
ଭୁବନେଶ୍ବର: ଶେଷରେ ପିପିଲି ଉପନିର୍ବାଚନ ଶେଷ ହୋଇଛି, ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଏହି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାର ୯୧୬ ଭୋଟରେ ପରାସ୍ତ କରିଛନ୍ତି। ତେବେ ଏହି ନିର୍ବାଚନର ଫଳାଫଳକୁ ନେଇ ଆସନ୍ତୁ ଜାଣିବା ଏହି ୨୦ଟି କଥା।
ପିପିଲିର ମୋଟ ଭୋଟର ସଂଖ୍ୟା- ୨ ଲକ୍ଷ ୨୯ ହଜାର ୫୮୩
ମୋଟ ପୁରୁଷ ଭୋଟର ସଂଖ୍ୟା- ୧ ଲକ୍ଷ ୧୯ ହଜାର ୨୦
ମୋଟ ମହିଳା ଭୋଟର ସଂଖ୍ୟା- ୧ ଲକ୍ଷ ୧୦ ହଜାର ୫୬୨
ପିପିଲି ଉପନିର୍ବାଚନରେ ମୋଟ ଭୋଟ ଗ୍ରହଣ- ୧ ଲକ୍ଷ ୮୦ ହଜାର ୯୩୦
ମୋଟ ପୋଷ୍ଟାଲ ବାଲାଟ- ୮୯୩ ଭୋଟ
ମୋଟ ବୈଧ ଭୋଟ ସଂଖ୍ୟା -୧ ଲକ୍ଷ ୮୦ ହଜାର ୯୯
ମୋଟ ରିଜେକ୍ଟ ହୋଇଥିବା ଭୋଟ- ୧୩୬ ଖଣ୍ଡ
ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିବା ମୋଟ ପ୍ରାର୍ଥୀଙ୍କ ସଂଖ୍ୟା- ୧୦
ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ଭୋଟ- ୯୬,୯୭୨ ଖଣ୍ଡ
ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଭୋଟ- ୭୬,୦୫୬ ଖଣ୍ଡ ଭୋଟ
କଂଗ୍ରେସ ପ୍ରାର୍ଥୀ ବିଶ୍ବକେସନ ହରିଚନ୍ଦନ ମହାପାତ୍ରଙ୍କ ଭୋଟ- ୪୨୬୧ ଖଣ୍ଡ
ସିପିଆଇ ପ୍ରାର୍ଥୀ ଅଶୋକ ପ୍ରଧାନଙ୍କ ଭୋଟ ସଂଖ୍ୟା- ୮୯୮ ଖଣ୍ଡ
ଅଖିଳ ଭାରତ ହିନ୍ଦୁ ମହାସଭା ପ୍ରାର୍ଥୀ ଜୟ ପ୍ରକାଶ ସେଠୀଙ୍କ ଭୋଟ- ୪୫୫
କଳିଙ୍ଗ ସେନା ପ୍ରାର୍ଥୀ ପିଙ୍କଲିନ ମହାନ୍ତିଙ୍କ ଭୋଟ ସଂଖ୍ୟା- ୧୫୬ ଭୋଟ
ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ପ୍ରାର୍ଥୀ ମହମ୍ମଦ ଇମାନୁଉଦ୍ଦିନ ୨୪୪ ଭୋଟ
ଏହି ନିର୍ବାଚନରେ ଛିଡା ହୋଇଥିବା ମୋଟ ସ୍ବାଧୀନ ପ୍ରାର୍ଥୀ ସଂଖ୍ୟା- ୩ ଜଣ
ସ୍ବାଧୀନ ପ୍ରାର୍ଥୀ ନାଗେନ୍ଦ୍ର ନାଥ ମିଶ୍ରଙ୍କ ଭୋଟ- ୪୧୪,
ସ୍ବାଧୀନ ପ୍ରାର୍ଥୀ ସୁଲୋଚନା ସାହୁଙ୍କ ଭୋଟ- ୨୬୬
ସ୍ବାଧୀନ ପ୍ରାର୍ଥୀ ସ୍ବପ୍ନେଶ୍ବର ନାୟକଙ୍କ ଭୋଟ- ୩୭୭
ନୋଟାରେ ପଡିଥିବା ମୋଟ ଭୋଟ ସଂଖ୍ୟା-୮୩୧ ଖଣ୍ଡ