Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେନ୍ଦ୍ରର ବଡ ପଦକ୍ଷେପ: ଏଣିକି ୨୪୦୦ ଟଙ୍କା ପରିବର୍ତ୍ତେ ୧୨୦୦ ଟଙ୍କାରେ ଡିଏପି ବସ୍ତା କିଣିପାରିବେ ଚାଷୀ
ଜାତୀୟ ଖବର

କେନ୍ଦ୍ରର ବଡ ପଦକ୍ଷେପ: ଏଣିକି ୨୪୦୦ ଟଙ୍କା ପରିବର୍ତ୍ତେ ୧୨୦୦ ଟଙ୍କାରେ ଡିଏପି ବସ୍ତା କିଣିପାରିବେ ଚାଷୀ

May 19, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସାର ଦର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାର ଦର ଉପରେ ଏକ ବିସ୍ତୃତ ଉପସ୍ଥାପନା ତାଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା।

ଅନ୍ତର୍ଜାତୀୟ ସ୍ତରରେ ଫସଫୋରିକ ଏସିଡ, ଆମୋନିଆ ଆଦିର ମୂଲ୍ୟ ବୃଦ୍ଧି ପାଉଥିବା କାରଣରୁ ଦେଶରେ ସାର ମୂଲ୍ୟ ବୃଦ୍ଧି ପାଉଥିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ତେବେ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ସତ୍ତ୍ବେ ଚାଷୀ ପୁରୁଣା ଦରରେ ସାର ପାଇବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରି କହିଥିଲେ।

ଏହି ଅବସରରେ ଡିଏପି ସାର ବସ୍ତା ପିଛା ସବସିଡି ପରିମାଣକୁ ୫୦୦ ଟଙ୍କା ପରିବର୍ତ୍ତେ ୧୨୦୦ ଟଙ୍କାକୁ ବୃଦ୍ଧି କରିବା ଲାଗି ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା, ଯାହାକି ୧୪୦% ବୃଦ୍ଧି। ତେଣୁ ଅନ୍ତର୍ଜାତୀୟ ବଜାରରେ ଡିଏପି ମୂଲ୍ୟ ବୃଦ୍ଧି ସତ୍ତ୍ବେ ଏହାକୁ ପୁରୁଣା ଦରରେ ବସ୍ତା ପିଛା ୧୨୦୦ ଟଙ୍କାରେ ବିକ୍ରି କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ଦର ବୃଦ୍ଧିର ସମସ୍ତ ବ୍ୟୟ ଭାର କେନ୍ଦ୍ର ସରକାର ବହନ କରିବେ। ଏକକାଳୀନ ବସ୍ତା ପିଛା ଏତେ ପରିମାଣର ସବସିଡି ପୂର୍ବରୁ କେବେ ବୃଦ୍ଧି କରାଯାଇନଥିଲା।

ଗତବର୍ଷ ଡିଏପିର ବାସ୍ତବ ଦର ଗୋଟିଏ ବସ୍ତା ପିଛା ୧୭୦୦ ଟଙ୍କା ଥିଲା। ଏଥିରେ କେନ୍ଦ୍ର ସରକାର ଗୋଟିଏ ବସ୍ତା ପ୍ରତି ୫୦୦ ଟଙ୍କାର ସବସିଡି ଦେଉଥିଲେ। ତେଣୁ କମ୍ପାନୀଗୁଡ଼ିକ ଚାଷୀଙ୍କୁ ପ୍ରତି ବସ୍ତା ୧୨୦୦ ଟଙ୍କାରେ ସାର ବିକ୍ରି କରୁଥିଲେ।

