Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାତ୍ୟା କ୍ଷତିଗସ୍ତ ଲୋକଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ, ପ୍ରଦେଶ କଂଗ୍ରେସ
ବିଶେଷ ଖବର

ବାତ୍ୟା କ୍ଷତିଗସ୍ତ ଲୋକଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ, ପ୍ରଦେଶ କଂଗ୍ରେସ

June 1, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବାତ୍ୟା କ୍ଷତିଗସ୍ତ ଲୋକଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ, ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ପିସିସି ‘ୟାସ’ ଟାସ୍କ ଫୋର୍ସ କମିଟି ଅଧ୍ୟକ୍ଷ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଭଦ୍ରକ, ବାଲେଶ୍ୱର ଜିଲ୍ଲାର ୟାସ କ୍ଷତିଗ୍ରସ୍ତ ଅଂଚଳ ଗସ୍ତକରି ଏହି ଉପଲକ୍ଷେ ରାଜ୍ୟ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ।

ଏଥିରେ ସେମାନେ ଅଭିଯୋଗ କରିଛନ୍ତି ଯେ, ୟାସ ବାତ୍ୟାର ପୂର୍ବାନୁମାନ ପ୍ରାୟ ମେ ମାସ ୨୦ ତାରିଖ ରୁ ଜଣା ପଡ଼ିଥିଲା। ହେଲ ରାଜ୍ୟ ସରକାରଙ୍କ ଖାମଖିଆଲି ମନୋଭାବ ଓ ପ୍ରାକ୍ ପ୍ରସ୍ତୁତିରେ ବ୍ୟାପକ ଅବହେଳା ଯୋଗୁଁ ଲକ୍ଷ ଲକ୍ଷ ଲୋକ ଆଜି ଗୁରୁତର ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମହାଶୟ ଆକାଶମାର୍ଗରୁ ୟାସ କ୍ଷତିଗ୍ରସ୍ତ ଜିଲ୍ଲା ପରିଦର୍ଶନ କରିଥିଲେ ବି କ୍ଷତିଗ୍ରସ୍ତ ଲୋକଙ୍କ ନିକଟରେ ସରକାର ପଂହଚି ନ ପାରିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ।

ସରକାରୀ କର୍ମଚାରୀମାନେ ଶାସକ ଦଳର କର୍ମୀ ଓ ଜନପ୍ରତିନିଧିଙ୍କ ହାତବାରିସି ସାଜି ରିଲିଫ ସାମଗ୍ରୀ ଦଳୟୀ ପ୍ରିୟାପ୍ରତି ଆଧାରରେ ବଂଟନ କରିବା ଅତ୍ୟନ୍ତ ଦୁଃଖଦାୟକ ଅଟେ। ଦୁଇ ଜିଲ୍ଲାର ହଜାର ହଜାର ହେକ୍ଟର ଜମିରେ ଲୁଣାପାଣି ପ୍ରବେଶ କରି ଲୋକମାନଙ୍କର ମୀନ, ପାନ ଓ ଧାନକ୍ଷେତକୁ ସଂପୂର୍ଣ୍ଣ ନଷ୍ଟ କରିଦେଇଥିବା ବେଳେ ରାଜ୍ୟ ସରକାର ମାତ୍ର ୧୫୧ ହେକ୍ଟର ଲୁଣା ପାଣିରେ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ତଥ୍ୟ କେନ୍ଦ୍ରକୁ ପ୍ରଦାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମାଝୀ କ୍ଷୋଭ ପକାଶ କରିଛନ୍ତି ।

ପ୍ରାୟ ୫୦୦ ରୁ ୭୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ଚାଷୀମାନେ କ୍ଷତିଗସ୍ତ ହୋଇଥିବା ବେଳେ ଧାନ, ପନିପରିବା ଓ ପାନଚାଷୀଙ୍କର ପ୍ରାୟ ୧୦୦ କୋଟି ଟଙ୍କା ପ୍ରାୟ କ୍ଷତି ହୋଇଥିବା ରାଜ୍ୟ କଂଗ୍ରେସ ଟାସ୍କଫୋର୍ସ କମିଟି ଆକଳନ କରିଛି । କ୍ଷତିଗ୍ରସ୍ତ ଚିଙ୍ଗୁଡି ଚାଷୀ, ପାନଚାଷୀ, ପନିପରିବା ଚାଷୀ, ଧାନଚାଷୀଙ୍କ ଲାଗି ରାଜ୍ୟ ସରକାର ଅବିଳମ୍ବେ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ପିସିସି କାର୍ଯ୍ୟକାରୀ ସଭାପତି ମାଝୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଜୀବନର ସୁରକ୍ଷା ଲାଗି ଲୋକେ ନିଜେ ନିଜେ ବାତ୍ୟା ଆଶ୍ରୟସ୍ଥଳୀ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ କୋଠଘରେ ଆଶ୍ରୟ ନେଇଥିବା ବେଳେ ସରକାର କିପରି ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ମିଥ୍ୟା ଡିଣ୍ଡିମ ପିଟି ଓ ଏ ବାବଦରେ ଅର୍ଥ ହଡ଼ପ କରିବାର ଅପୂର୍ବ ସୁଯୋଗରେ ସରକାରୀ କର୍ମଚାରୀ ଓ ଅଫିସରଙ୍କୁ ଲିପ୍ତ ରହିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମାଝି ଦର୍ଶାଇଛନ୍ତି ।

