Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରମିଳାଙ୍କୁ ହେଲିକାପ୍ଟରରେ ବସାଇ ପ୍ରଚାର କଲେ ନବୀନ, ମାଟିରୁ ଆକାଶରେ ଉଡିବାର ସୁଯୋଗ ପାଇଲେ ପ୍ରମିଳା
ବିଶେଷ ଖବର

ପ୍ରମିଳାଙ୍କୁ ହେଲିକାପ୍ଟରରେ ବସାଇ ପ୍ରଚାର କଲେ ନବୀନ, ମାଟିରୁ ଆକାଶରେ ଉଡିବାର ସୁଯୋଗ ପାଇଲେ ପ୍ରମିଳା

April 13, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
pramila and naveen's together campaigning
pramila and naveen's together campaigning

ମୁଁ ଆକାଶରେ ହେଲିକାପ୍ଟର ଉଡିଥିବାର ଦେଖିଛି, ହେଲେ କେବେ ବସିବାର ସୁଯୋଗ ପାଇ ନ ଥିଲି। ଏପରିକି କେବେ ହେଲିକାପ୍ଟରରେ ବସିବି ସେ ସ୍ବପ୍ନ ମଧ୍ୟ ଦେଖି ନ ଥିଲି। ଏହାଥିଲା ଆସ୍କା ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଥିବା ମିଶନ ଶକ୍ତି ମହିଳା ପ୍ରମିଳା ବିଶୋଇଙ୍କ ଖୁସିର ବକ୍ତବ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଚାର କରୁଥିବା ବେଳେ ନିଜ ହେଲିକାପ୍ଟରରେ ପ୍ରମିଳାଙ୍କୁ ସାଥୀରେ ନେଇଥିଲେ। କେହି ବି କେବେ ସ୍ବପ୍ନରେ ଭାବି ନ ଥିବ ଯେ, ବହୁ ତଳୁ ଆସିଥିବ ମହିଳା ହଠାତ୍ ଆକାଶରେ ଉଡିବ ଏବଂ ସାରା ରାଜ୍ୟ ପାଇଁ ପାଲଟିଯିବ ଏକ ଷ୍ଟାର। ଖୋଦ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟରରେ ବସି ଯିବାର ସୁଯୋଗ ସବୁ ନେତାଙ୍କ ଭାଗ୍ୟରେ ଆସି ନ ଥାଏ। ବର୍ତ୍ତମାନ ମଧ୍ୟ ଅନେକ ନେତା ଅଛନ୍ତି ଯେଉଁମାନେ କେବେ ବି ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟରରେ ସାଙ୍ଗରେ ବସି ଯାଇ ନ ଥିବେ। ହେଲେ ପ୍ରମିଳାଙ୍କ ଭାଗ୍ୟ ସାଥ୍ ଦେଇଛି।

କହିବାକୁ ଗଲେ ବିଜେଡି ପ୍ରମିଳାଙ୍କୁ କେବଳ ପ୍ରାର୍ଥୀ କରି ନାହିଁ ବଂର ପ୍ରଚାର ମୈଦାନରେ ତାଙ୍କୁ ଷ୍ଟାର ପ୍ରଚାରକର ମାନ୍ୟତା ମଧ୍ୟ ଦେଇଛନ୍ତି ନବୀନ ପଟ୍ଟନାୟକ। ତାଙ୍କୁ ହେଲିକାପ୍ଟରରେ ନେଇ ପ୍ରଚାର କରିବା ସଂପର୍କରେ ଖୋଦ ମୁଖ୍ୟମନ୍ତ୍ରୀ ନିଜ ଟ୍ଵିଟରରେ ମଧ୍ୟ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିଜ ନିଷ୍ଠାପର କାର୍ଯ୍ୟ ପାଇଁ ତୃଣମୂଳ ସ୍ତରର ନେତା ସାଜିଥିବା ପ୍ରମିଳା ବିଶୋଇଙ୍କ ସହିତ ଏକାଠି ଯାତ୍ରା କରି ଖୁସି। ସେ ମିଶନ ଶକ୍ତି ନାରୀଙ୍କ ପ୍ରତୀକ। ମୁଁ ମୋ ରାଜନୀତି ଜୀବନ ଆରମ୍ଭ କରିଥିବା ଆସ୍କାରୁ ତାଙ୍କୁ ଲୋକସଭାରେ ଦେଖିବା ନେଇ ମୁଁ ଉତ୍ସାହିତ। ଏହା ହେବ ଲକ୍ଷଲକ୍ଷ ସଶକ୍ତ ମହିଳାଙ୍କ ପାଇଁ ବାସ୍ତବ ସମ୍ମାନ।

ମୁଖ୍ୟମନ୍ତ୍ରୀ ନିଜେ ଖୁସି ପ୍ରକଟ କରି ଟ୍ୟୁଇଟ କରିବା ନିଶ୍ଚିତ ଭାବେ ଓଡିଶାର ଲକ୍ଷ ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ଉତ୍ସାହିତ କରିବ ଏଥିରେ ସନ୍ଦେହ ନାହିଁ। ମହିଳାଙ୍କୁ ସଶକ୍ତ କରିବା ଏବଂ ଲୋକସଭାରେ 33 ପ୍ରତିଶତ ସ୍ଥାନ ସଂରକ୍ଷଣ ଘୋଷଣା କରି ତାହାକୁ କାର୍ଯ୍ୟକାରୀ ମଧ୍ୟ କରିଛନ୍ତି ନବୀନ। ଆଉ ତାହାର ବଡ ଉଦାହରଣ ପାଲଟିଛନ୍ତି ପ୍ରମିଳା ବିଶୋଇ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ମହାକାଶ ଦିବସ, ଓଡିଶାରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ ଅଛି ବୋଲି କହିଲେ ମନ୍ତ୍ରୀ

August 24, 2026

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ସାମିଲ ହେଲେ ୧୦ଜଣ ମନ୍ତ୍ରୀ,୯୫ ପ୍ରତିଶତ ସମାଧାନ

August 24, 2026

ଏମଏମଡିଆର ବିଲକୁ ପ୍ରତ୍ୟାହାର ଦାବିରେ ଇଣ୍ଡିଆମେଣ୍ଟ ତରଫରୁ ମଶାଲ ଯାତ୍ରା

August 24, 2026

‘୧୦ ବର୍ଷ ପଛକୁ ଚାଲିଯିବ ତାମିଲନାଡୁ’: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆନ୍ନାମଲାଇଙ୍କ ଚେତାବନୀ

August 24, 2026
Latest News

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026

ଓଡ଼ିଶା ଲୋକାୟୁକ୍ତ ଚୟନ କମିଟିର ସଦସ୍ୟ ହେଲେ ପୂର୍ବତନ CJI ଜଷ୍ଟିସ୍‌ ଗୋପାଳ ବଲ୍ଲଭ ପଟ୍ଟନାୟକ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.