କ୍ରାଇମ୍‌ ପ୍ୟାଟ୍ରୋଲ୍‌ ଅଭିନେତ୍ରୀଙ୍କ ଆତ୍ମହତ୍ୟା

Published: May 26, 2020, 9:13 pm IST

ମୁମ୍ବାଇ : କ୍ରାଇମ୍‌ ପ୍ୟାଟ୍ରୋଲ୍‌ ଅଭିନେତ୍ରୀ ଫ୍ରେକ୍ଷା ମେହେଟ୍ଟା ଆତ୍ମହତ୍ୟା କରିଛନ୍ତି । 25 ବର୍ଷୀୟ ଏହି ଅଭିନେତ୍ରୀ ଜଣକ ନିଜ ଇନ୍ଦୋରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ଲକ୍‌ଡାଉନ୍‌ କାରଣରୁ କାମ ମିଳୁନଥିବାରୁ ବିଗତ କିଛି ଦିନ ହେବ ପ୍ରେକ୍ଷା ଅବସାଦରେ ଥିଲେ । ପ୍ରେକ୍ଷା ଏକ ସୁଇସାଇଡ୍‌ ନୋଟ୍‌ ଲେଖିଥିଲେ ମଧ୍ୟ କାହାକୁ ଦାୟୀ କରିନାହାନ୍ତି । ନିଜର ଶେଷ ସୋସିଆଲ୍‌ ମିଡିଆ ପୋଷ୍ଟରେ ପ୍ରେକ୍ଷା ଲେଖିଥିଲେ, ‘ସବୁଠୁ ଖରାପ ହେଉଛି, ତୁମ ସ୍ବପ୍ନ ମରିଯିବା’ । ପ୍ରେକ୍ଷା କ୍ରାଇମ ପ୍ୟାଟ୍ରୋଲ୍‌ ବ୍ୟତିତ ମେରୀ ଦୁର୍ଗା ଏବଂ ଲାଲ ଇସ୍କରେ ନଜର ଆସିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଲକ୍‌ଡାଉନ୍‌ ସମୟରେ ଦ୍ବିତୀୟ କଳାକାର ଭାବରେ ପ୍ରେକ୍ଷା ଆତ୍ମହତ୍ୟା କରିଛନ୍ତି । ପୂର୍ବରୁ ଅନ୍ୟତମ ଟିଭି ଅଭିନେତା ମନମୀତ୍‌ ଗ୍ରେଓ୍ବାଲ ଆତ୍ମହତ୍ୟା କରିଥିଲେ । (ଏଜେନ୍ସି)

Related posts