Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ କବ୍‌ଜାରେ ହାତୀଓଟର ଧତିପଡ଼ିଆ ପାହାଡର଼ ସରକାରୀ ଜମି!
ବିଶେଷ ଖବର

ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ କବ୍‌ଜାରେ ହାତୀଓଟର ଧତିପଡ଼ିଆ ପାହାଡର଼ ସରକାରୀ ଜମି!

December 16, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଦିନ ଥିଲା କୋଦଳା ନିର୍ବାଚନ ମଣ୍ଡଳୀ ରାଜ୍ୟରେ ଗୋଟିଏ ସ୍ପର୍ଶକାତର ଆସନ ଥିଲା। ଯେଉଁ ଆସନରୁ ବନମାଳୀ ମହାରଣା, କାହ୍ନୁଚରଣ ନାୟକ, ରାମକୃଷ୍ଣ ପଟ୍ଟନାୟକ, ନିରଞ୍ଜନ ପ୍ରଧାନଙ୍କ ରାଜନୈତିକ କ୍ୟାରିୟର ଥିଲା ସମୃଦ୍ଧ। ଏମାନେ ଓଡ଼ିଶା ରାଜ୍ୟ ରାଜନୀତିର ସ୍ୱର ଥିଲେ। କୃଷକ ନେତା ଭାବରେ ବନମାଳି ମହାରଣା ପରେ ଗଂଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକ ଓଡ଼ିଶାରେ କୋଦଳା ତଥା ପୋଲସରା ଅଂଚଳବାସୀଙ୍କ ସୁଖଦୁଃଖର ସାଥୀ ବୋଲି ପ୍ରମାଣିତ ହୋଇଥିଲେ। ପରବର୍ତ୍ତୀ ସମୟରେ କୋଦଳା ନିର୍ବାଚନ ମଣ୍ଡଳୀକୁ ଭାଙ୍ଗିଦେଇ ପୋଲସରା ନିର୍ବାଚନ ମଣ୍ଡଳୀ ହେଲା।

ନିରଞ୍ଜନ ପ୍ରଧାନ ବିଧାୟକ ପଦରୁ ଯିବା ପରେ ଦୁଇଦୁଇ ଥର ବିଧାୟକ ଶ୍ରୀକାନ୍ତ ସାହୁ ଆଜି ପୋଲସରା ଅଂଚଳବାସୀଙ୍କ ବିକାଶଧାରାକୁ ନେବା ପାଇଁ ଜନପ୍ରତିନିଧି ଭାବରେ ଯେଉଁ କାର୍ଯ୍ୟ କରୁଛନ୍ତି ତା’ ଉପରେ ଏକ ଅନୁଧ୍ୟାନ ଓ ଅନୁସନ୍ଧାନ ମୂଳକ ରିପୋର୍ଟର ଆବଶ୍ୟକତା ଉପଲବଧି କରି ଆଜି ଅନେକ ରୋଚକ ତଥ୍ୟ ସଂପର୍କରେ ଆମ ନିକଟରେ ଆଭାସ ମିଳିଛି। ପୋଲସରା ନିର୍ବାଚନ ମଣ୍ଡଳୀରେ ଶ୍ରୀକାନ୍ତ ସାହୁ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି କହି ଦୈନିକ ଫଟୋସବୁ ସାମାଜିକ ଗଣମାଧ୍ୟମରେ ଭାସିଲା ଏବଂ କରୋନା ସମୟରେ ସେ ଜନତା ଜନାର୍ଦ୍ଦନଙ୍କ ସେବାରେ ଚଳଚଞ୍ଚଳ ରହିଥିଲେ ବୋଲି ସେ ନିଜର ଗୁଡ଼୍‌ବୁକ୍‌ ନିଜେ ତିଆରି କରି ଆସୁଥିଲେ। ଏହି ସବୁ ସତ୍ତ୍ୱେ କିଛି ଗୋଟିଏ ଗନ୍ଧର ସୁରାକ ପାଇ ବ୍ୟବସ୍ଥା ଅନୁକୂଳ ହେଲା ଯେତେବେଳେ ଡ. ପ୍ରଦୀପ ପାଣିଗ୍ରାହୀଙ୍କ  ପ୍ରକୃତ ଚରିତ୍ର ଜଣାପଡ଼ିଲା ଏବଂ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଗଂଜାମ ଜିଲ୍ଲାର ଦୁଇ ବିଧାୟକ ସୋରଡ଼ାର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ପୋଲସରାର ଶ୍ରୀକାନ୍ତ ସାହୁ ମଧ୍ୟ ଆଜିକାଲି ତାଙ୍କର କୃତ କୀର୍ତ୍ତି ପାଇଁ ଚର୍ଚ୍ଚାରେ।

