Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଣୟନ ହେବ ଷ୍ଟାର୍ଟ ଅପ୍‌ ନୀତିର ନୂତନ ସଂସ୍କରଣ,ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳାରେ ପ୍ରମୁଖ ସଚିବଙ୍କ ସୂଚନା
ଜାତୀୟ ଖବର

ପ୍ରଣୟନ ହେବ ଷ୍ଟାର୍ଟ ଅପ୍‌ ନୀତିର ନୂତନ ସଂସ୍କରଣ,ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳାରେ ପ୍ରମୁଖ ସଚିବଙ୍କ ସୂଚନା

March 7, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଣୟନ ହେବ ଷ୍ଟାର୍ଟ ଅପ୍‌ ନୀତିର ନୂତନ ସଂସ୍କରଣ,ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳାରେ ପ୍ରମୁଖ ସଚିବଙ୍କ ସୂଚନା

ଭୁବନେଶ୍ୱର, ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ନବମ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବାଣିଜ୍ୟ ମେଳାର ତୃତୀୟ ଦିନରେ ‘ନୂତନ ଉଦ୍ୟୋଗ ପ୍ରସଙ୍ଗ’ ((Start up Talk)) ଆଲୋଚନାଚକ୍ର ସେମିନାର ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି ।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଆଲୋଚନା ଚକ୍ରରେ ସ୍ୱତନ୍ତ୍ର ନିମନ୍ତ୍ରିତ ବିଶେଷଜ୍ଞ ଭାବେ ଯୋଗଦେଇ ନୂତନ ଉଦ୍ୟୋଗୀମାନଙ୍କର କାର୍ଯ୍ୟଧାରାର ମାନ ବୃଦ୍ଧି ନିମନ୍ତେ ୬ଟି କୌଶଳ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । ସେଗୁଡ଼ିକ ହେଲା ଭାବନା, କୌଶଳ, ବୁଦ୍ଧି, ପ୍ରତିଷ୍ଠା, ନିଜ କର୍ମଚାରୀଙ୍କୁ ମାପିବା ଏବଂ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିବା ।

ସୁନ୍ଦର ରାଜନ୍‌ଙ୍କ ଦ୍ୱାରା ପ୍ରତିଷ୍ଠିତ ସୁଗୁଣା କୁକୁଡ଼ା ଫାର୍ମର ଉଦାହରଣ ଦେଇ ତାହା ୬୦୦ କୋଟି ଟଙ୍କାର ଉଦ୍ୟୋଗ ହୋଇପାରିଥିବାର ସଫଳ କାହାଣୀକୁ ସେ ଆଲୋଚନା ଚକ୍ରରେ ଉପସ୍ଥାପନ କରିଥିଲେ। ଏକ କ୍ଷୁଦ୍ର ଉଦ୍ୟୋଗକୁ କିପରି ବିଶାଳ କରିହେବ ସେଥିପାଇଁ ଆବଶ୍ୟକ ଅଧ୍ୟବସାୟ ଓ ନିଜକୁ ମାର୍ଜିତ କରିବାର କୌଶଳ ଉପରେ ଗୁରୁତ୍ୱ ପ୍ରଦାନ କରି ‘ମାଇଣ୍ଡ ଟି୍ର’କୁ ବିଶ୍ୱସ୍ତରୀୟ ସଂସ୍ଥାରେ ପରିଣତ କରିବା ଭିତରେ ସେ ଅର୍ଜନ କରିଥିବା ଅନୁଭୂତି ଓ ଅଭିଜ୍ଞତା ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଥିଲେ ଯେ ରାଜ୍ୟରେ ସଂପ୍ରତି ୯୫୦ଟି ନୂତନ ଉଦ୍ୟୋଗ ପ୍ରତିଷ୍ଠା କରାଯାଇଛି । ଓଡ଼ିଶା ସରକାର ସମସ୍ତ ନୂତନ ଉଦ୍ୟୋଗକୁ ସହାୟତା ଯୋଗାଇ ଦେଉଛନ୍ତି । ଅଦ୍ୟାବଧି ୧୫ କୋଟି ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି ।

