Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜୁଲାଇ ୧୬ ତାରିଖ ଯାଏଁ ଆଂଶିକ ଲକଡାଉନ କଟକଣା: ଜାଣନ୍ତୁ କ’ଣ ରହିଛି ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ
ବିଶେଷ ଖବର

ଜୁଲାଇ ୧୬ ତାରିଖ ଯାଏଁ ଆଂଶିକ ଲକଡାଉନ କଟକଣା: ଜାଣନ୍ତୁ କ’ଣ ରହିଛି ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ

June 30, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ରାଜ୍ୟରେ କରୋନା ଯୋଗୁଁ ଆଂଶିକ ଲକଡାଉନ ଜାରି ରହିଛି। ଆସନ୍ତାକାଲି ଠାରୁ ଏହି ଆଂଶିକ ଲକଡାଉନର କଟକଣା ସମାପ୍ତ ହେଉଛି। ତେବେ କରୋନା ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଆସନ୍ତା ୧୫ ଦିନ ତଥା ଜୁଲାଇ ୧୬ ତାରିଖ ଯାଏଁ ଆଂଶିକ ଲକଡାଉନକୁ ବୃଦ୍ଧି କରିଛନ୍ତି। ଆଜି ପ୍ରେସ ବାର୍ତ୍ତାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ ଘୋଷଣା କରିଛନ୍ତି। ରାଜ୍ୟକୁ ଦୁଇଟି କ୍ୟାଟାଗୋରୀରେ ବିଭକ୍ତ କରାଯାଇଛି। ଗୋଟିଏ ‘ଏ’ କ୍ୟାଟାଗୋରୀ ଏବଂ ଦ୍ଵିତୀୟଟି ‘ବି’ କ୍ୟାଟାଗୋରୀରେ ବିଭକ୍ତ କରାଯାଇଛି। କ୍ୟାଟାଗୋରୀ ‘ଏ’ ଜିଲ୍ଲାରେ ୨୦ ଟି ଜିଲ୍ଲାକୁ ରଖାଯାଇଥିବା ବେଳେ କ୍ୟାଟାଗୋରୀ ‘ବି’ ରେ ୧୦ ଟି ଜିଲ୍ଲାକୁ ରଖାଯାଇଛି।

କ୍ୟାଟାଗୋରୀ ‘ଏ’ ଜିଲ୍ଲା:

ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ।

କଣ ରହିବ ବନ୍ଦ ଓ ଖୋଲା

ସକାଳ ୬ ରୁ ସନ୍ଧ୍ୟା ୬ ଯାଏଁ ଦୋକାନ ବଜାର ଖୋଲା ରହିବ। କେବଳ ସପିଙ୍ଗ ମଲ ଏବଂ ପାର୍ଲର ବ୍ୟତୀତ ଅନ୍ୟ ସବୁ ଦୋକାନ ଖୋଲା ରହିବ। ଏହି ଜିଲ୍ଲାଗୁଡିକରେ ସପ୍ତାହନ୍ତ ସଟଡାଉନକୁ ଉଠାଇଦିଆଯାଇଛି। ହେଲେ ସନ୍ଧ୍ୟା ୬ ଟାରୁ ସକାଳ ୬ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ପବ୍ଲିକ ଟ୍ରାନ୍ସପୋର୍ଟକୁ ଅନୁମତି। ବସରେ ଯେତିକି ସିଟ ଥିବା ସେତିକି ଯାତ୍ରୀଙ୍କୁ ନେଇ ବସ ସେବା ଚାଲିବ। ଫିଲ୍ମ ଶୁଟିଙ୍ଗ ପାଇଁ ଅନୁମତି ମିଳିଛି। ଉଭୟ ଇନଡୋର ଏବଂ ଆଉଟ ଡୋର ଶୁଟିଙ୍ଗ କୁ ଅନୁମତି। ସାପ୍ତାହିକ ହାଟକୁ ଅନୁମତି ମିଳିଛି। ରାଜନୈତିକ ସମାବେଶ, ଧାର୍ମିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦିକୁ ଅନୁମତି ନାହିଁ।

କ୍ୟାଟୋଗରୀ “ବି” ଜିଲ୍ଲା:

ନୟାଗଡ, ପୁରୀ, କଟକ, ଭଦ୍ରକ, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ, କେନ୍ଦ୍ରାପଡା ବାଲେଶ୍ଵର ଏବଂ ଖୋର୍ଦ୍ଧା ଜିଲ୍ଲାକୁ କ୍ୟାଟୋଗରୀ “ବି” ରେ ରଖାଯାଇଛି। ଏହି ଜିଲ୍ଲାଗୁଡିକରେ ୫ ପ୍ରତିଶତରୁ ଅଧିକ ସଂକ୍ରମଣ ରହିଛି।