ଶ୍ରୀକାନ୍ତ ସାହୁଙ୍କ କବଚ ସାଜିଥିବା ଡ. ପ୍ରଦୀପ ପାଣିଗ୍ରାହୀ ଯେତିକି ଆଜି ଦୁର୍ନାମ ମୁଣ୍ଡାଇଲେଣି ଗଂଜାମ ଜିଲ୍ଲାର ଦୁର୍ନାମ ସେତିକି ହୋଇଛି। ଏହା ଦଳ ପାଇଁ କ୍ଷତି ସହ ଗଂଜାମ ଜିଲ୍ଲାର ସ୍ୱାଭିମାନ ପ୍ରତି ମଧ୍ୟ ଆଞ୍ଚ ଆଣିଛି। ଗୋଟିଏ ମାତ୍ର ନେତା ସ୍ୱଚ୍ଛ ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆଉ ସବୁ ବିଧାୟକ ତାଙ୍କର ସ୍ୱଚ୍ଛତାର ନିରୀହ ପଣର ଫାଇଦା ଉଠାଇ କିପରି ସରକାରୀ ବ୍ୟବସ୍ଥାରେ ନିଜ ନିଜର ସ୍ୱାର୍ଥ ପ୍ରତି ସଚେତନ ରହିଛନ୍ତି ସେମାନଙ୍କ ମଧ୍ୟରୁ ଶ୍ରୀକାନ୍ତ ସାହୁ ପୋଲସରା ବିଧାୟକଙ୍କ ପାଇଁ ଦଳର ମୁଣ୍ଡବ୍ୟଥା ମଧ୍ୟ ବଢ଼ିବାର ସୂଚନା ମିଳିଲାଣି। ଏହା ଉପରେ ଅନୁଶୀଳନ କରିବା ପାଇଁ ଦଳ ମଧ୍ୟ ବାଧ୍ୟ ହେବ। ଶ୍ରୀକାନ୍ତ ସାହୁ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପଦରେ ରହିଛନ୍ତି। ଦୁଇଥର ବିଧାୟକଙ୍କର ପ୍ରକୃତ ସାମ୍ରାଜ୍ୟ ପୋଲସରା ଅଂଚଳବାସୀଙ୍କ ମଧ୍ୟରୁ ଏକରୁ ଅନେକ ଆଜି ଖୋଜିବା ପାଇଁ ଆଲୋଚନା ମଧ୍ୟ କରିଛନ୍ତି। ପ୍ରକୃତରେ ଶ୍ରୀକାନ୍ତ ସାହୁ ପୋଲସରା ବିଧାନସଭା ମଣ୍ଡଳୀରେ ଅଫିସରମାନଙ୍କ ଉପରେ ଏକ ପ୍ରକାର ଜୁଲୁମ୍‌ ଚଲାଇ ଅତ୍ୟାଚାର କରୁଥିବା ଆଲୋଚନା ହେଉଛି।

ଜମି ହଡ଼ପଠାରୁ ଆରମ୍ଭ କରି ଜାଲ ସାର୍ଟିଫିକେଟ୍ ର‌୍ୟାକେଟ୍‌, ହାତୀଓଟ ଧତିପଡ଼ିଆରେ ସରକାରୀ ଜମି ଉପରେ ବୃଦ୍ଧାଶ୍ରମ ଏବଂ ନିଜ ବାପାଙ୍କ ନାମରେ ଗଙ୍ଗାଧର ମହାବିଦ୍ୟାଳୟ ଘରୋଇ ଭାବରେ ସ୍ଥାପନ କରିବା ପଛରେ ଏକ ରହସ୍ୟ ମଧ୍ୟ ରହିଛି। ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରରୋଚନାରେ ହାତୀଓଟରେ ଗୋଟିଏ ମହାବିଦ୍ୟାଳୟ ସରକାରୀ ଜମିରେ ଏବଂ ଏମ୍‌ଏଲ୍‌ଏ ଓ ଏମ୍‌ପି ଫଣ୍ଡରେ ଅନୁଷ୍ଠାନ କରି ନିଜବାପାଙ୍କ ନାମରେ କୀର୍ତ୍ତି ସ୍ଥାପନ କରିବାର ନମୁନା ଦେଖିବାକୁ ମିଳିଛି। ଶ୍ରୀକାନ୍ତ ସାହୁ ବୃଦ୍ଧାଶ୍ରମ କରି ସେଠାର ଗୋଟିଏ ଆଭିଜାତ୍ୟପୂର୍ଣ୍ଣ କୋଠରୀରେ ନିଜର କାରନାମା ଚଳାଇଛନ୍ତି ଯାହାର ଗନ୍ଧ ବାରିବା ମଧ୍ୟ ସହଜ ନୁହେଁ। ଏକର ଏକର ଜମିକୁ ମାଡ଼ିବସି ନିଜ ଆୟତ୍ତରେ ରଖିବା ସହିତ ପୋଲସରା ଅଂଚଳରେ ଅସାଧୁ ବ୍ୟବସାୟୀଙ୍କ ପ୍ରୋତ୍ସାହନ ଦେଇ ବର୍ତ୍ତିନୀ ପାହାଡ଼ ନିକଟରେ କ୍ରସର ମାଧ୍ୟମରେ ବିପୁଳ ଟଙ୍କା ଲାଭବାନ ହୋଇଛନ୍ତି। ଏସବୁ ପଛରେ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସନ୍ନ ସହଯୋଗ ମଧ୍ୟ ରହିଛି ବୋଲି ଆଲୋଚନା ଚାଲିଛି।

