Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଟିକାକରଣରେ ଲିଙ୍ଗଗତ ପ୍ରଭେଦକୁ ବନ୍ଦ ପାଇଁ ରାଜ୍ୟଗୁଡିକୁ ଚିଠି ଲେଖିଲେ ରାଷ୍ଟ୍ରୀୟ ମହିଳା ଆୟୋଗ
ଜାତୀୟ ଖବର

ଟିକାକରଣରେ ଲିଙ୍ଗଗତ ପ୍ରଭେଦକୁ ବନ୍ଦ ପାଇଁ ରାଜ୍ୟଗୁଡିକୁ ଚିଠି ଲେଖିଲେ ରାଷ୍ଟ୍ରୀୟ ମହିଳା ଆୟୋଗ

August 14, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଟିକାକରଣରେ ଲିଙ୍ଗଗତ ପ୍ରଭେଦକୁ ବନ୍ଦ ପାଇଁ ରାଜ୍ୟଗୁଡିକୁ ଚିଠି ଲେଖିଲେ ରାଷ୍ଟ୍ରୀୟ ମହିଳା ଆୟୋଗ

ନୂଆଦିଲ୍ଲୀ, ରାଷ୍ଟ୍ରୀୟ ମହିଳା ଆୟୋଗ ଏକ ଗଣମାଧ୍ୟମ ରିପୋର୍ଟ ଆଧାରରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ପତ୍ର ଲେଖି କହିଛନ୍ତି ଯେ ଏହି ରିପୋର୍ଟ ଅନୁଯାୟୀ ମହିଳାମାନଙ୍କ କ୍ଷେତ୍ରରେ କୋଭିଡ୍-୧୯ର ଟିକାକରଣ କମ୍ ପରିଲକ୍ଷିତ ହୋଇଛି। ଏଭଳି ସ୍ଥିତିରେ ଆୟୋଗ ଅନୁରୋଧ କରିଛନ୍ତି ଯେ ସେମାନେ ଏଭଳି ପଦକ୍ଷେପ ନିଅନ୍ତୁ ଯଦ୍ଦ୍ୱାରା ଏହି ଲିଙ୍ଗଗତ ପ୍ରଭେଦକୁ ସମାପ୍ତ କରାଯାଇପାରିବ ଏବଂ ମହିଳାମାନେ ମଧ୍ୟ ଟିକାକରଣ ଅଭିଯାନରେ ପଛରେ ରହିବେ ନାହିଁ ।

ଟିକାକରଣକୁ ନେଇ ଉଭୟ ଲିଙ୍ଗ ମଧ୍ୟରେ ଥିବା ପ୍ରଭେଦ ଆୟୋଗଙ୍କ ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ ଅଟେ ଏବଂ ଏଥିପାଇଁ ଅଧ୍ୟକ୍ଷ ସୁଶ୍ରୀ ରେଖା ଶର୍ମା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଟିକାକରଣ କେନ୍ଦ୍ରଗୁଡ଼ିକୁ ଆସୁଥିବା ମହିଳାଙ୍କ ଅନୁପାତ ବୃଦ୍ଧି କରିବା ସକାଶେ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏହାଦ୍ୱାରା ଏହି ପ୍ରଭେଦକୁ ଠିକ୍ କରାଯାଇପାରିବ ।

ପତ୍ରରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ସାର୍ବଜନିନ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଯଦ୍ଦ୍ୱାରା ପ୍ରାଥମିକତା ଭିତ୍ତିରେ ଅଧିକରୁ ଅଧିକ ମହିଳାମାନଙ୍କ ଟିକାକରଣ କରାଯାଇପାରିବ । ପତ୍ରର ଏକ କିତା ନକଲ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ସଚିବମାନଙ୍କୁ ମଧ୍ୟ ପଠାଯାଇଛି । ଏହି ମିଡିଆ ରିପୋର୍ଟ ଏହି ବିଷୟ ପ୍ରତି ଧ୍ୟାନ ଆକର୍ଷଣ କରିଥିଲା ଯେ, ଟିକାକରଣରେ ବର୍ତ୍ତମାନ ଅପେକ୍ଷାକୃତ କମ୍ ବୟସ୍କା ମହିଳାମାନଙ୍କ ତୁଳନାରେ ବୟସ୍କା ମହିଳାମାନଙ୍କ କ୍ଷେତ୍ରରେ ଲିଙ୍ଗଗତ ପ୍ରଭେଦ ଅଧିକ ରହିଛି। ଏହା ହେଉଛି ସମାଜରେ ଲିଙ୍ଗଗତ ପକ୍ଷପାତିତାର ପ୍ରତିଫଳନ ଯଦ୍ୱାରା ମହିଳାମାନଙ୍କୁ ଅବହେଳା କରାଯାଉଛି। ଏହାର ଆଉ ଏକ କାରଣ ହେଉଛି ଯେ ଉଭୟ ଲିଙ୍ଗ ପାଇଁ ସମ୍ବଳ ଓ ପ୍ରଯୁକ୍ତିର ପହଞ୍ଚ ଅସମାନ।

