Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଇଣ୍ଡିଆନ ପନୋରମା ପାଇଁ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା “କାଲିର ଅତୀତ” ମନୋନୀତ
ଜାତୀୟ ଖବର

ଇଣ୍ଡିଆନ ପନୋରମା ପାଇଁ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା “କାଲିର ଅତୀତ” ମନୋନୀତ

December 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଇଣ୍ଡିଆନ ପନୋରମା ପାଇଁ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା “କାଲିର ଅତୀତ” ମନୋନୀତ

ଭୁବନେଶ୍ବର, ଓଡିଶା ପାଇଁ ଏକ ଖୁସି ଓ ଗୌରବର ଖବର। ଭାରତ ସରକାରଙ୍କ ଦ୍ଵାରା ଆୟୋଜିତ ଗୋଆ ଆନ୍ତର୍ଜାତିକ ସିନେମା ଉତ୍ସବର ପାନୋରମାରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ନିର୍ମାତା-ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା “କାଲିର ଅତୀତ” ମନୋନୀତ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି।

ଓଡିଶାର ଜନ ଜୀବନରେ ପ୍ରକୃତି ସହିତ ସଙ୍ଘର୍ଷ ଏକ ନୀତିଦିନିଆ କଥା। ଶହ ଶହ ବର୍ଷ ଧରି ବନ୍ୟା, ବାତ୍ୟା ଓ ମହାମାରୀ ସହିତ ସଂଘର୍ଷ କରି ଓଡିଆ ଜାତି ନିଜର ଅସ୍ତିତ୍ଵ ବଜାୟ ରଖିଛି। ପ୍ରକୃତି ସହିତ ଆମ ସଙ୍ଘର୍ଷର ପ୍ରତିଫଳନ ଆମେ ଦେଖିଛୁ ଆମର “ମାଳିକା ସାହିତ୍ୟ”ରେ । ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ “ମାଳିକା” ଆମକୁ ଏହି ସଙ୍ଘର୍ଷର କାହାଣୀ କହିବା ସହିତ ଆମକୁ ସତର୍କ କରାଇ ଦିଏ ଯେ- ଯଦି ପ୍ରକୃତି ସହିତ ଆମର ସମ୍ପର୍କ ବିଗିଡି ଯାଏ, ତାହେଲେ ପ୍ରଳୟ ଆସିବା ସ୍ଵାଭାବିକ।

“ବାଇଶି ପାହାଚେ ଖେଳିବ ମୀନ”- ଏହା ମାଳିକାର କଳ୍ପନା ନୁହେଁ, ଏହା ଆମ ପାଇଁ ଏକ ସତର୍କ ବାଣୀ। ବର୍ତ୍ତମାନ ସମୟରେ ଜଳବାୟୁର ପରିବର୍ତ୍ତନ ସହିତ ପରିବେଶର ବିପର୍ୟୟ ଆମକୁ ଅଧିକ ବିପଦଗ୍ରସ୍ତ କରୁଛି। ଜଳବାୟୁ ପରିବର୍ତ୍ତନ କେବଳ ଏକ ଭବିଷ୍ୟବାଣୀ ନୁହେଁ, ଏହା ଆଜିର ସବୁଠୁ ବଡ ସଙ୍କଟ।

ସେହି ପୃଷ୍ଠଭୂମିରେ ତିଆରି ହୋଇଛି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା “କାଲିର ଅତୀତ”। ଏହି ସିନେମାରେ ଓଡିଆ ମାଳିକା ପରମ୍ପରା ସହିତ ଆଜିର ସାମାଜିକ ଜୀବନକୁ ଯୋଡି ଏକ ଚମତ୍କାର କାହାଣୀ କହିଛନ୍ତି ନୀଳମାଧବ। ପୂର୍ବରୁ ହିନ୍ଦୀ ଓ ଇଂରାଜୀ ଭାଷାରେ ଅନେକ ସିନେମା କରିଥିବା ନୀଳମାଧବ ପ୍ରଥମ ଥର ଲାଗି ଓଡିଆରେ ସଂପୂର୍ଣ୍ଣ ଭିନ୍ନ ସ୍ଵାଦ ଓ ଶୈଳୀ ର ଏହି ସିନେମା ତିଆରି କରିଛନ୍ତି। ସମୁଦ୍ର ଗର୍ଭରେ କ୍ରମେ କ୍ରମେ ହଜି ଯାଉଥିବା “ସାତଭାୟା” ଅଞ୍ଚଳକୁ ନେଇ ଏହି ସିନେମା ନିର୍ମିତ ହୋଇଛି। ୨୦୦୫ ମସିହାରୁ ପ୍ରାୟ ୧୫ ଧରି ବିଭିନ୍ନ ପର୍ୟାୟରେ ଏହି ସିନେମାର ଶୁଟିଙ୍ଗ ହୋଇଛି।

