Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ରତ୍ନ ଭଣ୍ଡାର ଚାବି ତାମିଲନାଡୁରେ…., ପ୍ରଧାନମନ୍ତ୍ରୀଙ୍କ ଏହି ଭାଷଣ ଉପରେ ଏପରି ଜବାବ ରଖିଲେ କାର୍ତ୍ତିକ ପାଣ୍ଡିଆନ
ନିର୍ବାଚନ ଖବର

ରତ୍ନ ଭଣ୍ଡାର ଚାବି ତାମିଲନାଡୁରେ…., ପ୍ରଧାନମନ୍ତ୍ରୀଙ୍କ ଏହି ଭାଷଣ ଉପରେ ଏପରି ଜବାବ ରଖିଲେ କାର୍ତ୍ତିକ ପାଣ୍ଡିଆନ

May 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରତ୍ନ ଭଣ୍ଡାର ଚାବି ତାମିଲନାଡୁରେ...., ପ୍ରଧାନମନ୍ତ୍ରୀଙ୍କ ଏହି ଭାଷଣ ଉପରେ ଏପରି ଜବାବ ରଖିଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁଗୁଳ ଏବଂ କଟକରେ ଦେଇଥିବା ତାଙ୍କ ଭାଷଣରେ ସିଧା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କ ନାମ ନ ନେଇ ସେ ଜଣେ ଖଣି ମାଫିଆ, ଜମି ମାଫିଆ ପ୍ରଭୃତି କହି ସମାଲୋଚନା କରିଛନ୍ତି। ଏପରିକି ଓଡିଶାରେ ବିଜେପି ସରକାର ଆସିଲେ ସେହି ମାଫିଆର ଅଣ୍ଟା ଭାଙ୍ଗି ଦିଆଯିବ ବୋଲି କଡା ଭାଷାରେ ଗାଳି କରିଛନ୍ତି।

ସେହିପରି ରତ୍ନ ଭଣ୍ଡାର ପ୍ରସଙ୍ଗରେ ମଧ୍ୟ ସେ ନା ନ ନେଇ ସିଧା ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ରତ୍ନ ଭଣ୍ଡାର ଚାବି ବର୍ତ୍ତମାନ ମିଳୁ ନାହିଁ। ଛଅ ବର୍ଷ ଧରି ସେ ଚାବି ହଜିଯାଇଛି। ବର୍ତ୍ତମାନ ସେ ଚାବି ତାମିଲନାଡୁରେ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅର୍ଥାତ ସେ ପରୋକ୍ଷାରେ ତାମିଲନାଡୁର ପାଣ୍ଡିଆନଙ୍କୁ ଆକ୍ଷେପ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଏପରି ଭାଷଣର ଜବାବ ରଖିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ ନ୍ୟୁଜ ଏଜନେସ୍ ପିଟିଆଇକୁ ଏକ ସାକ୍ଷାତକାର ଦେଇ ଏହାର ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ଯଦି ତାମିଲନାଡୁରେ ଚାବି ଅଛି ବୋଲି ପ୍ରଧାନମନ୍ତ୍ରୀ ଜାଣିଛନ୍ତି ତେବେ ତାଙ୍କର ତଦନ୍ତ ଏଜେନସି ଲଗାଇ ଖୋଜି ଆଣନ୍ତୁ। ତାଙ୍କ ଅଧିନରେ ସବୁ ତଦନ୍ତ ସଂସ୍ଥା ରହିଛି। ପ୍ରଧାନମନ୍ତ୍ରୀଙ୍କ ପାଖରେ ଯଦି ଏତେ ସୂଚନା ଅଛି ତେବେ କାହାକୁ କହିଲେ ସେମାନେ ଖୋଜି ଆଣିପାରନ୍ତେ ବୋଲି ପାଣ୍ଡିଆନ କହିଛନ୍ତି।

ଏହାକୁ ନେଇ ପାଣ୍ଡିଆନ ଆହୁରି କହିଛନ୍ତି ଯେ, ସେମାନଙ୍କର ପାଖରେ କୌଣସି ପ୍ରସଂଗ ନାହିଁ । ସେଥିପାଇଁ ଏପରି ଅପ୍ରସଂଗକୁ ପ୍ରସଂଗ କରି କହିବୁଲୁଛନ୍ତି। ଚାବି ତାମିଲନାଡୁରେ ଅଛି ବୋଲି ପ୍ରଧାନମନ୍ତ୍ରୀଙ୍କ କହିବା ଏକ ରାଜନୈତିକ ଭାଷଣ। ଏଥିରେ ସେମିତି ଗୁରୁତ୍ବ ନାହିଁ ବୋଲି ପାଣ୍ଡିଆନ କହିଛନ୍ତି।

ସେହିପରି ରତ୍ନ ଭଣ୍ଡାର ଖୋଲିବା ପ୍ରସଂଗରେ ପାଣ୍ଡିଆନ କହିଛନ୍ତି ଯେ, ଏ ନେଇ ହାଇକୋର୍ଟ ରାୟ ପ୍ରକାଶ କରିଛନ୍ତି। ରତ୍ନଭଣ୍ଡାର ଖୋଲାଯାଉ ବୋଲି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ସେହି ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ଦିନ ମଧ୍ୟ ଧାର୍ଯ୍ୟ କରିସାରିଛନ୍ତି। ସରକାରଙ୍କ ତରଫରୁ ଏକ କମିଟ ଗଠନ ପାଇଁ କୁହାଯାଇଛି ତାହା ମଧ୍ୟ କରାଯାଇଛି। ଚଳିତ ରଥଯାତ୍ରା ବେଳେ ରତ୍ନଭଣ୍ଡାର ଖୋଲିବା ପାଇଁ ବହୁ ପୂର୍ବରୁ ନିଷ୍ପତି ସରିଛି ବୋଲି ପାଣ୍ଡିଆନ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ 45 ବର୍ଷ ଧରି ରତ୍ନଭଣ୍ଡାର ଖୋଲାଯାଇ ନାହିଁ। ତେବେ ସେ ଜାଣିଛନ୍ତି କି ନାହିଁ ଓଡିଶାରେ ବିଜେଡି ବିଜେପି ମେଣ୍ଟ ସରକାର ଚାଲିଥିଲା। ସେମାନେ ମଧ୍ୟ ସରକାରରେ ଥିଲେ। ସେତେବେଳେ ସେମାନେ କାହିଁକି ରତ୍ନ ଭଣ୍ଡାର ଖୋଲିବା ପାଇଁ ପ୍ରୟାସ କଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ।

Kartik Pandian ଓଡିଶା ନିର୍ବାଚନ 2024 କାର୍ତ୍ତିକ ପାଣ୍ଡିଆନ ପ୍ରଧାନମନ୍ତ୍ରୀଙ୍କ ଭାଷଣ ରତ୍ନ ଭଣ୍ଡାର ରତ୍ନଭଣ୍ଡାର ଚାବି
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବରେ ଚମକିବେ ବ୍ରହ୍ମପୁର ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀ

February 12, 2026
Latest News

ଆଜି ସାତୋଟି ରାଶିର ଭାଗ୍ୟ ଚମକିବ, ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

February 13, 2026

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.