ଆସନ୍ତା ୭ରେ ସ୍ୱପ୍ନା ପତିଙ୍କ ହର୍ବଲ ହୋଲି: ଯୋଗ ଦେବେ ବଲିଉଡ ଅଭିନେତ୍ରୀ ଅମ୍ରିତା ରାଓ

Published: Mar 5, 2023, 10:53 am IST

ଭୁବନେଶ୍ଵର: ଆସନ୍ତା ୭ ତାରିଖରେ ସ୍ୱପ୍ନା ପତି ହର୍ବଲ ହୋଲି, ଏ ବର୍ଷ ତାର ୧୨ ତମ ହର୍ବଲ ହୋଲି ପାଳନ କରିବ। ହୋଟେଲ କଳିଙ୍ଗ ଠାରେ ସନ୍ଧ୍ୟା ୫ ଘଟିକାରେ ଆରମ୍ଭ ହୋଇ ରାତି ୧୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଏ ବର୍ଷର ବିଶେଷ ଆକର୍ଷଣ ହେଉଛନ୍ତି ବଲିଉଡ ଅଭିନେତ୍ରୀ ଭାବେ ଅମ୍ରିତା ରାଓ। ଡିଜେ ଭେନସ ଓ ସ୍ୱପ୍ନା ପତିଙ୍କ ସହିତ ଓଡିଶା ବହୁ ନାମୀ ଦାମୀ କଳାକାର ତାଙ୍କର କାର୍ଯ୍ୟକ୍ରମ ପରିବେଷଣ କରିବେ।

ଏହି ହୋଲିରେ ସବୁ ବର୍ଷ ଭଳି ଚନ୍ଦନ, ମୁଲତନ ମିଟି, ଟମାଟୋ ରସ ଆଦିରେ ଖେଳ ହେବ। ଏନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦିଆଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅଭିନେତ୍ରୀ ସ୍ୱପ୍ନା ପତି, ପ୍ରଯୋଜକ ରାଜେଶ ମହାନ୍ତି, ସୂଚନା ଅଧିକାରୀ ଋଷି ପଟ୍ଟନାୟକ, ହର ପ୍ରାସାଦ ମହାପାତ୍ର, ରାକେଶ ମହାନ୍ତି, ମାନସ ଓଝା, ବିଶେଶ୍ୱର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Related posts