ଇନ୍‌ଫୋସିସ୍‌ ନିକଟରେ ୩ କୋଟି ଟଙ୍କା ବ୍ୟୟରେ ଓଡ଼ିଶା ଷ୍ଟାର୍ଟ ଅପ୍‌ କେନ୍ଦ୍ର ନିର୍ମାଣାଧୀନ ରହିଛି ତାହା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ମଜବୁତ କରିବ । ଏଥି ସହିତ ନୂତନ ଷ୍ଟାର୍ଟ ଅପ୍‌ ନୀତି ଶୀଘ୍ର ପ୍ରଣୟନ କରାଯିବ ବୋଲି ସେ ସୂଚନା ଦେଇଥିଲେ । ରାଜ୍ୟର ନୂତନ ଉଦ୍ୟୋଗୀମାନଙ୍କର ସହଯୋଗରେ ଏହାର ପୂର୍ଣ୍ଣ ସଫଳତା ଲାଭ ହେବ ବୋଲି ସେ ଦୃଢ଼ ଆଶା ପୋଷଣ କରିଥିଲେ ।

ଆଲୋଚନା ଚକ୍ର ପ୍ରାରମ୍ଭରେ ଅରେଞ୍ଜ କ୍ରସ ହୋମ୍‌ ହେଲଥ୍‌ ପ୍ରା. ଲିଃର ମୁଖ୍ୟ ନିର୍ବାହୀ ଶ୍ରୀ ଅଜୟ ବେହେରା କିପରି ତାଙ୍କ କାରବାର ୨୦ କୋଟି ଟଙ୍କାରେ ପହଞ୍ଚିପାରିଛି ସେଥିରେ ଥିବା ତାଙ୍କ ଅଭିଜ୍ଞତା ବ୍ୟକ୍ତ କରିଥିଲେ । ସେହିପରି ପ୍ରିଣ୍ଟଭୁ୍ୟଉ୍‌ ମ୍ୟାଜିକ୍‌ ୱାଲର୍ଡର ସିଇଓ ସିଦ୍ଧେଶ୍ୱର ପଣ୍ଡା, ନେଚର ଏସେନ୍‌ସିଆଲ୍‌ ଅଏଲ୍‌ର ଡ. ଗୀତାଞ୍ଜଳି, କେସିଙ୍ଗାର ସାତ୍ତ୍ୱିକ ଅଗ୍ରୱାଲ, ଶିବା ଗ୍ରୀନ୍‌ର ନୀଳିମା ମିଶ୍ର, ରୋବୋଟିକ୍‌ କ୍ଲାସେସ୍‌ର ସ୍ୱାତ୍ତିକ, ଅମର ଲ୍ୟାବ୍‌ର ସଲୋନୀ ପାତ୍ର, ପୋଷ୍ଟ ହାର୍ଭେଷ୍ଟ ଟେକ୍‌ନୋଲୋଜିସ୍‌ର ଭିଲା ମାର୍ଟର ପ୍ରତିଷ୍ଠାତା ଡ. ରମେଶ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ନୂତନ ଉଦ୍ୟୋଗୀ ସେମାନଙ୍କର ଉଦ୍ୟୋଗ ଯାତ୍ରାର ବିବରଣୀ ପ୍ରଦାନ କରିଥିଲେ ।

କିଟ୍‌ ଟିବିଆଇର ଡ. ମୃତୁ୍ୟଞ୍ଜୟ ସୁଆର ଷ୍ଟାର୍ଟ ଅପ୍‌ ପ୍ରତିଷ୍ଠା କାହାଣୀ ସମସ୍ତଙ୍କ ସହିତ ସହଭାଗୀ ହେବା ସହ ନିଜର କୌଶଳ ନିଜେ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ଡାଲମା ପ୍ରତିଷ୍ଠାତା ଶ୍ରୀ ଦେବାଶିଷ ପଟ୍ଟନାୟକ ନିଜ ଉଦ୍ୟୋଗ ଲୋକଲୋଚନକୁ ଆଣିବା ସହିତ ନିଜର ପ୍ରଚେଷ୍ଟା ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ନାଲ୍‌କୋର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତପନ କୁମାର ଚାନ୍ଦ ତାଙ୍କର ଆଲୁମିନିୟମ୍‌ ଶିଳ୍ପର ଅଭିନବୀକରଣ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଡିଜିଏମ୍‌ ଲଲାଟେନ୍ଦୁ ୨୦୨୦ ଜୁଲାଇ ୧ ତାରିଖରେ ନୂତନ ଉଦ୍ୟୋଗୀମାନଙ୍କୁ ଅଦ୍ୟାବଧି ୭୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିବା ପ୍ରକାଶ କରିଥିଲେ । ଏହି କ୍ରମରେ ପ୍ରାୟ ୩୦ ହଜାର କୋଟି ଟଙ୍କା ଋଣ ଦିଆଯିବ ବୋଲି ସେ କହିଥିଲେ । ବିଗତ ୪ ବର୍ଷରେ ନୂତନ ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ରାଜ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିଛି ।

