Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ-ସାର୍ଥକରେ ବିବାହ ମହୋତ୍ସବ
ଆଜିର ଖବର

ଜୀ-ସାର୍ଥକରେ ବିବାହ ମହୋତ୍ସବ

March 26, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜୀ-ସାର୍ଥକରେ ଆସିଛି ବିବାହ ଋତୁ। ତିନୋଟି ମେଗା ଧାରାବାହିକରେ ହେବ ମହାମିଳନ। ଦର୍ଶକକୁ ଛୁଇଁବ ଏହି ସବୁ ମେଗା ଧାରାବାହିକ କାହାଣୀର ଟ୍ୱିଷ୍ଟ। ଜୀ ସାର୍ଥକରେ ଲୋକାଦୃତ ପାଲଟିଥିବା ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’ ଏବଂ ‘ଖୁସିର ଛୁଙ୍କ’ ର ସମାହରରେ ହେବ ବିବାହ ମହୋତ୍ସବ। ଖାଲି ଏତିକିରେ ସଋ ନାହିଁ ଜୀ-ସାର୍ଥକର ବିବାହ ଋତୁ, ଏହା ବ୍ୟତୀତ ଦିଦି ନଂ -୧ ଏବଂ ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ରେ ମଧ୍ୟ ଦେଖିବାକୁ ପାଇବେ ବିବାହ ମହୋତ୍ସବକୁ ନେଇ ନିଆରା ଏପିସୋଡ।

ସମୟର ଚକ ବୁଲୁଛି। ପରିସ୍ଥିତିର ଦାସ ଏ ମଣିଷ କେମିତି ପରିସ୍ଥିତିର ସାମ୍ନା କରୁଛି । ହାତ ଧରି ସାଥି କରିଥିବା ମଣିଷ ମଧ୍ୟ ଅନ୍ୟ ଜଣଙ୍କୁ ସାଥି ଭାବେ ଗ୍ରହଣ କରିବାକୁ ବାଧ୍ୟ ହେଉଛି। ଆଉ ସେ ସମୟରେ କଣ ଘଟୁଛି ? କେମିତି ଆଗକୁ ଅତିବାହିତ ହେଉଛି ସମ୍ପର୍କର ନାଆ…। ଏଭଳି ତିନୋଟି ମେଗା ଧାରାବାହିକର ମହାମିଳନକୁ ନେଇ ଆସୁଛି ବିବାହ ମହୋତ୍ସବ ।

କାହାଣୀ ‘ସୁନା ଝିଅ’ ରେ ଆସିଛି ଅଦ୍ଭୁତ ପରିବର୍ତ୍ତନ। ସୁନା ଝିଅ ହେଉଛି ପ୍ରିୟା, ଜଣେ ସ୍ବାଧୀନ ଝିଅର କାହାଣୀ, ଯାହାର ଇଚ୍ଛା ଜଣେ ବିଡିଓ ହୋଇ ନିଜ ମା’କୁ ଗର୍ବିତ କରିବ। ଏବେ କାହାଣୀରେ ବିଷ୍ଣୁ ନେତ୍ରା ବଦଳରେ ପ୍ରିୟାକୁ ସିନ୍ଦୁର ପିନ୍ଧେଇ ଦେଉଛି। ହେଲେ ପ୍ରିୟା କଣ ବିଷ୍ଣୁକୁ ସ୍ଵାମୀ ଭାବରେ ଗ୍ରହଣ କରିବ ? କଣ ହେଉଛି ଆଗକୁ, ଏମିତି ସବୁ ପ୍ରଶ୍ନର ଉତ୍ତର ଦେବାକୁ ଜୀ-ସାର୍ଥକରେ ଖୁବ ଶୀଘ୍ର ଦେଖିବାକୁ ପାଇବେ ବାହାଘର ମହୋତ୍ସବ ର ନିଆରା ଅଧ୍ୟାୟ। ଯାହାକୁ ଦେଖିବାକୁ ପାଇବେ ସନ୍ଧ୍ୟା ୭.୩୦ ରେ।

“ତୁ ଖରା ମୁଁ ଛାଇ” ଯାହାର ମୁଖ୍ୟ ଚରିତ୍ର ମାନିନୀର କାହାଣୀକୁ ନେଇ ପ୍ରସ୍ତୁତ ଏହି ଧାରାବାହିକ। ମାନିନୀ ଏମିତି ଏକ ଚରିତ୍ର ଯୁଆଡେ ଯାଏ କିଛି ନା କିଛି ବିଗାଡି ଦିଏ, ନାୟକ ଅଭିମନ୍ୟୁ ଙ୍କୁ କିନ୍ତୁ ସବୁକିଛି ପରଫେକ୍ଟ ଦରକାର। କିନ୍ତୁ ଏବେ ଏହି କାହାଣୀରେ ଘଟୁଛି କିଛି ଟ୍ୱିଷ୍ଟ। ଏଜେକୁ ବାହା ହେବା ପାଇଁ ଈଶିତା ପୁରା ପ୍ରସ୍ତୁତ ହେଲେ ଠିକ୍ ସମୟରେ ମିଲନ କିଡନ୍ଯାପ କରୁଛି ସିଦ୍ଧିକୁ ଆଉ ତା ଭଉଣୀ ମାନିନୀକୁ ବାଧ୍ୟ କରୁଛି ଏଜେକୁ ବାହା ହେବା ପାଇଁ, ନହେଲେ ସେ ସିଦ୍ଧି କୁ ମାରିଦେବା ପାଇଁ ଧମକ ଦେଉଛି। ଏବେ ମାନିନୀ କ’ଣ କରିବ? ତେବେ ଅପ୍ରତ୍ୟାଶିତ ଭାବରେ ଦୁଇ ଜଣ ବାହା ହେଉଛନ୍ତି କିନ୍ତୁ ପରେ ଦୁଇଜଣ ଏକାଠି କେମିତି ରହିପାରିବେ କାରଣ ମାନିନୀ ସବୁବେଳେ କିଛି ନା କିଛି ବିଗାଡି ଦିଏ ଓ ଏଜେକୁ ସବୁକିଛି ପର୍ଫେକ୍ଟ ଦରକାର! ରାତି ୮.୩୦ ରେ ଦେଖିବେ କାହାଣୀର ମୋଡ଼ କେମିତି ବଦଳୁଛି।

