Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଶ୍ଚିମବଂଗରେ ମୋଟ 8ଟି ପର୍ଯ୍ୟାୟରେ ହେବ ନିର୍ବାଚନ, ମେ ଦୁଇ ତାରିଖରେ ଭୋଟ ଗଣତି
ଜାତୀୟ ଖବର

ପଶ୍ଚିମବଂଗରେ ମୋଟ 8ଟି ପର୍ଯ୍ୟାୟରେ ହେବ ନିର୍ବାଚନ, ମେ ଦୁଇ ତାରିଖରେ ଭୋଟ ଗଣତି

February 26, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପଶ୍ଚିମ ବଂଗରେ ମୋଟ 8ଟି ପର୍ଯ୍ୟାୟରେ ହେବ ନିର୍ବାଚନ, ମେ ଦୁଇ ତାରିଖରେ ଭୋଟ ଗଣତି

West Bengal Election: ଭାରତ ନିର୍ବାଚନ କମିଶନର ଆଜି ପାଞ୍ଚୋଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ପଶ୍ଚିମବଂଗ ନିର୍ବାଚନ ଆଠଟି ପର୍ଯ୍ୟାୟରେ ହେବ ବୋଲି ନିର୍ବାଚନ କମିଶନର କହିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏହି ଘୋଷଣା କରିଛନ୍ତି।

ଘୋଷଣା ଅନୁସାରେ ପଶ୍ଚିମବଂଗର ନିମ୍ନଲିଖିତ ତାରିଖ ଅନୁସାରେ ଭୋଟଗ୍ରହଣ କରାଯିବ।

27 ମାର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ଏହି ପର୍ଯ୍ୟାୟରେ ପଶ୍ଚିମବଂଗର 30ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ 2 ମାର୍ଚ୍ଚରେ ବିଜ୍ଞପ୍ତି ପ୍ରକାଶ ପାଇ ନାମଙ୍କନ ଦାଖଲ ପକ୍ରିୟା ଆରମ୍ଭ ହେବ। ସେହିପରି ନାମାଙ୍କନ ପ୍ରତ୍ୟାହାର ତାରିଖ ରହିଛି 12 ମାର୍ଚ୍ଚ।

1 ଏପ୍ରିଲରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମବଂଗର 30ଟି ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ମାର୍ଚ୍ଚ 5 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚା 12 ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିବ। ଏହାପରେ 22 ମାର୍ଚ୍ଚରେ ନାମାଙ୍କନ ପତ୍ର ପ୍ରତ୍ୟାହାର ଦିନ ଧାର୍ଯ୍ୟ କରାଯାଇଛି।

6 ଏପ୍ରିଲରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମ ବଂଗର 31ଟି ଆସନ ପାଇଁ ନିର୍ବାଚନ ହେବ। ସେଥିପାଇଁ 12 ମାର୍ଚ୍ଚରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ରହିବ 19 ତାରିଖ ଏବଂ ପ୍ରତ୍ୟାହାର ତାରିଖ 22 ମାର୍ଚ୍ଚ ରହିବ।

13 ଏପ୍ରିଲରେ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମବଂଗର 42ଟି ବିଧାନସଭା ଆସନ ପାଇଁ ହେବ। ସେଥିପାଇଁ  16 ମାର୍ଚ୍ଚରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ 23 ମାର୍ଚ୍ଚ ରହିବ। ନାମାଙ୍କନ ପ୍ରତ୍ୟାହାର 27 ମାର୍ଚ୍ଚ ରହିବ। 13 ତାରିଖରେ ଭୋଟ ଗ୍ରହଣ ହେବ।

17 ଏପ୍ରିଲରେ ହେବ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ

ପଶ୍ଚିମବଂଗର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ 45 ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବ। ସେଥିପାଇଁ  23 ମାର୍ଚ୍ଚରରେ ବିଜ୍ଞପ୍ତି ପ୍ରକାଶ ପାଇବ 31 ନାମାଙ୍କନ ଦାଖଲ ଶେଷ ତାରିଖ। 3 ଏପ୍ରିଲରେ ନାମାଙ୍କନ ପ୍ରତ୍ୟାହାର କରାଯିବ।

22 ଏପ୍ରିଲରେ ହେବ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ 43ଟି ବିଧାନସଭାରେ କରାଯିବ। ସେଥିପାଇଁ 26 ମାର୍ଚ୍ଚରେ ବିଜ୍ଞପ୍ତି ପ୍ରକାଶ ପାଇବ। 3 ଏପ୍ରିଲରେ ନାମାଙ୍କନ ଦାଖଲ ଶେଷ ତାରିଖ। ନାମାଙ୍କନ ପ୍ରତ୍ୟାହାର 7 ଏପ୍ରିଲ ରହିଛି।

26 ଏପ୍ରିଲରେ ହେବ ସପ୍ତମ ପର୍ଯ୍ୟାୟ ନିର୍ବାଚନ

ଏହି ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର 36ଟି ବିଧାନସଭା ମଣ୍ଡଳିରେ ଅନୁଷ୍ଠିତ ହେବ। ଏଥିପାଇଁ 31 ମାର୍ଚ୍ଚରେ ବିଜ୍ଞପ୍ତି ପ୍ରକାଶ ପାଇବ। 7 ଏପ୍ରିଲରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିବ। 12 ଏପ୍ରିଲ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିବ। 26 ଏପ୍ରିଲରେ ଭୋଟ ଗ୍ରହଣ ହେବ।

ଶେଷ ପର୍ଯ୍ୟାୟ ନିର୍ବାଚନ 29 ଏପ୍ରିଲରେ ହେବ

ଏହି ପର୍ଯ୍ୟାୟରେ 35 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ  ଗ୍ରହଣ ହେବ। ଏଥିରେ 31ମାର୍ଚ୍ଚ  ତାରିଖରେ ବିଜ୍ଞପ୍ତି ପ୍ରକାଶ ସହିତ ନାମାଙ୍କନ ଦାଖଲ ହେବ। ସେହିପରି 7 ଏପ୍ରିଲରେ ନାମାଙ୍କନ ଦାଖଲ ଶେଷ ତାରିଖ। 12 ଏପ୍ରିଲ ତାରିଖରେ ନାମାଙ୍କନ ଦାଖଲ ଶେଷ ତାରିଖ ହେବ।

ପାଞ୍ଚୋଟି ରାଜ୍ୟର ଭୋଟ ଭୋଟ ଗଣତି ମେ 2 ତାରିଖରେ ହେବ

ପଶ୍ଚିମବଂଗ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026

ଗାଜିଆବାଦର ଗୌର ଗ୍ରୀନ୍ ସୋସାଇଟିରେ ଭୟଙ୍କର ଅଗ୍ନିକାଣ୍ଡ

April 29, 2026

ଆଜି ପଶ୍ଚିମବଙ୍ଗ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ

April 29, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ :’ଦିଦି’ ବ୍ରାଣ୍ଡ ପାଇଁ ଏକ ପରୀକ୍ଷା

April 29, 2026
Latest News

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026

ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.