Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସଙ୍ଗୀତ କ୍ଷେତ୍ରରେ ଦେବ ଦାସଙ୍କ ଅବଦାନ ଅବିସ୍ମରଣୀୟ
ଆଞ୍ଚଳିକ

ସଙ୍ଗୀତ କ୍ଷେତ୍ରରେ ଦେବ ଦାସଙ୍କ ଅବଦାନ ଅବିସ୍ମରଣୀୟ

September 21, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜଧାନୀର ସାଂସ୍କୃତିକ କ୍ଷେତ୍ରକୁ ସମୃଦ୍ଧ କରିବାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଦେବ ଦାସଙ୍କ ଅବଦାନ ଅବିସ୍ମରଣୀୟ। ତାଙ୍କର ଅକାଳ ବିୟୋଗରେ ସଙ୍ଗୀତ କ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି।

ସ୍ଥାନୀୟ ବୁଦ୍ଧବିହାର ପରିସରରେ ସାଂସ୍କୃତିକ ଅନୁଷ୍ଠାନ ସଂସ୍କତି ଓ ସଂସ୍କୃତି, ମ୍ୟୁଜିକ ସିଜ୍‌ଲର୍ସ ଓ ଉପାସନା ପକ୍ଷରୁ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସୂଚନା କମିଶନର ଦିଲ୍ଲୀପ ବିଶୋଇ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଇଂ କମଳାକାନ୍ତ ମହାନ୍ତି, ପ୍ରସନ୍ନ କୁମାର ସାହୁ, ଦିଲ୍ଲୀପ ହାଲି, ଲକ୍ଷ୍ମୀକାନ୍ତ ପାଲିତ ପ୍ରମୁଖ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଦେବ ଦାସଙ୍କ ସ୍ମୃତିଚାରଣ କରିଥିଲେ।

ଏହି ଅବସରରେ ଅତିଥିମାନେ କହିଥିଲେ ଦେବ ଦାସ ଜଣେ ସଙ୍ଗୀତ ପ୍ରତି ଉତ୍ସର୍ଗୀକୃତ ମଣିଷ ଥିଲେ । ରାଜଧାନୀ ଭୁବନେଶ୍ୱରରେ ପ୍ରଥମେ ଯେଉଁ କେତେଜଣ ସଙ୍ଗୀତପ୍ରେମୀ ଓ କଣ୍ଠଶିଳ୍ପୀଙ୍କୁ ନେଇ ଅର୍କେଷ୍ଟା ଗଠନ ହୋଇଥିଲା, ସେମାନଙ୍କ ମଧ୍ୟରେ ଦେବ ଦାସ ଥିଲେ ପ୍ରମୁଖ। ସଦାସର୍ବଦା ଅନ୍ୟକୁ ଭଲ ପାଇବା ଓ ଗରିବଙ୍କ ପ୍ରତି ସହାୟତାର ହାତ ବଢାଉଥିବା ମଣିଷ ସେ ଥିଲେ । ସେ ଆଜି ନାହାଁନ୍ତି ସତ, ହେଲେ ସେ ଛାଡ଼ି ଯାଇଥିବା ସଙ୍ଗୀତର ଛାପ ନିଶ୍ଚିତ ଭାବେ ତାଙ୍କୁ ସ୍ମରଣୀୟ କରି ରଖିବ। ମୁକେଶଙ୍କ ଗୀତରେ ସେ ଥିଲେ ମାହିର। ପ୍ରତିବର୍ଷ ରାଜଧାନୀରେ ଏକାଧିକବାର ସଙ୍ଗୀତ କାର୍ଯ୍ୟକ୍ରମ କରି ଲୋକଙ୍କୁ ମନୋରଞ୍ଜନ ଯୋଗାଇ ଦେଉଥିବା ଦେବ ଦାସ ସମସ୍ତଙ୍କ ହୃଦୟରେ ବଞ୍ôଚ ରହିବେ ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ।

କମଲ କିରନ, ଗୁଲ୍‌ଶନ ଓ ଡ. ଜେନାମଣି ସଞ୍ଜୀବ କୁମାରଙ୍କ ସଂଯୋଜନାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ କଣ୍ଠଶିଳ୍ପୀ ଆଦ୍ୟାଶା ଦାସ, ଲୋଭା ବିଶ୍ୱାଳ, ଅବନୀକାନ୍ତ ଦାସ, ପ୍ରଯୋଜକ ଲୁଟୁ ମହାନ୍ତି, ସଂସ୍କୃତି ଓ ସଂସ୍କୃତିର ଉପ ସଭାପତି ରବି ବିଶ୍ୱାଳ, ସୀମା ମହାନ୍ତି, ଶ୍ୱେତା ମିଶ୍ର ତଥା ଦେବଙ୍କ ସୁପୁତ୍ର ସୁରଜ ଦାସ ପ୍ରମୁଖ ତାଙ୍କ ଉଦ୍ଦେଶ୍ୟରେ ସ୍ମତିଚାରଣ କରିଥିଲେ।

ରାଜଧାନୀ
Share. Facebook Twitter LinkedIn Email WhatsApp Copy Link

Related Posts

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

 ଏନଏସଡିର ‘୨୫ତମ ଭାରତ ରଙ୍ଗ ମହୋତ୍ସବ’

February 18, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026
Latest News

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026

ନିଲ୍ କାତ୍ୟାଲ୍ କିଏ, ଯାହାଙ୍କ ଯୁକ୍ତି ଆମେରିକାର ସୁପ୍ରିମକୋର୍ଟରେ ଶୁଳ୍କ ପ୍ରସଙ୍ଗରେ ଟ୍ରମ୍ପଙ୍କୁଦେଲା ଝଟକା?

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.