Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ହେବ ଅଦଳବଦଳ ସହ ସଂପ୍ରସାରଣ, ହେଲେ କାହିଁକି ? ଜାଣନ୍ତୁ ଏହାର 7ଟି କାରଣ
ଜାତୀୟ ଖବର

କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ହେବ ଅଦଳବଦଳ ସହ ସଂପ୍ରସାରଣ, ହେଲେ କାହିଁକି ? ଜାଣନ୍ତୁ ଏହାର 7ଟି କାରଣ

June 12, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ହେବ ଅଦଳବଦଳ ସହ ସଂପ୍ରସାରଣ, ହେଲେ କାହିଁକି ? ଜାଣନ୍ତୁ ଏହି 7ଟି କାରଣ

ନୂଆଦିଲ୍ଲୀ, କେନ୍ଦ୍ରମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ସହିତ ଅଦଳବଦଳ ହେବ ବୋଲି ବର୍ତ୍ତମାନ ଜାତୀୟ ସ୍ତରରେ ବେଶ୍ ଚର୍ଚ୍ଚା ଚାଲିଛି। ତେବେ ଏହି ଚର୍ଚ୍ଚା କିଛି ମାତ୍ରାରେ ସତ ବୋଲି ଅନୁମାନ କରି ହେଉଛି। ସେଗୁଡିକ ମଧ୍ୟରେ ରହିଛି

1-ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ 12ଟି ମନ୍ତ୍ରୀ ପଦଖାଲି ରହିଛି। ଏଥିସହିତ 6 ଜଣ ମନ୍ତ୍ରୀଙ୍କ ହାତରେ ଏକାଧିକ ବିଭାଗ ରହିଛି। ତାହାକୁ ଦୃଷ୍ଟିରେ ରଖିଲେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣର ଆବଶ୍ୟକତା ରହିଛି।

2- ଅନ୍ୟ ଏକ କାରଣ ହେଲା ଆସନ୍ତା ବର୍ଷ ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ହେବ। ସେଗୁଡିକ ହେଲା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁର। ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ସେହି ରାଜ୍ୟର ପ୍ରତିନିଧିତ୍ବକୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବାର ସମ୍ଭାବନା ମଧ୍ୟ ରହିଛି।

3-ପଶ୍ଚିମବଂଗ ନିର୍ବାଚନରେ ବିଜେପିକୁ ଏକ ଧକ୍କା ଲାଗିଛି। ସେହିପରି ଅବସ୍ଥା ଯେପରି ନିର୍ବାଚନ ହେବାକୁ ଥିବା ରାଜ୍ୟରେ ନ ହୁଏ ସେଥିପାଇଁ ମୋଦିସାହାଙ୍କ ଆଗୁଆ ପ୍ରସ୍ତୁତି। ବର୍ତ୍ତମାନଠାରୁ ସେହି ରାଜ୍ୟର ନେତାଙ୍କୁ ପ୍ରାଧାନ୍ୟ ଦେଇ ଦଳକୁ ସୁଦୃଢ କରିବାକୁ ଆଶା ରଖିଛି ବିଜେପି।

4- ଶୁକ୍ରବାର ଦିନ ମୋଦିସାହା ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ତାହା କୁଆଡେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସହିତ ଅଦଳବଦଳ ଆଲୋଚନା ଥିଲା ବୋଲି କୁହାଯାଉଛି।

5-ମୋଦି ସରକାରର ଦ୍ବିତୀୟ ପାଳିର ଦ୍ବିତୀୟ ବର୍ଷ ହୋଇଗଲାଣି। ଏଥିରେ ମନ୍ତ୍ରୀ ହେବା ପାଇଁ ଯେଉଁମାନେ ଆଗଭର ଅଛନ୍ତି ସେମାନଙ୍କୁ ସନ୍ତୁଷ୍ଠୀକରଣର ଅବଶ୍ୟକତା ରହିଛି।

6-ଏଥିସହିତ ମେଣ୍ଟ ସରକାରରେ କେତେକ ଦଳର ପ୍ରତିନିଧିଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇ ନାହିଁ। ମୁଖ୍ୟତଃ ଜେଡିୟୁ ଏବଂ ଉତ୍ତରପ୍ରଦେଶର ଆପନା ଦଳକୁ ସନ୍ତୁଷ୍ଠ କରିବା ପାଇଁ ସେମାନଙ୍କ ସଦସ୍ୟହଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ।

7-ପ୍ରଧାନମନ୍ତ୍ରୀ ସବୁ ବିଭାଗର ମନ୍ତ୍ରୀମାନଙ୍କର ପରୀକ୍ଷା ନେବା ଆରମ୍ଭ କରିଛନ୍ତି। ଏହି ଦୁଇ ବର୍ଷରେ କେଉଁ ବିଭାଗ କିପରି ଦକ୍ଷତା ପ୍ରତିପାଦନ କରିଛନ୍ତି ତାହାର ହିସାବ କରୁଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଯେଉଁମାନଙ୍କର ଭଲ କାର୍ଯ୍ୟଦକ୍ଷତା ନାହିଁ ସେମାନଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯିବ। ଫଳରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ସମ୍ଭାବନା ନିଶ୍ଚିତ ରହିବ।

କେନ୍ଦ୍ର ମନ୍ତ୍ରୀ ମଣ୍ଡଳ କେନ୍ଦ୍ରମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଅଦଳବଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026
Latest News

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026

ନିଲ୍ କାତ୍ୟାଲ୍ କିଏ, ଯାହାଙ୍କ ଯୁକ୍ତି ଆମେରିକାର ସୁପ୍ରିମକୋର୍ଟରେ ଶୁଳ୍କ ପ୍ରସଙ୍ଗରେ ଟ୍ରମ୍ପଙ୍କୁଦେଲା ଝଟକା?

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.