Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାତ୍ୟା ପରେ ପୂର୍ବତଟ ରେଳପଥର ପୁନଃଉଦ୍ଧାର କାର୍ଯ୍ୟ, ଟ୍ରେନ ସେବା ହେଲା ସ୍ବାଭାବିକ
ଜାତୀୟ ଖବର

ବାତ୍ୟା ପରେ ପୂର୍ବତଟ ରେଳପଥର ପୁନଃଉଦ୍ଧାର କାର୍ଯ୍ୟ, ଟ୍ରେନ ସେବା ହେଲା ସ୍ବାଭାବିକ

May 27, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାତ୍ୟା ପରେ ପୂର୍ବତଟ ରେଳପଥର ପୁନଃଉଦ୍ଧାର କାର୍ଯ୍ୟ, ଟ୍ରେନ ସେବା ହେଲା ସ୍ବାଭାବିକ

ଭୁବନେଶ୍ବର, ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ପରିବହନ ସହିତ ପୂର୍ବ ତଟ ରେଳପଥ ବାତ୍ୟା ପରେ ପରେ ତୁରନ୍ତ ରେଳ ଚଳାଚଳ ସେବା ପ୍ରାରମ୍ଭ କରିଛି । ଏହା ସହିତ ବାତ୍ୟା ପରବର୍ତ୍ତୀ ମୁହୂର୍ତ୍ତରେ ଯାତ୍ରୀ ପରିବହନ କରୁଥିବା ଟ୍ରେନ୍ ସେବା ଚଳାଚଳକୁ ମଧ୍ୟ ପ୍ରସ୍ତୁତ କରିଛି । ପୂର୍ବ ଯୋଜନା ଅନୁଯାୟୀ ପ୍ରଭାବିତ ଅଞ୍ଚଳ ଉପରେ ବିଭିନ୍ନ ବିଭାଗ ଦ୍ୱାରା ନିୟୋଜିତ ଗ୍ରାଉଣ୍ଡ ଲେଭଲ୍ କର୍ମଚାରୀଙ୍କ ସହିତ ନିରନ୍ତର ସମ୍ପର୍କ ଏବଂ କାର୍ଯ୍ୟକାରୀ ଆଦେଶ ଯୋଗୁଁ ଏହା ସମ୍ଭବପର ହୋଇପାରିଥିଲା।

ଏହା ସହିତ ପୂର୍ବ ବାତ୍ୟା ଗୁଡିକର ଅଭିଜ୍ଞତା ଏବଂ ପୂର୍ବ-ଯୋଜନା ପୂର୍ବତଟ ରେଳପଥକୁ ସଂରକ୍ଷା, ସତର୍କତା ପ୍ରତି ଧ୍ୟାନ ଦେଇ ଶୀଘ୍ର ପୁନରୁଦ୍ଧାର କାର୍ଯ୍ୟ ପାଇଁ ସାହାଯ୍ୟ କରିଥିଲା ​​। ସମ୍ବେଦନଶୀଳ ଅଞ୍ଚଳରେ ଟ୍ରାକ ଏବଂ ବ୍ରିଜଗୁଡିକର ପାଟ୍ରୋଲିଂ ଏବଂ ତା’ପରେ ପୁନରୁଦ୍ଧାର ପାଇଁ ବାତ୍ୟା ପୂର୍ବର ତର୍ଜମା ବୈଠକ ରେ ସଠିକ ଯୋଜନା ଦ୍ୱାରା ଟ୍ରେନ୍ ଚଳାଚଳ ସେବାଗୁଡିକର ଶୀଘ୍ର ପୁନରୁଦ୍ଧାର ପାଇଁ ପୂର୍ବତଟ ରେଳପଥକୁ ସାହାଯ୍ୟ କରିଛି ।

ଟ୍ରେନ୍ ଚଲାଇବା ପାଇଁ ଯେପରି କୌଣସି କୌଣସି ବିପଦ ନରହିବ, ସେଥିପାଇଁ ଶୀଘ୍ର ଟ୍ରାକର ପୁନରୁଦ୍ଧାର, ସିଗନାଲ୍ ସିଷ୍ଟମ୍ ଏବଂ ବିଦ୍ୟୁତିକରଣ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରି ଶୀଘ୍ର ଟ୍ରେନ ଚଳାଚଳ କରାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା।