ତାଙ୍କ ପତ୍ରରେ ରାଷ୍ଟ୍ରୀୟ ମହିଳା ଆୟୋଗ ଉଲ୍ଲେଖ କରିଛନ୍ତି ଯେ, ଅନେକ ପରିବାରରେ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ପ୍ରତି କମ୍ ଗୁରୁତ୍ୱ ଦିଆଯାଇଥାଏ । ଯଦି ସେ ଘରୁ ବାହାରେ କୌଣସି କାର‌୍ୟ୍ୟ କରୁନଥାନ୍ତି ତାହାହେଲେ ଟିକାକରଣରେ ତାଙ୍କୁ ଅତ୍ୟନ୍ତ ଅଳ୍ପ ଗୁରୁତ୍ୱ ଦିଆଯାଇଥାଏ । ଅବଶ୍ୟ ପ୍ରାଥମିକସ୍ତରରେ ପରିବାରର କୌଣସି ରୁଗ୍ଣ ସଦସ୍ୟଙ୍କ ଯତ୍ନ ନେବା ସମୟରେ ମହିଳାମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଥାଏ ।

ରାଷ୍ଟ୍ରୀୟ ମହିଳା ଆୟୋଗ କହିଛନ୍ତି ଯେ, କେନ୍ଦ୍ର ସରକାର ଟିକାକରଣର କୁପ୍ରଭାବ ସମ୍ପର୍କରେ ମିଥ୍ୟା ସୂଚନା ଏବଂ ଅପପ୍ରଚାର ଦୂର କରିବା ସକାଶେ ନିୟମିତ ଅଭିଯାନ ଜାରି ରଖିଛନ୍ତି । ଏହା ସହିତ ଦେଶର ପ୍ରତ୍ୟେକ କୋଣ-ଅନୁକୋଣ ପର‌୍ୟ୍ୟନ୍ତ ପହଞ୍ଚିବା ପାଇଁ ସଘନ ଟିକାକରଣ ଅଭିଯାନ ମଧ୍ୟ ଚଳାଉଛନ୍ତି । ରାଜ୍ୟ ସରକାରଗୁଡ଼ିକୁ ମଧ୍ୟ ଏହିଭଳି ଅଭିଯାନ ଜାରି ରଖିବା ଉଚିତ୍ । ଯଦ୍ଦ୍ୱାରା ଏହା ସୁନିଶ୍ଚିତ ହୋଇପାରିବ ଯେ ଭାରତର ଦୂରବର୍ତ୍ତୀ ଅଞ୍ଚଳଗୁଡ଼ିକରେ ମଧ୍ୟ ସଠିକ୍ ସୂଚନା ପହଞ୍ଚିପାରୁଛି।

ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ମହିଳମାନଙ୍କ ସ୍ୱାର୍ଥ ରକ୍ଷା ଏବଂ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଷ୍ଟ୍ରୀୟ ମହିଳା ଆୟୋଗ ହେଉଛି ରାଷ୍ଟ୍ରୀୟ ସ୍ତରରେ ସର୍ବୋଚ୍ଚ ସଂଗଠନ ।

ଜାତୀୟ ମହିଳା କମିଶନର ମହିଳା ଆୟୋଗ
Share. Facebook Twitter LinkedIn Email WhatsApp Copy Link

Related Posts

ନୋଟିସ ପରେ ତୁରନ୍ତ କରନ୍ତୁ PNG ସଂଯୋଗ ପାଇଁ ଆବେଦନ: ନଚେତ ବନ୍ଦ ହେବ LPG ଯୋଗାଣ

August 24, 2026

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026
Latest News

ନୋଟିସ ପରେ ତୁରନ୍ତ କରନ୍ତୁ PNG ସଂଯୋଗ ପାଇଁ ଆବେଦନ: ନଚେତ ବନ୍ଦ ହେବ LPG ଯୋଗାଣ

August 24, 2026

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.