ନିକଟରେ, ଡିଏପିରେ ବ୍ୟବହୃତ ହେଉଥିବା ଫୋସଫୋରିକ ଏସିଡ, ଆମୋନିଆ ଆଦିର ଅନ୍ତର୍ଜାତୀୟ ମୂଲ୍ୟ ୬୦% ରୁ ୭୦%କୁ ବୃଦ୍ଧି ପାଇଛି। ତେଣୁ ବର୍ତ୍ତମାନ ଡିଏପିର ବସ୍ତା ପିଛା ପ୍ରକୃତ ଦର ୨୪୦୦ ଟଙ୍କାକୁ ବୃଦ୍ଧି ପାଇଛି, ଯାହାକୁ ସାର କମ୍ପାନୀମାନେ ୫୦୦ ଟଙ୍କା ସବସିଡିକୁ ବିଚାର କରି ୧୯୦୦ ଟଙ୍କାରେ ବିକ୍ରି କରିପାରିବେ। କିନ୍ତୁ ଆଜିର ନିଷ୍ପତ୍ତି ପରେ, ଚାଷୀମାନେ ଗୋଟିଏ ବସ୍ତା ଡିଏପି ସାର ୧୨୦୦ ଟଙ୍କାର ପୁରୁଣା ଦରରେ କିଣିପାରିବେ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ତାଙ୍କ ସରକାର ଚାଷୀଙ୍କ କଲ୍ୟାଣ ଲାଗି ପ୍ରତିଶ୍ରୁତିବଦ୍ଧ ଏବଂ ଦରବୃଦ୍ଧିର ବୋଝ ଚାଷୀଙ୍କ ଉପରେ ଯେପରି ନପଡ଼ିବ ତାହା ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି।

ପ୍ରତି ବର୍ଷ କେନ୍ଦ୍ର ସରକାର ରାସାୟନିକ ସାର ପାଇଁ ସବସିଡି ଦେବା ଉପରେ ପାଖାପାଖି ୮୦,୦୦୦ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ଡିଏପି ଉପରେ ସବସିଡି ବୃଦ୍ଧି ପାଇବା ଫଳରେ ଭାରତ ସରକାର ଖରିଫ ଋତୁରେ ସାର ସବସିଡି ଆକାରରେ ଅତିରିକ୍ତ ୧୪,୭୭୫ କୋଟି ଟଙ୍କା ଖର୍ଚ୍ଚ କରିବେ।

ଅକ୍ଷୟ ତୃତୀୟା ଅବସରରେ ପିଏମ-କିଷାନ ଅନ୍ତର୍ଗତ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ୨୦,୬୬୭ କୋଟି ଟଙ୍କା ହସ୍ତାନ୍ତର କରିବା ପରେ ଏହା ହେଉଛି ଚାଷୀଙ୍କ ହିତ ଲାଗି ଉଦ୍ଦିଷ୍ଟ ଦ୍ବିତୀୟ ବୃହତ ନିଷ୍ପତ୍ତି।

ଚାଷୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ବଡ ପଦକ୍ଷେପ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତାହରେ ଦୁଇଥର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କରାଯିବ : ସୁପ୍ରିମକୋର୍ଟ

May 16, 2026

ସାଇବର ଠକଙ୍କ ପାଇଁ ଆସିଗଲା CBI ABHAY, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ 

May 16, 2026

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026
Latest News

ଖଣି ଅଧିକାରୀଙ୍କ ଗାଡି କାଚ ଭାଙ୍ଗିଲେ ମଫିଆ

May 16, 2026

ଘରେ ପଶି ମାଇଁଙ୍କ ଭଉଣୀକୁ ହାଣିଲା ଭଣଜା

May 16, 2026

ତୈଳ ସଙ୍କଟ ମଧ୍ୟରେ, ପେଟ୍ରୋଲ ଉପରେ ଲାଗୁ ହେଲା ଟିକସ

May 16, 2026

ଡିଜେଲ ଅଭାବରୁ ଚିଲିକାରେ ଫସିଲା ୪୦ ଡଙ୍ଗା

May 16, 2026

ସପ୍ତାହରେ ଦୁଇଥର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କରାଯିବ : ସୁପ୍ରିମକୋର୍ଟ

May 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.