଙ୍କୁ BSKYରେ ସାମିଲ କରିବେ- ସହରାଞ୍ଚଳରେ ସମସ୍ତେ ପାଇବେ।  ସରକାରୀ କର୍ମଚାରୀ, ମିଶନ ଶକ୍ତିର କର୍ମୀ ଅଙ୍ଗନବାଡୀ, ଆଶାକର୍ମୀ ମାନେ ମଧ୍ୟ ସାମିଲ ହେବେ। ତୃତୀୟ ଦସ୍ତଖତରେ  ମିଶନ ଶକ୍ତି ମା ମାନଙ୍କୁ ପେନ୍‌ସନ ମିଳିବ। ସେମାନଙ୍କର ବହୁ ଦିନର ଦାବୀ ପୂରଣ ହେବ।

ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି। ସେ ଆମ ସମସ୍ତଙ୍କ ପାଇଁ ପ୍ରେରଣା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆପଣମାନେ ବହୁତ ଭଲ ପାଆନ୍ତି ବୋଲି ମତ ଦେଇ ସେ ଲୋକଙ୍କୁ ଅନୁରୋଧ କରି କହିଥିଲେ ଯେ ଆପଣମାନେ ତାଙ୍କୁ ଆଶୀର୍ବାଦ କରନ୍ତୁ। ମନ୍ମଥ ବାବୁ, ଅଶୋକ ବାବୁ ଏ ମାଟିର ପୁଅ। ସେମାନଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ।  ୬୦ ପ୍ରତିଶତ ଭୋଟିଂ କରି ବିଜୁ ଜନତା ଦଳ ପ୍ରାର୍ଥୀଙ୍କୁ ଜିତାଇ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରକ୍ଷା କରିବାକୁ ସେ ଅନୁରୋଧ କରିଥିଲେ।

ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ପ୍ରଶଂସା କରି ସେ କହିଲେ ଯେ ମନ୍ମଥ ବାବୁ ଲଢୁଆ ପୁଅ।  ତାଙ୍କୁ ସାଂସଦ କଲେ ସେ ଆପଣଙ୍କ ପାଇଁ ଦିଲ୍ଲୀରେ ଲଢିବେ। ଆଉ ଯାହାକୁ ଦେଲେ ନିଜ ପଦବୀ ପାଇଁ ଲବି କରିବେ, ଆଉ ଆପଣଙ୍କୁ ଅବହେଳା କରିବେ।

ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ କହିଲେ ଯେ, ଆଜି ବିରୋଧୀ ଦଳ ଅସ୍ମିତା କଥା କହୁଛି। ଯେଉଁମାନେ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବାକୁ ଚିନ୍ତା କରିନାହାନ୍ତି, ଓଡିଆ ଭାଷା ପାଇଁ ଟଙ୍କା ଟିଏ ବି ଦେଇନାହାନ୍ତି, ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେଇନାହାନ୍ତି, ସେମାନଙ୍କର ଅସ୍ମିତା କଥା କହିବାର କିଛି ଅଧିକାର ନାହିଁ ବୋଲି ମତ ଦେଇ  ସେମାନଙ୍କୁ କଡା ଜବାବ ଦିଅନ୍ତୁ  ବୋଲି ଆହ୍ବାନ ଦେଇଥିଲେ।

ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା କହିଲେ ଯେ ମହାପ୍ରଭୁ ଲିଙ୍ଗରାଜ ଆମର କ୍ଷେତ୍ରାଧିପତି। କିନ୍ତୁ ଲିଙ୍ଗରାଜ ଆଇନକୁ ଚକ୍ରାନ୍ତ କରି ବିରୋଧୀ ଏହାକୁ ଦିଲ୍ଲୀରେ ଅଟକାଇଛନ୍ତି। ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରିଛନ୍ତି। ସେମାନଙ୍କୁ ଇତିହାସ କ୍ଷମା ଦେବ ନାହିଁ, ମହାପ୍ରଭୁ କ୍ଷମା ଦେବେ ନାହିଁ।

ଅଶୋକ ପଣ୍ଡା ଏକାମ୍ର ନିର୍ବାଚନ ମଣ୍ଡଳୀ କାର୍ତ୍ତିକ ପାଣ୍ଡିଆନ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ମନ୍ମଥ ରାଉତରାୟ ଲିଙ୍ଗରାଜ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ବିହାର ରାଜ୍ୟସଭା ନିର୍ବାଚନ: ସମସ୍ତ ପାଞ୍ଚ ଆସନ ଜିତିଲେ ଏନଡିଏ ପ୍ରାର୍ଥୀ

March 16, 2026
Latest News

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

March 17, 2026

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ଗିରିଜା ବଳିୟାରସିଂହ ମନୋନିତ

March 17, 2026

ଆଜି ୧୭ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

March 17, 2026

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.