ତେବେ କ୍ୟାଟୋଗରୀ “ବି” ଜିଲ୍ଲାଗୁଡିକରେ ସକାଳ ୬ ଟାରୁ ଦିନ ୨ ଟା ଯାଏଁ ଦୋକାନ ବଜାର ଖୋଲା ରହିବ। କୋଭିଡ କଟକଣା ମାନି ଦୋକାନ ବଜାର ଖୋଲା ରଖିବାକୁ ନିର୍ଦ୍ଦେଶ ରହିଛି। ଦୋକାନ କର୍ମଚାରୀମାନେ ଗ୍ରାହକଙ୍କୁ କୋଭିଡ ଗାଇଡଲାଇନ ମାନିବାକୁ ପ୍ରବର୍ତ୍ତାଇବେ। ଯେଉଁ ଦୋକାନୀ କୋଭିଡ ଗାଇଡଲାଇନ ଉଲ୍ଲଂଘନ କରିବେ, ସେହି ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଛୋଟ ଛୋଟ ସେଲୁନକୁ ଅନୁମତି ମିଳିଛି। ପାର୍ଲାର, ସ୍ପା, ମଲ ଆଦି ବନ୍ଦ ରହିବ। ଫିଲ୍ମ ଶୁଟିଙ୍ଗ ପାଇଁ ଅନୁମତି ମିଳିଛି। ହେଲେ କେବଳ ଆଉଟ ଡୋର ଶୁଟିଙ୍ଗକୁ ଅନୁମତି ମିଳିଛି।

ସାପ୍ତାହିକ ହାଟକୁ ଅନୁମତି ନାହିଁ। ରାଜନୈତିକ ସମାବେଶ, ଧାର୍ମିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦିକୁ ଅନୁମତି ନାହିଁ। ଏହି ଜିଲ୍ଲା ଗୁଡିକରେ ସପ୍ତାହନ୍ତ ସଟଡାଉନ ବଳବତ୍ତର ରହିବ। ଏଠାରେ ପବ୍ଲିକ ଟ୍ରାନ୍ସପୋର୍ଟକୁ ଅନୁମତି ନାହିଁ। ଖାଦ୍ୟ ଦୋକାନରେ ବସିକି ଖାଇବା ପାଇଁ ଅନୁମତି ନାହିଁ। ସନ୍ଧ୍ୟା ୬ ଟାରୁ ସକାଳ ୬ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ।

ଆଂଶିକ ଲକଡାଉନ ଓଡିଶା ସରକାର କରୋନା ନୂଆ ଗାଇଡଲାଇନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଭିଜିଲାନ୍ସ ଫରେଷ୍ଟ ୱିଙ୍ଗର ଚଢ଼ାଉ: ଚିତାବାଘ ଛାଲ ଜବତ, ଜଣେ ଗିରଫ

September 22, 2026

ପ୍ରବଳ ବର୍ଷା ଯୋଗୁଁ ପୁରୀ ବେଳାଭୂମିରେ ଲାଗିଲା ରେଡଫ୍ଲାଗ୍‌

September 22, 2026

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ହଟ୍ଟଗୋଳ

September 22, 2026

ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଦଳ, ଭରତ ପାଇଁ ଜିତିଲା ପ୍ରଥମ ସ୍ୱର୍ଣ୍ଣ

September 22, 2026
Latest News

ଭିଜିଲାନ୍ସ ଫରେଷ୍ଟ ୱିଙ୍ଗର ଚଢ଼ାଉ: ଚିତାବାଘ ଛାଲ ଜବତ, ଜଣେ ଗିରଫ

September 22, 2026

ପ୍ରବଳ ବର୍ଷା ଯୋଗୁଁ ପୁରୀ ବେଳାଭୂମିରେ ଲାଗିଲା ରେଡଫ୍ଲାଗ୍‌

September 22, 2026

ଅଳ୍ପକେ ପରାଜୟରୁ ବଞ୍ଚିଲା ଭାରତ: ଶେଷ ଓଭରରେ ଜାପାନ ଠାରୁ ଜିତିଲା ଟିମ୍ ଇଣ୍ଡିଆ

September 22, 2026

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ହଟ୍ଟଗୋଳ

September 22, 2026

ବିହାର: ଭୂମିହୀନ ପରିବାର ପାଇଁ ଜମି, ଆଜିଠାରୁ ପଞ୍ଚାୟତରେ ସ୍ୱତନ୍ତ୍ର ଶିବିର

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.