ହାଓଡାରୁ ଆସୁଥିବା 4ଟି ଟ୍ରେନର ସମୟ ପରିବର୍ତ୍ତନ କରିଲା ରେଳବାଇ

Published: Apr 6, 2021, 10:39 pm IST

ଭୁବନେଶ୍ବର, ପରିଚାଳନାଗତ ସୁବିଧା ପାଇଁ ହାଓଡ଼ା ସାନ୍ତ୍ରାଗାଛି ଠାରେ ଚାରି ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ସମୟ ସଂଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ ନିମ୍ନଲିଖିତ ଅନୁଯାୟୀ ଜସିଡିହ-ତାମ୍ବରମ୍-ଜସିଡିହ ସ୍ପେଶାଲର ସେବା ଅବଧି ସଂଶୋଧନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି –

1-୦୨୮୬୩/୦୨୮୬୪ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ଏପ୍ରିଲ ମାସ ୫ ତାରିଖ ଠାରୁ ପୂର୍ବାହ୍ନ ୧୦ଘ.୫୦ମି. ପରିବର୍ତ୍ତେ ପୂର୍ବାହ୍ନ ୧୦ଘ.୫୫ମି.ରେ ଛାଡିବ ଏବଂ ଯଶୋବନ୍ତପୁରରୁ ୭ ଏପ୍ରିଲ, ୨୦୨୧ ଠାରୁ ଛାଡୁଥିବା ବିଶେଷ ଟ୍ରେନ ହାଓଡ଼ା ଠାରେ ଅପରାହ୍ନ ୪ଘ.୫୦ମି. ପରିବର୍ତ୍ତେ ଅପରାହ୍ନ ୪ଘ.୪୫ମି. ରେ ପହଞ୍ଚିବ।

2-୦୨୮୭୩/୦୨୮୭୪ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ଏପ୍ରିଲ ମାସ ପହିଲା ଠାରୁ ରାତ୍ରି ୧୦ଘ.୫୫ମି. ପରିବର୍ତ୍ତେ ରାତ୍ରି ୧୧ଘଟିକାରେ ଛାଡିବ ଏବଂ ଯଶୋବନ୍ତପୁରରୁ ଏପ୍ରିଲ ମାସ ପହିଲା ଠାରୁ ଛାଡ଼ିବାକୁଥିବା ବିଶେଷ ଟ୍ରେନ ହାଓଡ଼ା ଠାରେ ସନ୍ଧ୍ୟା ୭ଘ.୫୫ମି. ପରିବର୍ତ୍ତେ ସନ୍ଧ୍ୟା ୭ଘ.୫୦ମି.ରେ ପହଞ୍ଚିବ।

3-୦୨୮୦୭/୦୨୮୦୮ ସାନ୍ତ୍ରାଗାଛି-ଚେନ୍ନାଇ ସେଣ୍ଟ୍ରାଲ୍-ସାନ୍ତ୍ରାଗାଛି ବିଶେଷ ଟ୍ରେନ ସାନ୍ତ୍ରାଗାଛିରୁ ଏପ୍ରିଲ ମାସ ୨ ତାରିଖ ଠାରୁ ସନ୍ଧ୍ୟା ୫ଘ.୫୫ମି. ପରିବର୍ତ୍ତେ ସନ୍ଧ୍ୟା ଛଅ ଘଟିକାରେ ଛାଡିବ ଏବଂ ଚେନ୍ନାଇ ସେଣ୍ଟ୍ରାଲ୍ରୁ ଏପ୍ରିଲ ମାସ ପହିଲା ଠାରୁ ଛାଡ଼ିବାକୁଥିବା ବିଶେଷ ଟ୍ରେନ ହାଓଡ଼ା ଠାରେ ପୂର୍ବାହ୍ନ ୧୦ଘ.୫୦ମି. ପରିବର୍ତ୍ତେ ପୂର୍ବାହ୍ନ ୧୦ଘ.୪୫ମି.ରେ ପହଞ୍ଚିବ।

4-୦୨୮୩୭/୦୨୮୩୮ ହାଓଡ଼ା-ପୁରୀ-ହାଓଡ଼ା ବିଶେଷ ଟ୍ରେନ ଉଭୟ ଦିଗରୁ ଏପ୍ରିଲ ମାସ ପହିଲା ଠାରୁ ହାଓଡ଼ା ଠାରୁ ରାତ୍ରି ୧୦ଘ.୩୫ମି. ପରିବର୍ତ୍ତେ ରାତ୍ରି ୧୦ଘ.୪୦ମି.ରେ ଛାଡିବାକୁ ଥିବାବେଳେ ଏହା ହାଓଡ଼ା ଠାରେ ଭୋର ୪ଘ.୪୫ମି. ପରିବର୍ତ୍ତେ ଭୋର ୪ଘ.୪୦ମି.ରେ ପହଞ୍ଚିବ।

ଜସିଡିହ-ତାମ୍ବରମ ବିଶେଷ ଟ୍ରେନ ସେବା ଅବଧିରେ ପରିବର୍ତ୍ତନ

5-୦୨୩୭୬/୦୨୩୭୫ ଜସିଡିହ-ତାମ୍ବରମ୍-ଜସିଡିହ ବିଶେଷ ଟ୍ରେନ ଜସିଡିହରୁ ୧୪ ଏପ୍ରିଲରୁ ୩୦ ଜୁନ୍, ୨୦୨୧ ମଧ୍ୟରେ ଏବଂ ତାମ୍ବରମରୁ ୧୭ ଏପ୍ରିଲରୁ ୩ ଜୁଲାଇ, ୨୦୨୧ ମଧ୍ୟରେ ଚଳାଚଳ କରିବ। ଏହି ଟ୍ରେନର ସ୍ଥିରୀକୃତ ବିଭିନ୍ନ ଷ୍ଟେସନ ଠାରେ ସମୟ ସାରଣୀ ଏବଂ ରହଣି ସ୍ଥାନରେ କୌଣସି ପରିବର୍ତ୍ତନ ହେବନାହିଁ।

Related posts