Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାରଣାସୀ ଘାଟରେ ସିଏନଜି ବୋଟ୍ ରୂପାନ୍ତର ଓ ଘାଟର ପୁର୍ନବିକାଶ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଜାତୀୟ ଖବର

ବାରଣାସୀ ଘାଟରେ ସିଏନଜି ବୋଟ୍ ରୂପାନ୍ତର ଓ ଘାଟର ପୁର୍ନବିକାଶ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

February 28, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାରଣାସୀ ଘାଟରେ ସିଏନଜି ବୋଟ୍ ରୂପାନ୍ତର ଓ ଘାଟର ପୁର୍ନବିକାଶ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଉତ୍ତରପ୍ରଦେଶ/ନୂଆଦିଲ୍ଲୀ,  ଦୁଇଦିନିଆ ବାରଣାସୀ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଖିଡକିଆ ଘାଟ ଠାରେ ଗେଲ୍ ଇଣ୍ଡିଆ ଏବଂ ଇଣ୍ଡିଆନ ଅଏଲର ସିଏନଜି ବୋଟ୍‌ ରୂପାନ୍ତର ପ୍ରକଳ୍ପ ଏବଂ ଘାଟର ପୁର୍ନବିକାଶ ପ୍ରକଳ୍ପ ଅନ୍ତର୍ଗତ ସିଏନ୍‌ଜି ବିତରଣ ଷ୍ଟେସନର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ତୈଳ ଓ ଗ୍ୟାସ ରାଷ୍ଟ୍ରାୟତ ଉଦ୍ୟୋଗ ଗେଲ୍ ଇଣ୍ଡିଆ ସିଏନଜି ଭିତିଭୂମିକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରୁଛି । ବାରଣାସୀର ଏହି ପବିତ୍ର ଘାଟରେ ୨ ହଜାର ଡ଼ିଜେଲ ଚାଳିତ ଡ଼ଙ୍ଗାକୁ ସ୍ୱଚ୍ଛ ଇନ୍ଧନ ସିଏନଜିରେ ରୂପାନ୍ତର କରାଯାଉଛି । ଗଙ୍ଗାରେ ପ୍ରଦୂଷଣକୁ ହ୍ରାସ କରିବା ଏବଂ ସ୍ୱଚ୍ଛ ପରିବେଶ ନିଶ୍ଚିତ କରିବା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ନିଆଯାଉଛି।

ଖିଡକିଆ ଘାଟର ଐତିହ୍ୟ ଏବଂ ପୂର୍ବ ଗୌରବର ପୁନଃସ୍ଥାପନ ପାଇଁ ରାଷ୍ଟ୍ରାୟତ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କାର୍ଯ୍ୟ କରୁଛି । ଅପାର ସମ୍ଭାବନାର ଅଂଚଳ କାଶୀ ସମସ୍ତଙ୍କ ଶ୍ରଦ୍ଧାର କେନ୍ଦ୍ର । ଏକବିଂଶ ଶତବ୍ଦୀରେ ସମସ୍ତ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସରକାର ପ୍ରାଥମିକତା ଦେଉଥିବା ବେଳେ ବାରଣାସୀରେ ମଧ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସୁଦୃଢ କରାଯାଉଛି । ଆଗାମୀ ଦିନରେ ଏଠାରେ ଧାର୍ମିକ, ବ୍ୟବସାୟ, କୃଷି ଆଧାରିତ ପର୍ଯ୍ୟଟନକୁ ଗୁରୁତ୍ୱ ଦେବା ଦିଗରେ ପଦକ୍ଷେପ ନିଆଯାଉଥିବା କେନ୍ଦ୍ରମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।

ଏହି ଦୁଇଦିନିଆ ବାରଣାସୀ ଗସ୍ତକାଳରେ ମନ୍ତ୍ରୀ ଧର୍ମେନ୍ଦ୍ର କାଶୀ ଠାରେ ଥିବା ଦୀନଦୟାଲ ଉପାଧ୍ୟାୟ ସ୍ମୃତିସ୍ଥଳ ଗସ୍ତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରି ମହାମ ସନ୍ଥ, କବି ରବିଦାସଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କ ଜନ୍ମସ୍ଥାନ ସିର ଗୋବର୍ଦ୍ଧନପୁର ଗସ୍ତ କରି ରବିଦାସ ମନ୍ଦିର ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲୋ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରଣାସୀ ଘାଟରେ ସିଏନଜି ବୋଟ୍
Share. Facebook Twitter LinkedIn Email WhatsApp Copy Link

Related Posts

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ମାର୍କ ଉଡ୍

September 23, 2026

ଗଣ୍ଡା ଶିକାର ରୋକିବା ପାଇଁ କାଜିରଙ୍ଗାର ଉଦ୍ୟମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

September 23, 2026

ଜାତୀୟ ଗଣମାଧ୍ୟମ କେନ୍ଦ୍ରଠାରେ ପ୍ରତିଷେଧକମୂଳକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ

September 23, 2026

ନିଶାଦ୍ରବ୍ୟ ବିରୋଧରେ ଦୃଢ଼ ଓ ନିର୍ଣ୍ଣାୟକ ପଦକ୍ଷେପର ସମୟ ଆସିଛି: ଅମିତ ଶାହ

September 23, 2026
Latest News

Smartphone Screen Guard: ଏଣିକି ମନଇଚ୍ଛା ବିକ୍ରି ହେବନି ଟେମ୍ପର୍ଡ ଗ୍ଲାସ୍, ୨୦୨୭ରୁ ଲାଗୁ ହେବ ନୂଆ ନିୟମ

September 23, 2026

ଭୁବନେଶ୍ୱର-କଟକ NHରେ ଦୁର୍ଘଟଣା, ଓଲଟିଲା କଦଳୀ ବୋଝେଇ ଟ୍ରକ୍

September 23, 2026

ଆସନ୍ତୁ ଜାଣିବା କେଉଁ ସ୍ୱପ୍ନ ଦେଖିଲେ ଚାରିଆଡ଼ୁ ଧନବର୍ଷା ହୁଏ ଏବଂ କେଉଁ ସ୍ୱପ୍ନ ଶୋକ, ରୋଗ ଓ ମୃତ୍ୟୁର କାରଣ ସାଜିଥାଏ

September 23, 2026

ଅବପାତର ରୂପ ନେଉଛି ଲଘୁଚାପ: ଆଜି ରାତିରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବ, ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ହେବ ପ୍ରବଳ ବର୍ଷା

September 23, 2026

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ମାର୍କ ଉଡ୍

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.