ବାତ୍ୟା ସମୟରେ ବିଦ୍ୟୁତ୍ ବିଫଳତାକୁ ଦୃଷ୍ଟିରେ ରଖି ଡିଜେଲ୍ ଲୋକୋମୋଟିଭ୍ ବ୍ୟବହାର ପାଇଁ ବିଭିନ୍ନ ସ୍ତନରେ ରଖାଯାଇଥିଲା। ଉପକୂଳବର୍ତ୍ତୀ ଅଞ୍ଚଳରେ ରେଡ୍ ଆଲର୍ଟ ଦିଆଯାଇଥିବାରୁ ଭୁବନେଶ୍ୱର-ଖଡଗପୁର ରେଳ ସେକ୍ସନର ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ଥିବା ସମସ୍ତ ଷ୍ଟେସନରେ ପୂର୍ବତଟ ରେଳପଥ ପକ୍ଷରୁ ନଜର ରଖାଯାଇଥିଲା ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ପୂର୍ବରୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ରେଳ ଟ୍ରାକ୍ ନିକଟରେ ବନ୍ୟା ପରିସ୍ଥିତି ଭଳି କୌଣସି ଘଟଣା ପ୍ରତି ସତର୍କ ରହିବାକୁ ଏବଂ ଟ୍ରେନର ନିରାପତ୍ତା ତଥା ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସେହି ଅନୁଯାୟୀ ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲା ଏବଂ ବର୍ଷା ଜଳର ମୁକ୍ତ ପ୍ରବାହକୁ ନିଶ୍ଚିତ କରିବା ପାଇଁ କ୍ୟାଚ୍ ୱାଟର ଡ୍ରେନ୍ ଏବଂ ପାର୍ଶ୍ୱ ଡ୍ରେନ୍ ଗୁଡିକ ସିଲ୍ଟ, ଉଦ୍ଭିଦ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକରୁ ସଫା କରାଯାଇଥିଲା। ଏହା ବ୍ୟତୀତ ସେତୁଗୁଡିକ ନିକଟରୁ ଜଳ ନିଷ୍କାସନ ଓ ଅନ୍ୟାନ୍ୟ ପ୍ରତିବନ୍ଧକରୁ ମୁକ୍ତ କରାଯିବାପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

୧୫ ଲକ୍ଷ ଲାଞ୍ଚ ନେଉଥିବା ବେଳେ ନିର୍ଦ୍ଦେଶକଙ୍କ ପୁଅଙ୍କ ସମେତ ରେଳ ଇଞ୍ଜିନିୟର ଗିରଫ

August 16, 2026

ଟ୍ରକ-ଟ୍ରଲର ମୁହାଁମୁହିଁ ଧକ୍କା: ଦୁଇ ଚାଳକ ଗୁରୁତର, ୧୨ଘଣ୍ଟା ରାସ୍ତା ଜାମ

August 16, 2026

ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

August 16, 2026

୧ କୋଟି ପାଇଁ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ପ୍ରସ୍ତାବ: ଗିରଫ ହେଲେ ୪ ଅଭିଯୁକ୍ତ

August 16, 2026
Latest News

୧୫ ଲକ୍ଷ ଲାଞ୍ଚ ନେଉଥିବା ବେଳେ ନିର୍ଦ୍ଦେଶକଙ୍କ ପୁଅଙ୍କ ସମେତ ରେଳ ଇଞ୍ଜିନିୟର ଗିରଫ

August 16, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଟ୍ରକ-ଟ୍ରଲର ମୁହାଁମୁହିଁ ଧକ୍କା: ଦୁଇ ଚାଳକ ଗୁରୁତର, ୧୨ଘଣ୍ଟା ରାସ୍ତା ଜାମ

August 16, 2026

ରୁଷ ବିରୁଦ୍ଧରେ ବଡ଼ ବିମାନ ଆକ୍ରମଣ କଲା ୟୁକ୍ରେନ: ଧୂଆଁ ଧୂଆଁ ହେଲା ଆକାଶ

August 16, 2026

ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

August 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.