Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ବାଧୀନତା ଦିବସ ରେ ଗାୟିକା ସୁସ୍ମିତା ଦାସଙ୍କ ‘ନୂଆ ଠିକଣା’
ଆଜିର ଖବର

ସ୍ବାଧୀନତା ଦିବସ ରେ ଗାୟିକା ସୁସ୍ମିତା ଦାସଙ୍କ ‘ନୂଆ ଠିକଣା’

August 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁଵନେଶ୍ବର , ଆୟଗିରି ନନ୍ଦିନୀ , ପୃଥିବୀ ମଂଥନ ପରି ଗୀତ ପ୍ରସ୍ତୁତ କରିଥିବା ସୁପରହିଟ ଯୋଡି ଗାୟିକା ସୁସ୍ମିତା ଦାସ ଏବଂ ନିର୍ଦେଶକ ଦେବ ମେହର ଏହି ସ୍ୱାଧୀନତା ଦିବସ ପରିପେକ୍ଷୀରେ ସ୍ରୋତାଙ୍କୁ ଆଉ ଏକ ସୁନ୍ଦର ଗୀତ ଭେଟି ଦେଇଛନ୍ତି। ଯାହାର ନାମ ରହିଛି ‘ନୂଆ ଠିକଣା’।ଏହି ଗୀତ ଟି ରେ ଏକ ଝିଅ ଏବଂ ତାର ବାଇକରେ ଯାତ୍ରା କୁ ଦର୍ଶାଯାଇଛି। ଗୀତଟିର ଭିଡ଼ିଓ ରେ ମଧ୍ୟ ସିନେମା ରେ ଦେଖାଯାଉଥିରେ ପାହାଡ , ପର୍ବତ , ଝରଣା , ନଈ ଆଦି କୁ ଖୁବ ସୁନ୍ଦର ଭାବେ ଦର୍ଶାଯାଇଛି।

ମୁଜ଼ୀକ ଭିଡ଼ିଓ ର ଏକ ନୂଆ ରୂପରେ ଦର୍ଶାଯାଇଛି , ଯେଉଁଠି ଏକ ମହିଳା ତାର ପାରିବାରିକ ଦୁଃଖକଷ୍ଟ କୁ ଭୁଲାଇବାକୁ ଯାଇ ଅଧା ରାତିରେ ବାଇକ ଟିଏ ଧରି ବାହାରିପଡିଛି ଏବଂ ତାର ଏହି ଯାତ୍ରା ରେ ନାନାଦି ସମସ୍ୟା ରୁ କିପରି ସମ୍ମୁଖୀନ ହେବାପରେ ନୂଆ ଜୀବନେ ଟେ ଖୋଜି ପାଇଛି ଏହା ହେଉଛି ଏହି ଗୀତ ର ସାରମର୍ମ। ଏହି ଗୀତଟିର ନାଁ ରଖାଯାଇଛି “ନୂଆ ଠିକଣା କୁ ’ ଏବଂ ଏହାକୁ ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ସ୍ରୋତାଙ୍କୁ ଉସର୍ଗ କରିଛନ୍ତି ସୁସ୍ମିତା ।

ଗୀତ ଟିକୁ ମୋହିତ ଚକ୍ରବର୍ତ୍ତୀ ରଚନା କରି ଥିବାବେଳେ ,ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଭିଜିତ ମିଶ୍ର ଓ କଣ୍ଠ ଦାନ କରିଛନ୍ତି ସୁସ୍ମିତା ଏବଂ ମୁଜ଼ିକ ଭିଡ଼ିଓ ର ନିର୍ଦେଶନା କରିଛନ୍ତି ଦେବ ମେହେର. ଗାୟିକା ସୁସ୍ମିତା କହିଛନ୍ତି ଯେ ସମାଜେ ରେ ଘଟୁ ଥିବା ବିଭିନ୍ନ ସମସ୍ୟା କୁ ଲୋକଙ୍କ ଆଗକୁ ଆଣିବା ପାଇଁ ସେ ଏହି ପରି ଗୀତ ପ୍ରସ୍ତୁତ କରୁଛନ୍ତି , ଏବଂ କହିଛନ୍ତି ସଂଗୀତ ହିଁ ଏକମାତ୍ର ମାଧ୍ୟମ ଯାହା ଜରିଆ ରେ ସାମାଜିକ ସମସ୍ୟା କୁ ଲୋକ ଲୋଚନ କୁ ଅଣାଯାଇ ପାରିବ .ବୋଲି କହିଛନ୍ତି ନିର୍ଦେଶକ ଦେବ ମେହେର । ନିର୍ଦ୍ଦେଶକ ଦେବ ଏପରି ଏକ ଗୀତ ଟିକୁ ନିର୍ଦେଶନା ଦେଇ ଖୁବ ଗର୍ବିତ ଆଉ ଆଶା ରହିଛନ୍ତି ଯେ ତାଙ୍କର ପୂର୍ବ ଭିଡ଼ିଓ ପରି ଏହି ଭିଡ଼ିଓ କୁ ଦର୍ଶକ ପସନ୍ଦ କରିବେ।

ସୁସ୍ମିତା ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026
Latest News

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026

ଖୋରଧା ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.