ପୋଲସରା ଅଂଚଳରେ ଆମ୍ବ ଗଛ କାଟି ତାକୁ ପଦାକରି ସବୁଜ ବଳୟକୁ ଧ୍ୱଂସ କରି ଏକ ପ୍ରକାର ଜମିମାଫିଆଙ୍କୁ ସହଯୋଗ କରି ଏବଂ ଏହାର ଲାଭାଂଶ ସୂତ୍ରରେ ଅନେକ ପଡ଼ିଆ ବିକ୍ରି ପଛର ସୂତ୍ରଧର ଶ୍ରୀକାନ୍ତ ସାହୁ। ବ୍ରହ୍ମପୁର ଖୋଡ଼ାସିଙ୍ଗିର ଅଂଚଳରେ ଜନୈକ ଡ଼ାକ୍ତରଙ୍କ ଘରକୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାରେ କିଣି ସେଇ ଘରେ ରହି ପୋଲସରା ଅଂଚଳର ଅସାମାଜିକ ତତ୍ତ୍ୱମାନଙ୍କୁ ପ୍ରଶିକ୍ଷଣ ଦେବା ସହ ରାତିରେ ବାସନ୍ତୀ ଦିନରେ ବସନ୍ତ ପରି ଶ୍ରୀକାନ୍ତସାହୁ ସମାଜସେବାର ଚରିତ୍ରରେ ବେଶ୍ ବିଶାଳ ବ୍ୟକ୍ତିତ୍ୱର ଅଧିକାରୀ। ଓଡ଼ିଶାର ବିଜୁ ଜନତା ଦଳ ପାଇଁ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଶ୍ରୀକାନ୍ତ ସାହୁ ମଧ୍ୟ ମେହଙ୍କାଳ ଫଳ ହେବେ ଏବଂ ଏଇ ଚରିତ୍ର ପଛରେ ଡ. ପ୍ରଦୀପ ପାଣିଗ୍ରାହୀ ଯେ ସୂତ୍ରଧର ଏହା ଉପରେ ଅଧିକ ଅନୁସନ୍ଧାନ କଲେ ଅନେକ ତଥ୍ୟ ପଦାକୁ ଆସିବ।

