Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଧର୍ମେନ୍ଦ୍ର ବନାମ ବୈଜୟନ୍ତ: ଆସାମ ବେଳେ ତମେ ସ୍ବାଗତ କରି ନ ଥିଲ, ଏବେ ମୁଁ କାହିକି ଶୁଭେଚ୍ଛା କରିବି !
ଜାତୀୟ ଖବର

ଧର୍ମେନ୍ଦ୍ର ବନାମ ବୈଜୟନ୍ତ: ଆସାମ ବେଳେ ତମେ ସ୍ବାଗତ କରି ନ ଥିଲ, ଏବେ ମୁଁ କାହିକି ଶୁଭେଚ୍ଛା କରିବି !

July 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଧର୍ମେନ୍ଦ୍ର ବନାମ ବୈଜୟନ୍ତ: ଆସାମ ବେଳେ ତମେ ସ୍ବାଗତ କରି ନ ଥିଲ, ଏବେ ମୁଁ କାହିକି ଶୁଭେଚ୍ଛା କରିବି !

ଭୁବନେଶ୍ବର, ନିକଟରେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣକୁ ନେଇ ଓଡିଶାର ବିଭିନ୍ନ ମହଲରେ ଖୁସି ପ୍ରକଟ କରାଯାଉଛି। କାରଣ ଏଥର ଓଡିଶାର ତିନିଜଣ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା, ଅଶ୍ବିନୀଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିବା ଅନ୍ୟତମ କାରଣ। ସେଥିପାଇଁ ଦଳମତ ନିର୍ବିଶେଷରେ ଏହି ତିନିଜଣଙ୍କୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଉଛି। ହେଲେ ଆଶ୍ଚର୍ଯ୍ୟର କଥା ଟୁଇଟରେ ସବୁବେଳେ ସକ୍ରିୟ ଥିବା ବୈଜୟନ୍ତ ପଣ୍ଡା କାହାକୁ ବି ସ୍ବାଗତ କରି ନାହାଁନ୍ତି। ନା ଧର୍ମେନ୍ଦ୍ର, ନା ଅଶ୍ବିନୀ କିମ୍ବା ନା ବିଶେଶ୍ବର।

ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଓଡିଶାର ଏହି ତିନି ଜଣ ମନ୍ତ୍ରୀଙ୍କୁ ଖୋଦ ମୁଖ୍ୟମନ୍ତ୍ରୀ ସହିତ ବିଜେଡିର କେତେକ ନେତା ମଧ୍ୟ ସ୍ବାଗତ କରିଛନ୍ତି। ବିଜେପି ଦଳର ପ୍ରାୟ ସମସ୍ତ ନେତା ମଧ୍ୟ ଏହି ତିନିଜଣଙ୍କୁ ସ୍ବାଗତ କରିଛନ୍ତି। ହେଲେ ବୈଜୟନ୍ତ ପଣ୍ଡା ପୁରା ନିରବକୁ ନେଇ ଦଳ ଭିତରେ ଚାଲିଛି ଆଲୋଚନା।

ରାଜ୍ୟ ବିଜେପିର ଜଣେ ଟାଣୁଆ ନେତାଙ୍କ କହିବା କଥା ଯେ, ବୈଜୟନ୍ତ ଏଥର କୁଆାଡେ ମନ୍ତ୍ରୀ ହେବେ ବୋଲି ବେଶ୍ ଚେଷ୍ଠା କରିଥିଲେ। ଏପରିକି ବହୁ ଜାତୀୟ ଟିଭି ଚ୍ୟାନେଲରେ ସେ ମନ୍ତ୍ରୀ ହେଉଛନ୍ତି ବୋଲି ପ୍ରଚାର ମଧ୍ୟ କରାଇଥିଲେ। ସେତେବେଳେ କେତେକ ଚ୍ୟାନେଲ ଏପରି ପ୍ରଚାର କଲେ ଯେ, ଲାଗିଲା ବୈଜୟନ୍ତ ମନ୍ତ୍ରୀ ହୋଇସାରିଛନ୍ତି।  ହେଲେ ମୋଦି ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କଲେ ନାହିଁ। ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ଅଶ୍ବିନୀ ବୈଷ୍ଣବ ଏବଂ ବିଶେଶ୍ବର ଟୁଡୁଙ୍କୁ ମନ୍ତ୍ରୀ ମଣ୍ଡଳରେ ନିଆଗଲା।

ଏହାକୁ ନେଇ ବୈଜୟନ୍ତ କୁଆଡେ ଭାରି ଖପ୍ପା। ତାଙ୍କୁ ନ ନେଲେ ନାହିଁ, ଧର୍ମେନ୍ଦ୍ରଙ୍କୁ ପୁଣି ମନ୍ତ୍ରୀ ମଣ୍ଡଳରେ ସାମିଲ କରିବାକୁ ନେଇ ତାଙ୍କୁ ଆହୁରି ବାଧିଛି। ସେଥିପାଇଁ ଧର୍ମେନ୍ଦ୍ରଙ୍କ ପାଇଁ ବୈଜୟନ୍ତ କାହାକୁ ହେଲେ ଶୁଭେଚ୍ଛା ଜଣାଇଲେ ନାହିଁ। ନୂଆ ମନ୍ତ୍ରୀମଣ୍ଡଳ ଦିନ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକରେ ବୈଜୟନ୍ତ ଟୁଇଟରରେ ଶୋକ ପ୍ରକାଶ କରିଛନ୍ତି। ହେଲେ ସଂଧ୍ୟାରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ନେଇ ସେ ଚୁପ ରହିଛନ୍ତି।

ତେବେ ଧର୍ମେନ୍ଦ୍ରଙ୍କୁ ବୈଜୟନ୍ତ ସ୍ବାଗତ ନ କରିବାର ପଛରେ ଆଉ ଏକ କାରଣ ମଧ୍ୟ ରହିଛି ବୋଲି କୁହାଯାଉଛି। ତାହା ହେଲା ଆସାମ ନିର୍ବାଚନରେ ବିଜେପିର ସଫଳତା ନେଇ  ଧର୍ମେନ୍ଦ୍ର ପ୍ରଧାନ ସେତେବେଳେ ମୋଦିସାହାଙ୍କଠାରୁ ଆରମ୍ଭ କରି ଆସାମର ତଳ ସ୍ତର ନେତାଙ୍କୁ ଧନ୍ୟବାଦ ଦେଲେ। ହେଲେ ଆସାମ ପ୍ରଭାରୀ ବୈଜୟନ୍ତ ନାମ ସେଥିରେ ନ ଥିଲା। ସେଥିପାଇଁ ବିଜେପି ଭିତରେ କୁହାକୁହି ହେଉଛନ୍ତି ଯେ, ‘ଆସାମ ନିର୍ବାଚନରେ ମୋତେ ଧନ୍ୟବାଦ ଦେଇ ନ ଥିଲ, ତମେ ମନ୍ତ୍ରୀ ହେଲେ ମୁଁ କାହିଁକି ଶୁଭେଚ୍ଛା ଜଣାଇବି।’

ଅଶ୍ବିନୀ ବୈଷ୍ଣବ ଧର୍ମେନ୍ଦ୍ର ପ୍ରଧାନ ବିଶେଶ୍ବର ଟୁଡୁ ବୈଜୟନ୍ତ ପଣ୍ଡା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026
Latest News

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

ଇଣ୍ଟରନେଟ୍ ସ୍ଲୋ ହେଲେ ବି ଚିନ୍ତା ନାହିଁ!: ଆସିଲା UPI Tap & Pay

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.