Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରସ୍ତୁତ ହୋଇଯାଆନ୍ତୁ, ଆପଣଙ୍କୁ କୋଭିଡ ଟିକା ଦେବାର ସମୟ ଆସିଗଲା, ଆଜି ସମସ୍ତ ଜିଲ୍ଲାକୁ ପଠାଗଲା
ଜାତୀୟ ଖବର

ପ୍ରସ୍ତୁତ ହୋଇଯାଆନ୍ତୁ, ଆପଣଙ୍କୁ କୋଭିଡ ଟିକା ଦେବାର ସମୟ ଆସିଗଲା, ଆଜି ସମସ୍ତ ଜିଲ୍ଲାକୁ ପଠାଗଲା

January 13, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରସ୍ତୁତ ହୋଇଯାଆନ୍ତୁ, ଆପଣଙ୍କୁ କୋଭିଡ ଟିକା ଦେବାର ସମୟ ଆସିଗଲା, ଆଜି ସମସ୍ତ ଜିଲ୍ଲା କେନ୍ଦ୍ରକୁ ପଠାଗଲା ଏହି ଟିକା

ଭୁବନେଶ୍ବର, ବହୁ ପ୍ରତିକ୍ଷିତ କୋଭିଡ ଟିକା ଶେଷରେ ବାହାରିଲା ଏବଂ ଭୁବନେଶ୍ବରରେ ମଧ୍ୟ ପହଁଚିଲା। ଏହା ନିଶ୍ଚିତ ଖୁସିର କଥା। ଗତକାଲି ବିମାନରେ ଏହି ଟିକା ଆସିବା ପରେ ସେଗୁଡିକୁ ଭୁବନେଶ୍ବରର ଔଷଧ ନିଗମରେ ଥିବା ଭ୍ୟାକସିନ ଭଣ୍ଡାରରେ ରଖାଯାଇଛି।

ବର୍ତ୍ତମାନ ଓଡିଶାକୁ ସେରମ ସଂସ୍ଥା ପ୍ରସ୍ତୁତ କୋଭିସିଲ୍ଡ 40 ହଜାର 8 ଶହ ଭାଲ ଆସିଛି। ଯାହାକି 4 ଲକ୍ଷ 8 ହଜାର ଡୋଜ ହେବ। ଏଗୁଡକ 12ଶହ କେଜି ଓଜନର 34ଟି ପ୍ୟାକେଟରେ ଆସିଛି। ତେବେ ଏହି ଟିକା ଦୁଇଟି ଡୋଜରେ ଦିଆଯିବ। ସେହି ଅନୁସାରେ ବର୍ତ୍ତମାନ ଯେତିକି ଟିକା ଆସିଛି ସେଥିର 1 ଲକ୍ଷ 91 ହଜାର ଲୋକଙ୍କୁ ଦିଆଯାଇପାରିବ।

ଭୁବନେଶ୍ବର ଭ୍ୟାକସିନ ଭଣ୍ଡାରରୁ ଟିକା ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଉଛି। ପ୍ରଥମ ଡୋଜ ପାଇଁ ଯେତିକି ଟିକା ଆବଶ୍ୟକ ସେତିକି ଟିକା ଜିଲ୍ଲା କେନ୍ଦ୍ରକୁ ପଠାଯିବ। ତାହା ଶେଷ ହେବା ପରେ ଦ୍ବୀତିୟ ଡୋଜ ଦେବା ବେଳେ ପୁଣି ପଠାଯିବ ବୋଲି ନିଷ୍ପତି ହୋଇଛି।

ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରୁ ସେଗୁଡିକ ବିଭିନ୍ନ ଆଞ୍ଚଳିକ କେନ୍ଦ୍ରକୁ ପଠାଯିବ। ସେଥିପାଇଁ ସରକାର 160 କେନ୍ଦ୍ର କରିଛନ୍ତି। ଅନୁଗୋଳ, ଦେଓଗଡ଼, ସୋନପୁର ଜିଲ୍ଲା ଏବଂ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୨ଟି ଲେଖାଏଁ, ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, ମାଲକାନଗିରି, ନୂଆପଡ଼ା ଜିଲ୍ଲା ଏବଂ ବ୍ରହ୍ମପୁର ଓ କଟକ ମହାନଗର ନିଗମରେ ୩ଟି ଲେଖାଏଁ  ଟୀକାକରଣ କେନ୍ଦ୍ର କରାଯାଇଛି।

ସେହିପରି ବରଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, ନବରଙ୍ଗପୁର, ନୟାଗଡ଼ ଜିଲ୍ଲାରେ ୪ଟି ଲେଖାଏଁ, ବାଲେଶ୍ୱର, ଯାଜପୁର, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ସମ୍ବଲପୁର ଜିଲ୍ଲା ଏବଂ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫ଟି ଲେଖାଏଁ, କେନ୍ଦ୍ରାପଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତ୍ୟେକ ୬ଟି ଲେଖାଏଁ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରେ ୭ଟି ଲେଖାଏଁ କେନ୍ଦ୍ର ହୋଇଛି।

କଟକ, ଗଞ୍ଜାମ, ପୁରୀ ଆଦି ଜିଲ୍ଲାରେ ୮ଟି ଲେଖାଏଁ ଏବଂ ମୟୂରଭଞ୍ଜ ଜିଲ୍ଲାର ୧୦ଟି ସ୍ଥାନରେ ଏହି ଟୀକାକରଣ କାର୍ଯ୍ୟ ହେବ । ଏହି ପରି ୩୦ଟି ଜିଲ୍ଲା ଏବଂ ୫ଟି ମହାନଗର ନିଗମ ଅଞ୍ଚଳର ୧୬୦ଟି କେନ୍ଦ୍ରକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୋଭିଡ୍‌-୧୯ ଟୀକାକରର ପାଇଁ ଚିହ୍ନଟ କରାଯାଇଛି ।

ପ୍ରଥମ ପର୍ଯ୍ୟାରେ ସ୍ବାସ୍ଥ୍ୟ କର୍ମିଙ୍କୁ ଏହି ଟିକା ଦେବା ପାଇଁ ସରକାର ନିଷ୍ପତି କରିଛନ୍ତି। ଏହି ସ୍ବାସ୍ଥ୍ୟ କର୍ମିଙ୍କ ମଧ୍ୟରେ ଯେଉଁମାନେ ବୟସ୍କ ସେମାନେ ପ୍ରଥମେ ଟିକା ନେବେ। ତେବେ ଏହି ଟିକା ବକ୍ସ ବା ଭାଲକୁ ଥରେ ଖୋଲାଗଲେ ସେଥିରେ ଯେତେ ଟିକା ଥିବା ତାହା ସାରିବାକୁ ପଡିବ। କାରଣ ତାହାକୁ ଆଉ ସିଲ କରିହେବ ନାହିଁ।

ସେଥିପାଇଁ ପ୍ରାରମ୍ଭିକ ସ୍ତରରେ ଯେଉଁ ସ୍ବାସ୍ଥ୍ୟ ଅନୁଷ୍ଠାନରେ ଅଧିକ ସଂଖ୍ୟକ କର୍ମଚାରୀ ଅଛିନ୍ତି ସେଠାକୁ ଏହା ପଠାଯିବ। ସ୍ବାସ୍ଥ୍ୟ ବିଭାଗ ଆକଳନ କରିଛି ଯେ ଏହି ପଦ୍ଧତିରେ ଅତିକମରେ 10 ପ୍ରତିଶତ ଟିକା ନଷ୍ଟ ହେବାର ସମ୍ଭାବନା ରହିଛି।ଗୋଟିଏ ଗୋଟିଏ କେନ୍ଦ୍ରରେ ଶହେ ଜଣଙ୍କୁ ଟିକା ଦେବାର ବନ୍ଦୋବସ୍ତ କରାଯାଇଛି।