ସରକାରୀ ଜମି, ଜଂଗଲ ଜମିରେ ବୃଦ୍ଧାଶ୍ରମ ଓ ବିଦ୍ୟାଳୟ, ମହାବିଦ୍ୟାଳୟ କରି ସେଇ ଅନୁଷ୍ଠାନର ମାଲିକାନାରେ ନିଜେ ରହିଛନ୍ତି। ତାଙ୍କର ଏଇ ପରଦା ପଛରେ ପ୍ରକୃତି ରହସ୍ୟ ସଂପର୍କରେ ଦଳର ସୁପ୍ରିମ ଓ ତୃତୀୟ ମହଲା ଯଦି ଅନୁସନ୍ଧାନ କରିବେ ଆମ ଅନୁସନ୍ଧାନରୁ ଅଧିକ ରୋଚକ ତଥ୍ୟ ଯେ ପଦାକୁ ନ ଆସିବ କିଏ କହିବ? ପୋଲସରା ଅଂଚଳରେ ଯେଉଁ ଜାଲ୍ ସାର୍ଟିଫିକେଟ୍ ର‌୍ୟାକେଟ୍ କଥା ଆଲୋଚନା ହୋଇ ଆଜି ହାଇକୋର୍ଟରେ ବିଚାରଣା ଚାଲିଛି ତା’ପଛରେ ମଧ୍ୟ ବିଧାୟକଙ୍କ ଭୂମିକା ସଂଦେହ ବଢ଼ାଇଛି। ବିଗତ ଦଶନ୍ଧି ତଳେ ଗୋଟିଏ ନାରୀ ପ୍ରତି ଅତ୍ୟାଚାର ପରେ ହତ୍ୟା ଘଟଣା ମଧ୍ୟ ମନରୁ ଲିଭିନାହିଁ। ପୋଲସରା ଅଂଚଳରେ ଅସାମାଜିକ ତତ୍ତ୍ୱ, ମଦ ମାଫିଆ, ଜମି ମାଫିଆ, ଜାଲ୍ ସାର୍ଟିଫିକେଟ୍‌ଙ୍କ୍ କବଚ ସାଜି ସେମାନଙ୍କ ପାଇଁ ସୁରକ୍ଷା ବଳୟ ସୃଷ୍ଟି କରିଥିବା ଶ୍ରୀକାନ୍ତ ସାହୁଙ୍କ ଆଭିଜାତ୍ୟ ଜୀବନ ଶୈଳୀ ଭିତରେ ପାଠକ ପରି ଚରିତ୍ରଙ୍କ ଛାପ ରହିଛି। ହାତୀଓଟ ଧତି ପଡ଼ିଆର ପାହାଡ଼ ଆଗରେ ଠିଆ ହେଲେ ଏବଂ ସେଇ ବୃଦ୍ଧାଶ୍ରମର ଆଭିଜାତ୍ୟ ଅଟ୍ଟାଳିକାରେ ତାଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀକୁ ନେଇ ଅଂଚଳବାସୀଙ୍କ ମନରେ ଦୀର୍ଘ ଦିନ ହେଲା ପ୍ରଶ୍ନ ଉଠିଛି। ତେବେ ତାଙ୍କର ଏପରି କାରନାମାକୁ ବିଜୁ ଜନତା ଦଳ କେଉଁ ଢ଼ଂଗରେ ନେଇ ବରଦାସ୍ତ କରି କ୍ଷମତାଶାଳୀ ପଦବୀ ଜିଲ୍ଲା ଉନ୍ନୟନ ଅଧ୍ୟକ୍ଷ ପଦ ଦେଇଛି ଏହା ମଧ୍ୟ ଅନୁଶୀଳନୀୟ।

କୋଟି କୋଟି ଟଙ୍କାର ସଂପତ୍ତି କରି ଶ୍ରୀକାନ୍ତ ସାହୁ ମାତ୍ର ଦଶବର୍ଷର ବିଧାୟକ ପଦରେ ରହି କ୍ଷମତା ବଳରେ ନିଜ ଅଂଚଳରେ ଆତଙ୍କରାଜ ଚଳାଇ ଆସୁଥିବା ସମୟରେ ତୃତୀୟ ମହଲା ପାଖରେ ଗନ୍ଧ କିପରି ବାଜିନି ଏହା ନିଶ୍ଚୟ ସମୀକ୍ଷାର ବିଷୟ। ନବୀନ ବାବୁଙ୍କ ଯେକୌଣସି ଗଂଜାମ ଜିଲ୍ଲାର କାର୍ଯ୍ୟକ୍ରମରେ କେମେରା ଆଗରେ ଝଟକୁ ଥିବା ଚେହେରା ଶ୍ରୀକାନ୍ତ ସାହୁଙ୍କ ରାଜନୈତିକ ଉତ୍‌ଥାନ ଦିଗରେ ଯେଉଁ ଗୋପାଳପୁର ବିଧାୟକ ଡ. ପାଣିଗ୍ରାହୀ ସାଥୀରେ ରଖି କାର୍ଯ୍ୟ କରୁଥିଲେ ଏ ସବୁର ଚିଠା ଖାଲି ଗଣମାଧ୍ୟମ ନ ଖୋଲି ରାଜ୍ୟ ଦଳୀୟ ନେତୃବର୍ଗ ସୁପ୍ରିମୋ ତଥା କ୍ରାଇମ୍ ବ୍ରାଞ୍ଚ ତନାଘନା କଲେ ଗଂଜାମ ଜିଲ୍‌ଲାରେ ଆଉ ଜଣେ ବିଧାୟକଙ୍କ କେଳେଙ୍କାରୀ ଉପରୁ ପରଦା ଉଠିବ ଏବଂ ଶ୍ରୀକାନ୍ତ ମୁଖର କାନ୍ତ କଳା ପଡ଼ିଯିବ।

ପୋଲସରା ବିଧାୟକ ପ୍ରଦୀପ ପାଣିଗ୍ରାହୀ ଶ୍ରୀକାନ୍ତ ସାହୁ ସରକାରୀ ଜମି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.