‘ଖୁସିର ଛୁଙ୍କ’ ଏକ ଗତିଶୀଳ କାହାଣୀ। ଆଉ ଏହାରି ଭିତରେ କରନ୍ ଖୁସି ପ୍ରତି ଥିବା ନିଜ ଭଲ ପାଇବାର କଠିନ ପରୀକ୍ଷା ଦିଏ। ତାପରେ ସୂର୍ଯ୍ୟକାନ୍ତ ଘୋଷଣା କରନ୍ତି କରନ୍ ଏବଂ ଖୁସିର ବିବାହ। କିନ୍ତୁ ବିବାହ ଦିନ ସୁଷମାର ଷଡ଼ଯନ୍ତ୍ର ଅନୁଯାୟୀ ଅନ୍ୟ ଜଣେ ଝିଅ ଆସି ନିଜକୁ କରନ୍ ର ସ୍ତ୍ରୀ ବୋଲି ଦାବି କରେ, ଆକ୍ସିଡେଣ୍ଟ ପରେ କରନ୍ ସ୍ମରଣ ଶକ୍ତି ହରେଇଥିବା ଯୋଗୁଁ ନିଜ ସ୍ତ୍ରୀ କୁ ଭୁଲି ଯାଇଛନ୍ତି ବୋଲି କୁହେ। ଏସବୁ ଘଟଣା ପରେ ସୁଷମାଙ୍କ ପରାମର୍ଶ ମୁତାବକ ସୂର୍ଯ୍ୟକାନ୍ତ ନିଷ୍ପତ୍ତି ନିଅନ୍ତି ଖୁସିର ବିବାହ ରଜତ ସହ କରିବାକୁ। ଏମିତି କିଛି ଘଟଣାକୁ ନେଇ କାହାଣୀ ଏବେ ଗତିଶୀଳ। କଣ ଅଲଗା ହୋଇଯିବେ ଖୁସି କରନ? ଏବେ ଖୁସି କଣ ରାଜି ହେବ ରଜତକୁ ବାହା ହେବା ପାଇଁ? ଦେଖନ୍ତୁ ରାତି ୯ ଟାରେ ‘ଖୁସିର ଛୁଙ୍କ’।

ସମ୍ପୂର୍ଣ ଓଡିଆ ଘର ବାହାଘର ପରି କାହାଣୀ ରେ ରହିଛି ସଙ୍ଗୀତ, ହଳଦୀ ଓ ଆହୁରି ଅନେକ ସମାରୋହ ଓ ପର୍ବ। ପୁରା ନାଚ ଗୀତ ସହିତ ପାରିବାରିକ ମିଳନ ହେବ କେବଳ ଜୀ-ସାର୍ଥକରେ। ଦର୍ଶକଙ୍କୁ ନିଶ୍ଚୟ ଏହି କାହାଣୀ ସବୁ ଛୁଇଁବ ବୋଲି ଆଶା ପ୍ରକାଶ କରିଛନ୍ତି ଜୀ-ସାର୍ଥକ ଚିଫ୍ ଚ୍ୟାନେଲର ଅଫିସର ପ୍ରତୀକ ସିଲ୍।

Share. Facebook Twitter LinkedIn Email WhatsApp Copy Link

Related Posts

“ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନେତୃତ୍ଵରେ ଏକଛତ୍ରବାଦ ଚାଲିଛି”: ପ୍ରିୟଙ୍କା ଗାନ୍ଧୀ

October 10, 2026

କଲେଜ ନିର୍ବାଚନୀ ହିଂସା: ଅଣଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ଓ ଛୁରାମାଡ଼

October 10, 2026

“ଦିଲ୍ଲୀକୁ ଅସ୍ଥିର କରିବା ପାଇଁ ଷଡ଼ଯନ୍ତ୍ର”: CJP ପ୍ରତିବାଦ ଉପରେ ବିଜେପିର ଆକ୍ରମଣ

October 10, 2026

CJP ପ୍ରତିବାଦ: ମମତା ବାନାର୍ଜୀଙ୍କ ପରେ ଏବେ କେଜରିୱାଲ ମଧ୍ୟ ଅଟକ

October 10, 2026
Latest News

“ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନେତୃତ୍ଵରେ ଏକଛତ୍ରବାଦ ଚାଲିଛି”: ପ୍ରିୟଙ୍କା ଗାନ୍ଧୀ

October 10, 2026

କଲେଜ ନିର୍ବାଚନୀ ହିଂସା: ଅଣଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ଓ ଛୁରାମାଡ଼

October 10, 2026

“ଦିଲ୍ଲୀକୁ ଅସ୍ଥିର କରିବା ପାଇଁ ଷଡ଼ଯନ୍ତ୍ର”: CJP ପ୍ରତିବାଦ ଉପରେ ବିଜେପିର ଆକ୍ରମଣ

October 10, 2026

CJP ପ୍ରତିବାଦ: ମମତା ବାନାର୍ଜୀଙ୍କ ପରେ ଏବେ କେଜରିୱାଲ ମଧ୍ୟ ଅଟକ

October 10, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.