ପ୍ରଥମେ ଯିଏ ଏହି ଟିକା ନେଇଥିବେ ତାଙ୍କୁ ଦ୍ବିତୀୟ ଡୋଜ ବେଳକୁ ସେହି ସମାନ କଂପାନୀର ଟିକା ପ୍ରଦାନ କରାଯିବ। ସେଥିପାଇଁ ଟିକାକରଣରେ ଯେଉଁଣାନେ ଅଛନ୍ତି ସେମାନଙ୍କୁ ଏଥିପ୍ରତି ସତର୍କ ରହିବା ପାଇଁ କୁହାଯାଇଛି। ରାଜ୍ୟରେ ବର୍ତ୍ତମାନ 3 ଲକ୍ଷ 33 ହଜାର ସ୍ବାସ୍ଥ୍ୟ କର୍ମିଙ୍କୁ ଏହି ଟିକା ଦିଆଯିବ ବୋଲି ତାଲିକା ପ୍ରସ୍ତୁତ କରାଯାଇଛି।

ସ୍ବାସ୍ଥ୍ୟ କର୍ମିଙ୍କୁ ଟିକାକରଣ କାର୍ଯ୍ୟ ଆସନ୍ତା 16 ତାରିଖରୁ ଆରମ୍ଭ ହେବ। ଏହା ପ୍ରାୟ ଦୁଇ ସପ୍ତାହ ଲାଗିବ ବୋଲି ଜଣାପଡିଛି। ଏହାପରେ ସାଧାରଣ ବରିଷ୍ଠ ଲୋକେ ଏବଂ ରୋଗୀମାନଙ୍କୁ ଏହି ଟିକା ପ୍ରଦାନ କରାଯିବ। ଯଦି ଠିକ ସମୟରେ ଟିକା ଉପଲବ୍ଧ ହୁଏ ତେବେ ସମସ୍ତଙ୍କୁ ଟିକା ଦେବା ବେଳକୁ ଫେବୃୟାରୀ ଦ୍ବିତୀୟ ସପ୍ତାହ ହେବ ବୋଲି ଜଣପଡିଛି।

Corona Vaccine କୋଭିଡ଼ ଟିକା
Share. Facebook Twitter LinkedIn Email WhatsApp Copy Link

Related Posts

UNSC ରେ ଭାରତର ଅସ୍ଥାୟୀ ଆସନକୁ ସମର୍ଥନ କରିବ କି ଚୀନ୍?: ବଡ଼ ବିବୃତ୍ତି ଦେଲା ପଡ଼ୋଶୀ ଦେଶ

July 17, 2026

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026

ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା: ଟ୍ରେନ୍ ସହିତ ଧକ୍କା ହେଲା ସ୍କୁଲ ଭ୍ୟାନ, ୨ ପିଲାଙ୍କ ସମେତ ୩ ମୃତ

July 17, 2026

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026
Latest News

UNSC ରେ ଭାରତର ଅସ୍ଥାୟୀ ଆସନକୁ ସମର୍ଥନ କରିବ କି ଚୀନ୍?: ବଡ଼ ବିବୃତ୍ତି ଦେଲା ପଡ଼ୋଶୀ ଦେଶ

July 17, 2026

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026

ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା: ଟ୍ରେନ୍ ସହିତ ଧକ୍କା ହେଲା ସ୍କୁଲ ଭ୍ୟାନ, ୨ ପିଲାଙ୍କ ସମେତ ୩ ମୃତ

July 17, 2026

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026

ସୋନମ ୱାଙ୍ଗଚୁକଙ୍କୁ କଂଗ୍ରେସର ସମର୍ଥନ: ଜନ୍ତର ମନ୍ତରରେ ପହଞ୍ଚିଲେ ପବନ ଖେଡ଼ା

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.