କାଲିର ଅତୀତ

ଏହି ସିନେମାର ମୁଖ୍ୟ ନାୟକ “ଗୁନୁ” ନିଜର ପୁରୁଣା ଜୀବନକୁ ଫେରୁଛି। ତାର ପୁରୁଣା ଜୀବନରେ ରହିଛି ସମୁଦ୍ର ଭିତରେ ବୁଡି ଯାଇଥିବା ଗୋଟେ ଗାଁ ଓ ୧୯୯୯ ମହାବାତ୍ୟାରେ ଉଜୁଡି ଯାଇଥିବା ପରିବାର। ଗୋଟିଏ ବାତ୍ୟାରୁ ଆଉ ଗୋଟେ ବାତ୍ୟାର ସ୍ମୃତିକୁ ଫେରିବାର ଏକ ଚମତ୍କାର କାହାଣୀ ଏହି ସିନେମାରେ ରହିଛି। “ଗୁନୁ” ସହିତ ସମୁଦ୍ର, ସ୍ମୃତି ଓ ମୃତ୍ୟୁର ଏକ ବିସ୍ତୃତ କୋଲାଜ ପ୍ରସ୍ତୁତ କରିଛନ୍ତି ନୀଳମାଧବ ପଣ୍ଡା। ନିଜ ସିନେମା ବିଷୟରେ ଶ୍ରୀ ପଣ୍ଡା କହନ୍ତି – କାଲିର ଅତୀତ ହେଉଛି ଅତୀତର ଦର୍ପଣରେ ମଣିଷ ସମାଜର ଭବିଷ୍ୟତ କାହାଣୀ।

ନୀଳମାଧବ ପଣ୍ଡା

ଭାରତୀୟ ସିନେମା ଜଗତରେ ନୀଳମାଧବ ପଣ୍ଡା ଏକ ସଫଳ ଓ ସମ୍ମାନଜନକ ନାମ। ପୂର୍ବରୁ “ଆଇ ଆମ କଲାମ’’, “ଜଲ ପରୀ:, “କୌନ କିତନେ ପାନି ମେ”, “ବବଲୁ ହାପି ହୈ”,  “କଡୱି ହାୱା’ ଓ “ହଲକା” ପରି ଚଳଚ୍ଚିତ୍ର ନିର୍ମାଣ କରି ଶ୍ରୀ ପଣ୍ଡା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ବହୁ ବାର ପୁରସ୍କୃତ ହୋଇଛନ୍ତି।  ଜାତୀୟ ଚଳଚ୍ଚିତ୍ର ପୁରସ୍କାର ତଥା  ପଦ୍ମଶ୍ରୀ ଭଳି ମର୍ୟାଦାଜନକ ପୁରସ୍କାର ପାଇଥିବା ନୀଳମାଧବ ନିଜକୁ ଜଣେ ନିଛକ ଓଡିଆ ଭାବରେ ପରିଚିତ କରାଇଥାନ୍ତି। କାହାଣୀରେ ନୂଆ ସମୟ ର ଆହ୍ଵାନକୁ ଗ୍ରହଣ କରି ସିନେମାରେ ବାସ୍ତବତାର ନୂଆ ଛବି ସେ ତିଆରି କରନ୍ତି। ତାଙ୍କ ସିନେମାରେ ସାଧାରଣ ମଣିଷର ସଂଘର୍ଷ ଓ ସ୍ମୃତିର ଚିତ୍ର ରହିଥାଏ। ଆନ୍ତର୍ଜାତିକ ସ୍ତରରେ ଦୁଇଟି ଗ୍ରାଣ୍ଡ ପ୍ରିକ୍ସ ପୁରସ୍କାର ହାସଲ କରି ନୀଳମାଧବ ଓଡିଶା ପାଇଁ ଗୌରବ ଆଣିଛନ୍ତି।

କାଲିର ଅତୀତ ନୀଳମାଧବ ପଣ୍ଡା
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.