ଆଗାମୀ ଦିନରେ ସମସ୍ତ ଜିଲ୍ଲା ଏବଂ କ୍ଷେତ୍ରୀୟ ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନେ ସେମାନଙ୍କ ଅଞ୍ଚଳରେ ନୂତନ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବାକୁ ପ୍ରମୁଖ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାସ୍ତରୀୟ ପରାମର୍ଶ କମିଟିରେ ଏ ସଂପର୍କୀୟ ବିଷୟରେ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଥିଲେ । କେତେକ ପୁରୁଷ ଓ ମହିଳା ଉଦ୍ୟୋଗୀ ଆଲୋଚନା ଚକ୍ରରେ ସେମାନଙ୍କର ସମସ୍ୟା ଉପସ୍ଥାପନ କରିଥିଲେ, ଯାହାର ତୁରନ୍ତ ସମାଧାନ ନିମନ୍ତେ ପ୍ରମୁଖ ସଚିବ ସାହୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ସାହୁ ସମସ୍ତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ।

ପ୍ରଶାନ୍ତ ବିଶ୍ୱାଳ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିବା ସହ ଆଲୋଚନା ଚକ୍ରକୁ ସାଫଲ୍ୟମଣ୍ଡିତ କରିଥିବାରୁ କୃତଜ୍ଞତା ଜଣାଇଥିଲେ । ଏହି ଆଲୋଚନା ଚକ୍ରରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ପୂର୍ବତନ ସଚିବ ପଞ୍ଚାନନ ଦାଶ, ଶିଳ୍ପ ନିର୍ଦ୍ଦେଶକ ରେଘୁ ଜି., ଓଏସ୍‌ଆଇସିର ଏମ୍‌ଡି ପି.କେ. ସାହାଣୀ, ଇପିଏମ୍‌ର ନିର୍ଦ୍ଦେଶକ ଶରଣ କୁମାର ଜେନା, ସମସ୍ତ ଜିଏମ୍‌, ଡିଆଇସି, ବିଭାଗୀୟ ଅଧିକାରୀ ଏବଂ ରାଜ୍ୟର ନୂତନ ଉଦ୍ୟୋଗୀମାନେ ଯୋଗଦେଇଥିଲେ ।

Ministry of MSME MSME
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅଗଷ୍ଟ ୨୭ରେ ଏହି ସାତୋଟି ରାଶିର ବ୍ୟକ୍ତିଙ୍କ ବଢିବ ଧନ, ଜାଣନ୍ତୁ ରାଶିଫଳ

August 27, 2026

ଭଉଣୀଙ୍କ ପାଇଁ ରାକ୍ଷୀ ଉପହାର: ରକ୍ଷାବନ୍ଧନରେ ମାଗଣା ‘ଆମ ବସ୍’ ସେବା

August 27, 2026

ନଭେମ୍ବର ୨୪ରୁ ବାଲିଯାତ୍ରା: ମହାନଦୀରେ ଜଳକ୍ରୀଡ଼ା ହେବ ମୁଖ୍ୟ ଆକର୍ଷଣ

August 27, 2026

କୃତ୍ରିମ ବୁଦ୍ଧିମତା ଓ ମାନବିକୀ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା

August 26, 2026
Latest News

ଆଜି ଅଗଷ୍ଟ ୨୭ରେ ଏହି ସାତୋଟି ରାଶିର ବ୍ୟକ୍ତିଙ୍କ ବଢିବ ଧନ, ଜାଣନ୍ତୁ ରାଶିଫଳ

August 27, 2026

ଭଉଣୀଙ୍କ ପାଇଁ ରାକ୍ଷୀ ଉପହାର: ରକ୍ଷାବନ୍ଧନରେ ମାଗଣା ‘ଆମ ବସ୍’ ସେବା

August 27, 2026

ନଭେମ୍ବର ୨୪ରୁ ବାଲିଯାତ୍ରା: ମହାନଦୀରେ ଜଳକ୍ରୀଡ଼ା ହେବ ମୁଖ୍ୟ ଆକର୍ଷଣ

August 27, 2026

କ୍ୟାଶ୍‌ଲେସ୍‌ ଚିକିତ୍ସାରେ କ୍ୟାଶ୍‌ର ଖେଳ! ଆୟୁଷ୍ମାନ ହିତାଧିକାରୀଙ୍କୁ ଟାର୍ଗେଟ୍‌ କରୁଛନ୍ତି ଘରୋଇ ହସ୍ପିଟାଲ?

August 26, 2026

ଧର୍ମପରାୟଣ ସମାଜସେବୀ ମହିଳାଙ୍କ ପରଲୋକ

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.