Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଆଜି ସଂଧ୍ୟାରେ ଲାଇନ ବନ୍ଦ କରିବାକୁ କଂଗ୍ରେସ କଲା ଅନୁରୋଧ
ବିଶେଷ ଖବର

ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଆଜି ସଂଧ୍ୟାରେ ଲାଇନ ବନ୍ଦ କରିବାକୁ କଂଗ୍ରେସ କଲା ଅନୁରୋଧ

April 4, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଦ୍ୟୁତ ଶୁଳ୍କ ପ୍ରବାଦରେ ଆଜି ସଂଧ୍ୟାରେ ଲାଇନ ବନ୍ଦ କରିବାକୁ କଂଗ୍ରେସ କଲା ଅନୁରୋଧ

ଭୁବନେଶ୍ୱର, ରାଜ୍ୟ ସରକାର ବିଦ୍ୟୁତ ଉପଭୋକ୍ତା ମାନଙ୍କ ଉପରେ ଅହେତୁକ ବିଜୁଳିଦର ୟୁନିଟ୍ ପ୍ରତି ୭ମାସ ମଧ୍ୟରେ ୫୦ ପଇସା ବୃଦ୍ଧି କରିବା ଅତ୍ୟନ୍ତ ଉଦ୍‌ବେଗଜନକ ଅଟେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

କୋଭିଡ୍ ୧୯ ମହାମାରୀ ସମୟରେ ଲୋକମାନଙ୍କର ଆର୍ଥିକ ଅବସ୍ଥା ଦୟନୀୟ ହୋଇଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ପେଟ୍ରୋଲ ଡିଜେଲ ଓ ଗ୍ୟାସର ଦରବୃଦ୍ଧି ସାଙ୍ଗକୁ ଅତ୍ୟାବଶୀକୀୟ ସାମଗ୍ରୀର ଦରବୃଦ୍ଧି ହୋଇଥିବା ବେଳେ ବିଦ୍ୟୁତ ଦର ବୃଦ୍ଧି ସାଧାରଣ ଜନତାଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।

ଏହି ବିଜୁଳି ଦର ବୃଦ୍ଧି ରାଜ୍ୟ ସରକାରଙ୍କ ଜନବିରୋଧି ନିଷ୍ପତି ଚିନ୍ତାଜନକ ଅଟେ । ସେଥିପାଇଁ ଏହି ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ଦଳ ଏପ୍ରିଲ ୪ ତାରିଖ, ରବିବାର ସନ୍ଧ୍ୟା ୬ ଘଟିକା ୩୦ ମିନିଟ୍‌ରୁ ୭ ଘଟିକା ପର‌୍ୟ୍ୟନ୍ତ (୩୦ ମିନିଟ୍‌) ବିଦ୍ୟୁତ ସରବରାହ ବନ୍ଦ କରିବାକୁ ନିଷ୍ପତି ନେଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଏଣୁ ଦଳମତ ନିର୍ବିଶେଷରେ ରାଜ୍ୟ ସରକାରଙ୍କ ଜନବିରୋଧି ନିଷ୍ପତିକୁ ପ୍ରତ୍ୟାହାର ଲାଗି ଚାପ ପ୍ରୟୋଗ କରିବା ପାଇଁ ସମସ୍ତ ବିଦ୍ୟୁତ୍ ଉପଭୋକ୍ତା ଏବଂ କଂଗ୍ରେସ କର୍ମୀ ଓ ଜନସାଧାରଣଙ୍କ ସାହାଯ୍ୟ ସହଯୋଗ କାମନା କରି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

ଓଡିଶା ପ୍ରଦେଶ କଂଗ୍ରେସ ନିରଂଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ ବର୍ଦ୍ଧିତ ବିଦ୍ୟୁତ ଦର ବିଦ୍ୟୁତ ଦର
Share. Facebook Twitter LinkedIn Email WhatsApp Copy Link

Related Posts

ଦୁର୍ଘଟଣାରେ ବାପ – ଝିଅ ମୃତ

June 11, 2026

ପ୍ରେମିକାକୁ ହତ୍ୟା କରି ପ୍ରେମିକ ଗିରଫ

June 11, 2026

ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ମୁହାଁମୁହିଁ

June 11, 2026

ଭଦ୍ରକରେ ପୋଲିସର ଏନକାଉଣ୍ଟର

June 11, 2026
Latest News

ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍!: ଆଫଗାନିସ୍ତାନ ODIରେ କିପରି ରହିବ ଟିମ୍ ଇଣ୍ଡିଆ?

June 11, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ପ୍ରକାଶ ଚିକ୍

June 11, 2026

ଭଗବାନ ରାମ ମନ୍ତବ୍ୟ ମାମଲାରେ ରାହୁଲ ଗାନ୍ଧୀଙ୍କ ବଢ଼ିଲା ସମସ୍ୟା: କୋର୍ଟ ଦେଲେ ଏହି ନିର୍ଦ୍ଦେଶ

June 11, 2026

ଦୁର୍ଘଟଣାରେ ବାପ – ଝିଅ ମୃତ

June 11, 2026

ପ୍ରେମିକାକୁ ହତ୍ୟା କରି ପ୍ରେମିକ ଗିରଫ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.