Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଥର ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ପକ୍ରିୟା ଭିନ୍ନ ଧରଣର ହେବ, ଲୋକଙ୍କ ମତ ମାଗିଲେ ସରକାର
ବିଶେଷ ଖବର

ଏଥର ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ପକ୍ରିୟା ଭିନ୍ନ ଧରଣର ହେବ, ଲୋକଙ୍କ ମତ ମାଗିଲେ ସରକାର

August 21, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏଥର ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ପକ୍ରିୟା ଭିନ୍ନ ଧରଣର ହେବ, ଲୋକଙ୍କ ମତ ମାଗିଲେ ସରକାର

ଭୁବନେଶ୍ବର, ଏଥର ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଭିନ୍ନ ଧରଣର ହେବ। ସେ ନେଇ ରାଜ୍ୟ ପଞ୍ଚାୟତିରାଜ ବିଭାଗ ଲୋକଙ୍କର ମତ ମାଗିଛି। ଏହି ନୂଆ ପକ୍ରିୟା ଅନୁସାରେ ଗୋଟିଏ ଦିନରେ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ସାରା ଓଡିଶାରେ କରାଯିବ। ସେଥିପାଇଁ ଗୋଟିଏ ତାରିଖ ଘୋଷଣା କରାଯିବ। ସେହି ଦିନ ରାଜ୍ୟର ସମସ୍ତ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।

ଭୋଟ ଗ୍ରହଣ ଦିନ ଭୋଟ ଶେଷ ହେବା ପରେ ପ୍ରିଜାଇଡିଂ ଅଫିସର ଏବଂ ଏଜେଣ୍ଟମାନଙ୍କ ଆଗରେ ଭୋଟ ବାକ୍ସରେ ଜଉ ମୁଦ କରାଯାଇ ବ୍ଲକ ହେଡ କ୍ବାଟରକୁ ପଠାଯିବ। ସେଠାରେ ଭୋଟ ବାକ୍ସକୁ ସୁରକ୍ଷିତ କରି ରଖାଯିବ। ଯେଉଁଦିନ ଭୋଟ ଗଣତି ପାଇଁ ତାରିଖ ଘୋଷଣା ହୋଇଥିବ ସେହି ଦିନ ତାହା ଖୋଲାଯିବ।

ଏଥିପାଇଁ ବିଧାନସଭା ଭୋଟ ଗଣତି ପରି ପଞ୍ଚାୟତ ଭୋଟ ଗଣତିରେ ମଧ୍ୟ ଗଣତି କାଉଣ୍ଟର କରାଯିବ। ସେହି ବ୍ଲକ ଅଧିନରେ ଯେତୋଟି ବୁଥ ଥିବ ସବୁ ଭୋଟ ବାକ୍ସ ବିଭିନ୍ନ କାଉଣ୍ଟରକୁ ନିଆଯିବ। ସେଠାରେ ସଂପୃକ୍ତ ଏଜେଣ୍ଟଙ୍କ ଉପସ୍ଥିତିରେ ଏହି ଭୋଟ ବାକ୍ସ ଖୋଲାଯାଇ ଗଣତି କରାଯିବ।

ତେବେ ପୂର୍ବରୁ ଯେଉଁଦିନ ଭୋଟ ଗ୍ରହଣ ହେଉଥିଲା ସେହିଦିନ ସେହି ବୁଥରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯାଉଥିଲା। ଫଳରେ ଏହାକୁ ନେଇ ନିର୍ବାଚନ ପ୍ରଭାବିତ ହେବାରେ ଲାଗିଲା। 2017 ମସିହାରେ ଯେଉଁ ନିର୍ବାଚନ ହୋଇଥିଲା ସେଥିରେ ଏହା ପରିଲକ୍ଷିତ ହେବାରୁ ସରକାର ଏଥିରେ ପରିବର୍ତ୍ତନ କରିବାକୁ ନିଷ୍ପତି ନେଉଛନ୍ତି।

ସାଧାରଣତଃ ପଞ୍ଚାୟତ ନିର୍ବାଚନ ବହୁ ପର୍ଯାୟରେ ଅନୁଷ୍ଟିତ ହୋଇଥାଏ। ଯେଉଁଦିନ ଭୋଟ ଗ୍ରହଣ ହୁଏ ସେହିଦିନ ସେହିଠାରେ ଭୋଟ ଗଣତି ହୁଏ। ଫଳରେ ପଞ୍ଚାୟତର ଫଳାଫଳ ଭୋଟ ଗ୍ରହଣ ଦିନ ଜଣାପଡିଯାଏ। ଏହା ଦ୍ବାରା ଏହାର ପ୍ରଭାବ ଅନ୍ୟ ପଞ୍ଚାୟତରେ ପଡୁଥିବାରୁ ସରକାର ଏଥିରେ ପରିବର୍ତ୍ତନ କରୁଛନ୍ତି। ଏ ନେଇ ସାଧାରଣ ଲୋକଙ୍କ ମତାମତ ମଗାଯାଇଛି। ସେମାନଙ୍କ ମତ ଆସିବା ପରେ ଏହାର ଗେଜେଟ ନୋଟିଫିକେସନ ବାହାରି କାର୍ଯ୍ୟକାରୀ କରାଯିବ।

ପଞ୍ଚାୟତ ନିର୍ବାଚନ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ପଞ୍ଚାୟତିରାଜ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.