୧୨୮ଟି ଗ୍ରାମ ପାଣି ଘେରରେ ରହିଥିବାର ସରକାର ତଥ୍ୟ ଦର୍ଶାଇଥିବା ବେଳେ ଉକ୍ତ ଅଂଚଳରେ ଲୋକମାନେ ପାନୀୟ ଜଳ, ଶୁଖିଲା ଖାଦ୍ୟ, ପଲିଥିନ, ରନ୍ଧାଖାଦ୍ୟ ଓ ବିଦ୍ୟୁତ ସେବା ପାଇବାରେ ବହୁ ହଇରାଣ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ୭ଦିନର ରିଲଫ ଘୋଷଣାକୁ ଅନ୍ୟୁନ ୧୫ ଦିନ ଲାଗି ବୃଦ୍ଧି କରିବାକୁ ମାଝୀ ଦୃଢ଼ ଦାବୀ କରିଛନ୍ତି ।

୬ଲକ୍ଷ ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଶ୍ରୟ ନେବା ଘଟଣାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କୁ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ଥାୟୀ ବାସଗୃହ ଯୋଗାଇବାରେ କେତେ ସକ୍ଷମ ଏହା ସ୍ପଷ୍ଟ ଅନୁମେୟ କରାଯାଇପାରେ ? କଂଗ୍ରେସ ସରକାର ଅମଳରେ ସୃଷ୍ଟ ହେନ୍ତାଳ ବନକୁ ସୁରକ୍ଷିତ ରଖିବାରେ ଓ ନୂତନ ହେନ୍ତାଳ ବନ ସୃଷ୍ଟି କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ।

ଭୋଗରାଇର ଉଦୟପୁର ଠାରୁ ଦହମୁଣ୍ଡା, କିର୍ତନିଆ ଠାରୁ ଭୁଷଣ୍ଡେଶ୍ୱରର ଗଣ୍ଡାମୁହଁ (କୁମ୍ଭୀରଗଡ଼ି), ବାଲିଆପାଳର କଙ୍କଡାପାଳଠାରୁ ଚଉମୁଖ ପର୍ଯ୍ୟନ୍ତ, ବାହାନଗା ବ୍ଲକ ତାଳପଦା ମୁହାଣରୁ ଖରାସାହାପୁର, ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ମାଝୀ ଛକରୁ ବାହାବଳପୁର ମୁହାଣ ପର୍ଯ୍ୟନ୍ତ ଉନ୍ନତ ମାନର ପଥର ବନ୍ଧ ନିର୍ମାଣ କରିବାକୁ କଂଗ୍ରେସ ଦଳ ଦୃଢ଼ ଦାବୀ ଉପସ୍ଥାପନ କରୁଅଛି । ସରକାର ଅବିଳମ୍ବେ ଉକ୍ତ ଅଂଚଳରେ ବୈଷୟିକ କମିଟି ପଠାଇ ଏହାର ଅନୁଧ୍ୟାନ କରି ଯୁଦ୍ଧକାଳୀନ ଭାବେ ୬ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ପିସିସି କାର୍ଯ୍ୟକାରୀ ସଭାପତି ମାଝୀ ଦୃଢ଼ ଦାବୀ କରିଛନ୍ତି ।

ପ୍ରଦୀପ ମାଝୀ ବାଲେଶ୍ୱର ଭଦ୍ରକ
Share. Facebook Twitter LinkedIn Email WhatsApp Copy Link

Related Posts

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026

ଏଲପିଜିରୁ ପିଏନଜିକୁ ସଂଯୋଗ ହସ୍ତାନ୍ତର କଲେ ୩୯,୦୦୦ରୁ ଅଧିକ ଗ୍ରାହକ

April 20, 2026

କଟକରେ ସକାଳୁଆ ସ୍କୁଲ

April 19, 2026
Latest News

ପୋଲିସ୍ ହେପାଜତରେ ମୃତ୍ୟୁ: ୨ କର୍ମଚାରୀ ନିଲମ୍ବିତ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ବଢିଲା ଅଶୋଧିତ ତୈଳ ଦର

April 20, 2026

ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ

April 20, 2026

ଆମେରିକାରେ ଭୟଙ୍କର ଗୁଳିକାଣ୍ଡ: ଆଠ ନାବାଳକଙ୍କ ମୃତ୍ୟୁ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.